ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚ୍ଚରଙ୍କୁ ଆଶ୍ବସ୍ତି । ମନି ଲଣ୍ଡ୍ରିଂ ମାମଲାରେ ଚନ୍ଦା କୋଚ୍ଚରଙ୍କ ସହ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ ଆଶ୍ବସନା ଦେଇଛି ।
ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ଋଷିକେଶ ରାୟଙ୍କ ଖଣ୍ଡପୀଠକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚନା ଦେଇଛନ୍ତି ଯେ ଏଜେନ୍ସି ଆଇସିଆଇସିଆଇ-ଭିଡିଓକନ୍ ଗ୍ରୁପ୍ ଋଣ ପଞ୍ଜିକୃତ ମାମଲାରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ।
ତେବେ ଖଣ୍ଡପୀଠ କହିଛି କି ଏହି ମାମଲାରେ ଚନ୍ଦା କୋଚ୍ଚର ନିଜ ସ୍ବାମୀ ଦୀପକ କୋଚ୍ଚର ଗିରଫ ବିରୋଧରେ ଦାଖଲ କରିଥିବା 2 ଯାଚିକା ଉପରେ ଶୁଣାଣି ପରେ କରିବେ ।
ନିକଟରେ ଇଡି ଦର୍ଶାଇଛି କି କୋଚର, ଦୀପକ କୋଚ୍ଚର ଏବଂ ଭିଡିଓକନ ସମୂହର ମୁଖ୍ୟ ଭିଡିଓକନ କମ୍ପାନି ମୁଖ୍ୟ ବେଣୁଗୋପାଳ ଧୁତଙ୍କ ବିରୋଧରେ ଋଣ ଜାତିଆତି ଅଭିଯୋଗ ଦାଖଲ ହୋଇଛି । ତେବେ ଏହି ମାମଲାରେ କୋଚର, ଧୂତ ଓ ଅନ୍ୟମାନେ ଏହାକୁ ଖଣ୍ଡନ କରୁଥିବା ସରକାରୀ ସୂତ୍ରରେ ରହିଛି ।
କୋଚର, ଧୂତ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଅଧ୍ୟୟନ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲା ପଞ୍ଜୀକୃତ କରିଥିଲା ଏବଂ ପରେ ଦୀପକ କୋଚ୍ଚରଙ୍କୁ ଗିରଫ କରିଥିଲା।
ସୂଚନା ମୁତାବକ, 2012ରେ ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ପକ୍ଷରୁ 3,250କୋଟି ଟଙ୍କା ଋଣ ଦିଆଯାଇଥିଲା । ଆଉ ଏହି ସମୟରେ ବ୍ୟାଙ୍କର ପ୍ରମୁଖ ଭାବେ ଚନ୍ଦା କୋଚ୍ଚର କାର୍ଯ୍ୟଭାର ସମ୍ଭାଳୁଥିଲେ । ଏହି ଋଣ ନେଣଦେଣରେ ଅନିୟମତା ଦେଖାଦେଇଥିବାରୁ ସମସ୍ତଙ୍କ ନଜରକୁ ଚନ୍ଦା କୋଚ୍ଚର ଆସିଥିଲେ । ଫଳରେ ବାଧ୍ୟ ହୋଇ ଚନ୍ଦାଙ୍କୁ ପଦବୀ ଛାଡିବାକୁ ପଡିଥିଲା ।