ETV Bharat / business

ନୀରବ ମୋଦିଙ୍କ 329 କୋଟିର ସମ୍ପତ୍ତି ଜବତ - fugitive law

ହୀରା ବ୍ୟବସାୟୀ ତଥା ପିଏନବି ବ୍ୟାଙ୍କ ଠକେଇର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କୁ ବଡ ଝଟକା । ଇଡି ଜବତ କରିଛି ତାଙ୍କର ବହୁମୂଲ୍ୟ ସମ୍ପତ୍ତି । ଅଧିକ ପଢନ୍ତୁ...

ନୀରବ ମୋଦିଙ୍କ 329 କୋଟିର ସମ୍ପତ୍ତି ଜବତ
ନୀରବ ମୋଦିଙ୍କ 329 କୋଟିର ସମ୍ପତ୍ତି ଜବତ
author img

By

Published : Jul 9, 2020, 12:20 PM IST

ନୂଆଦିଲ୍ଲୀ: ପଳାତକ ଅର୍ଥନୈତିକ ଅପରାଧୀ ଆଇନ ଅଧୀନରେ ନୀରବ ମୋଦିଙ୍କ 329.66 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ବୁଧବାର ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀଙ୍କ ସମେତ ଅନ୍ୟ ଲୋକଙ୍କ ବିରୋଧରେ ମୁମ୍ବାଇରେ ପିଏନବି ବ୍ୟାଙ୍କରୁ 2 ଅରବ ଡଲାରର ଠକେଇ ଅଭିଯୋଗୁଁ ମନିଲଣ୍ଡରିଂ ମାମଲା ଚାଲିଛି । ଏନେଇ ଇଡି ଯାଞ୍ଚ ଜାରି ରଖିଛି ।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏକ ବିବୃତ୍ତିରେ କହିଛି କି, ଜବତ ହୋଇଥିବା ଏହି ସମ୍ପତ୍ତିଗୁଡିକ ମଧ୍ୟରୁ ମୁମ୍ବାଇର ୱର୍ଲିସ୍ଥିତ ଆଇକନିକ ବିଲଡିଂ, ସମୁଦ୍ର ମହଲରେ 4 ଟି ପ୍ଲାଟ, ଏକ ସମୁଦ୍ର ପାର୍ଶ୍ବ ଫାର୍ମ ହାଉସ, ଅଲିବାଗରେ ଏକ ଜମି ଓ ଜଇସଲମରେ ଏକ ପବନ କଳ ରହିଛି । ଏଥିସହ ଲଣ୍ଡନର ଏକ ଫ୍ଲାଟ, ସଂଯୁକ୍ତ ଅରବ ଏମିରେଟସରେ ଏକ ଆବାସିକ ଫ୍ଲାଟ , ସେୟାର , ବ୍ୟାଙ୍କ ଜମା ଟଙ୍କା ଆଦି ଏଥିରେ ସାମିଲ ଅଛି ।

ପ୍ରକାଶ ଯେ, ମୁମ୍ବାଇର ଏକ ସ୍ବତନ୍ତ୍ର ନ୍ୟାୟଳୟ ନୀରବ ମୋଦିଙ୍କ ସମ୍ପତ୍ତି ଜବତ ପାଇଁ ଇଡିଙ୍କୁ କ୍ଷତମା ଜେଇଥିଲେ । ଏବେ ସୁଦ୍ଧା ଇଉଡି ପିଏମଏଲଏ ଅଧିନରେ ନୀରବ ମୋଦିଙ୍କ 2,348 କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.