ETV Bharat / business

ଆସନ୍ତା 29ରେ ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

author img

By

Published : Jan 27, 2021, 7:44 PM IST

Updated : Jan 27, 2021, 8:20 PM IST

ଆସନ୍ତା 29ରେ  ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ
ଆସନ୍ତା 29ରେ ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

19:39 January 27

ଜାନୁଆରୀ 29ରେ 2021-22 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଗତ କରିବେ ।

ନୂଆଦିଲ୍ଲୀ: ଜାନୁଆରୀ 29ରେ 2021-22 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଗତ କରିବେ । ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ନେତୃତ୍ବରେ ପ୍ରସ୍ତୁତ ଏହି ରପୋର୍ଟରୁ ବଜେଟ ରୂପରେଖ ସ୍ପଷ୍ଟ ହେବ ।  

କୋରୋନା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଜରିଆରେ ଦେଶ ଅର୍ଥନୀତିର ସଫଳତା ଓ ଚ୍ୟାଲେଞ୍ଜର ପୃଷ୍ଠା ଖୋଲିବେ । ସାଧାରଣତଃ ଏହି ରିପୋର୍ଟରେ ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି କିଭଳି ରହିଥିଲା, ଆଗକୁ ସରକାରଙ୍କ ଯୋଜନା କଣ ରହିଛି ସେନେଇ ଦର୍ଶାଯାଇଥାଏ ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ଏନଡିଏ ସରକାରଙ୍କ ଦ୍ବିତୀୟ କାର୍ଯ୍ୟାଳୟର ତୃତୀୟ ବଜେଟ (ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ଆଗତ କରିବେ ।  

Last Updated : Jan 27, 2021, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.