ETV Bharat / business

‘ଭୁଶୁଡିପାରେ ଅର୍ଥବ୍ୟବସ୍ଥା, ଭୟଭୀତ ଦେଶ’ - economic slowdown

ମୋଦି ସରକାରଙ୍କ ଅଭ୍ୟାସ ପାଲଟିଗଲାଣି କି ସେ ପ୍ରତ୍ୟେକ ପ୍ରସଙ୍ଗରେ ପୂର୍ବ ସରକାର(ୟୁପିଏ)ଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି । ଯଦି ଏଭଳି ହୁଏ, ମନମୋହନ ସିଂହ ସରକାର ସମସ୍ତ ସମସ୍ୟାର ଦୋଷ ଅଟଳ ବିହାରୀ ବାଜପେୟୀ ସରକାର ଆଉ ବାଜପେୟୀ ସରକାର ପି ଭି ନରସଂହ ରାଓ ସରକାରକୁ ଦେବା ଦରକାର ବୋଲି କହିଛନ୍ତି ଚିଦାମ୍ବରମ ।

Economy close to collapse, fear in country: Chidambaram
‘ଭୁଶୁଡିପାରେ ଅର୍ଥବ୍ୟବସ୍ଥା, ଭୟଭୀତ ଦେଶ’
author img

By

Published : Feb 10, 2020, 7:11 PM IST

ନୂଆଦିଲ୍ଲୀ: ଅର୍ଥନୀତିକୁ ସୁସ୍ଥ ରଖିବା କ୍ଷେତ୍ରରେ ସରକାର ‘ଅକ୍ଷମ ଡାକ୍ତର’ । ଏବେ ଦେଶର ଭୟ ଓ ଅନିଶ୍ଚିତତାର ମାହୋଲ ଲାଗି ରହିଛି । ଏପରି ସମୟରେ କାହିଁକି କିଏ ନିବେଶ କରିବ? ବିମୁଦ୍ରାକରଣ ଏକ ବଡ ଭୁଲ । ହେଲେ ସରକାର ଏହାକୁ ମାନିବାକୁ ନାରାଜ । ସୋମବାର ରାଜ୍ୟ ସଭାରେ 2020-21 ବଜେଟ ଉପରେ ଚର୍ଚ୍ଚା ସମୟ ଏଭଳି ଭାବେ ବର୍ଷିଛନ୍ତି କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମ ।

ଏନେଇ ସେ କହିଛନ୍ତି ଯେ, ଦେଶରେ ଲଗାତାର ବେକାରୀ ସଂଖ୍ୟା ବଢିବାରେ ଲାଗିଛି। ଏଥିଯୋଗୁଁ ଚାହିଦା କମୁଛି । ଫଳରେ ଅର୍ଥ ସଂକଟ ଘନେଇବାରେ ଲାଗିଛି । ଏପଟେ ବିମୁଦ୍ରାକରଣ ଓ ଜିଏସଟି ଭଳି ତରତରିଆ ପଦକ୍ଷେପ ସରକାରଙ୍କ ବଡ ଭୁଲ । ଖାସ ଏଥିପାଇଁ ହିଁ ଆଜି ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।

‘‘ମୁଁ ଅର୍ଥମନ୍ତ୍ରୀଙ୍କ ପୂରା ବଜେଟ ଭାଷଣ ଶୁଣିଛି। ଯାହା 116 ମିନିଟର ରହିଥିଲା । ଆଉ ଏନେଇ ମତେ ଖୁସି ଲାଗିଛି କି ସେ (ସୀତାରମଣ) ପୂରା ବଜେଟ ଭାଷଣ ପଢିବା ବେଳେ ଗୋଟିଏ ଥର ବି ଅଚ୍ଛେଦିନ ଆସିବ ବୋଲି କହିନାହାନ୍ତି। ସେ ସବୁ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଭୁଲିଯାଇଛନ୍ତି । ଆଉ ଏହା ଭଲ। ’’

ସରକାରଙ୍କ ନୀତିନିୟମକୁ ଭର୍ସନା କରି ଏପରି କଟାକ୍ଷ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ। ଅର୍ଥବ୍ୟବସ୍ଥା ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଗତ 6 ତ୍ରୈୟମାସ ଧରି ଅଭିବୃଦ୍ଧି ଦର ହ୍ରାସ ହୋଇଚାଲିଛି । ପୂର୍ବରୁ ଏଭଳି କେବେ ହୋଇନଥିଲା । ହେଲେ ଏ ସବୁକୁ ସରକାର ମାନୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ସେ ।

‘ଭୁଶୁଡିପାରେ ଅର୍ଥବ୍ୟବସ୍ଥା, ଭୟଭୀତ ଦେଶ’

ଚିଦାମ୍ବର କହିଛନ୍ତି ଯେ, ସରକାରଙ୍କ ବିଶ୍ବାସ କରନ୍ତି ଏ ସମସ୍ୟା କ୍ଷଣିକର ନୁହେଁ ହେଲେ ଆର୍ଥିକ ପରାମର୍ଶଦାତାଙ୍କ ଅନୁଯାୟୀ ଢାଞ୍ଚାଗତ ସମସ୍ୟା ଅଧିକ ରହିଛି । ଆଉ 2ଟି ସ୍ଥିତିରେ ସମାଧାନ ରାସ୍ତା ମଧ୍ୟ ଅଲଗା ଅଲଗା ରହିବ । କିନ୍ତୁ ପୂର୍ବରୁ ନିର୍ଦ୍ଧାରିତ ମାନସିକତାକୁ ଦେଖିବାକୁ ଗଲେ ସରକାର ସ୍ବୀକାର କରିବାକୁ ଚାହୁଁନାହାନ୍ତି କି ସ୍ଥିତି ସଙ୍ଗୀନ ।

ଚିଦାମ୍ବରମ ଆହୁରି ଜଣାଉଛନ୍ତି, ‘ଆର୍ଥିକ ସର୍ବେକ୍ଷଣ ସରକାରଙ୍କ ଆର୍ଥିକ ବିଚାରକୁ ନେଇ ହୋଇଥାଏ । ଏହା ରାଷ୍ଟ୍ର ପାଇଁ ଯୁକ୍ତିତର୍କର ମାର୍ଗ ତିଆରି କରିଥାଏ । ହେଲେ ଦୁର୍ଭାଗ୍ୟ କି ବଜେଟରେ ଆର୍ଥିକ ସର୍ବେକ୍ଷଣର ମୁଦ୍ଦା ହିଁ ଉଠାଯାଇନି ।’

ମୋଦି ସରକାରଙ୍କ ଅଭ୍ୟାସ ପାଲଟିଗଲାଣି କି ସେ ପ୍ରତ୍ୟେକ ବିଷୟରେ ପୂର୍ବ ସରକାର(ୟୁପିଏ)ଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି । ଯଦି ଏଭଳି ହୁଏ ତେବେ ମନମୋହନ ସିଂହ ସରକାର ସମସ୍ତ ସମସ୍ୟାର ଦୋଷ ଅଟଳ ବିହାରୀ ବାଜପେୟୀ ସରକାର ଆଉ ବାଜପେୟୀ ସରକାର ପି ଭି ନରସଂହ ରାଓ ସରକାରକୁ ଦେବା ଦରକାର ବୋଲି କହିଛନ୍ତି ଚିଦାମ୍ବରମ ।

Intro:Body:

SDF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.