ETV Bharat / business

ରାଣା କପୁର ଓ ସହଯୋଗୀଙ୍କ 2200 କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

author img

By

Published : Jul 9, 2020, 6:18 PM IST

ୟେସ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁର ଓ ଅନ୍ୟ ସହଯୋଗୀଙ୍କ 2,203 କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ..

ରାଣା କପୁର ଓ ସହଯୋଗୀଙ୍କ 2200 କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ରାଣା କପୁର ଓ ସହଯୋଗୀଙ୍କ 2200 କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ବିରୋଧୀ ଆଇନ ଅଧିନରେ ୟେସ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁର ଓ ଅନ୍ୟ ସହଯୋଗୀଙ୍କ 2,203 କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗୁରୁବାର ଏନେଇ ଅଧିକାରୀ ସୂଚନା ଦେଇଛନ୍ତି ।

ସେମାନେ କହିଛନ୍ତି କି, DHFL ପ୍ରମୋଟର ଭାଇ କପିଲ ଏବଂ ଧୀରଜ ୱାଧୱାନଙ୍କୁଙ୍କ ସମ୍ପତ୍ତି ମଧ୍ୟ ବେଆଇନ ଅର୍ଥ କାରବାର ନିରୋଧୀ ଆଇନ (PMLA) ଅନୁଯାୟୀ ଜାରି କରାଯାଇଥିବା ଅସ୍ଥାୟୀ ଆଦେଶର ଅଂଶ ଭାବରେ ଆଟାଚ କରାଯାଇଛି ।

ଏଥିସହ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କପୁରଙ୍କ କିଛି ବିଦେଶୀ ସମ୍ପତ୍ତି ମଧ୍ୟ ଫ୍ରିଜ କରାଯାଇଛି ।

ୟେସବ୍ୟାଙ୍କରୁ 4,300 କୋଟି ଟଙ୍କା ହେରଫରେ ଅଭିଯୋଗରେ ଇଡି କପୁର ଓ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧିନରେ ଇଡି ମାମଲା ରୁଜୁ କରିଛି । ପରବର୍ତ୍ତୀ ସମୟରେ ଏହି ଟଙ୍କା ଏନପିଏରେ ପରିଣତ ହୋଇଛି ।

ରାଣା କପୁରଙ୍କୁ ଇଡି ମାର୍ଚ୍ଚ ମାସରେ ଗିରଫ କରିଥିଲା । ଏବେ ସେ ନ୍ୟାୟିକ ହେପାଜତରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.