ETV Bharat / business

ବଜେଟ 2020: ଆଶା ତୁଳନାରେ ଖସିଛି 4 ପ୍ରମୁଖ ଟିକସ ସଂଗ୍ରହ - ବଢୁଛି ଆର୍ଥିକ ଘାଟା

ଧୀମା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବର୍ଷ ସେପ୍ଟମ୍ବରରେ କର୍ପୋରେଟ କର ହ୍ରାସ କରିଥିଲେ । ଯାହାର ପ୍ରଭାବ କେନ୍ଦ୍ର ସରକାରଙ୍କ ରାଜକୋଷରେ ଦେଖିବାକୁ ମିଳିଛି ।

Economic slump causes mayhem; 4 out of 5 major taxes miss the budget target
ବଜେଟ 2020: ଅନୁମାନ ତୁଳନାରେ ଖସିଛି 4 ପ୍ରମୁଖ ଟିକସ ସଂଗ୍ରହ
author img

By

Published : Feb 2, 2020, 8:04 PM IST

ନୂଆଦିଲ୍ଲୀ: ଧୀମା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବର୍ଷ ସେପ୍ଟମ୍ବରରେ କର୍ପୋରେଟ କର ହ୍ରାସ କରିଥିଲେ । ଯାହାର ପ୍ରଭାବ କେନ୍ଦ୍ର ସରକାରଙ୍କ ରାଜକୋଷରେ ଦେଖିବାକୁ ମିଳିଛି ।

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଘରୋଇ କମ୍ପାନୀଙ୍କ ଉପରେ କର୍ପୋରେଟ ଟିକସ ବାବଦକୁ 25.12 ପ୍ରତିଶତ ଲାଗୁଛି । ଯାହାକି ପୂର୍ବରୁ 31ରୁ 32 ପ୍ରତିଶତ ରହିଥିଲା । ସେହିପରି ନୂଆରେ ତିଆରି କମ୍ପାନୀଙ୍କ ଉପରେ କର୍ପୋରେଟ ଟିକସ 25 ପ୍ରତିଶତରୁ ହ୍ରାସ ପାଇ 15 ପ୍ରତିଶତ କରି ଦିଆଯାଇଛି ।

କେନ୍ଦ୍ର ଆୟର ସବୁଠୁ ବଡ ଉତ୍ସ ହେଉଛି କର୍ପୋରେଟ ଟିକସ, ଜିଏସଟି ଓ ଆୟକର ଟିକସ । ଏହା ପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ସୀମା ଶୁଳ୍କ ଆସିଥାଏ । ସଂଶୋଧିତ ଅନୁମାନରେ ଗୋଟିଏ ବି କର ନିଜ ବଜେଟ ଲକ୍ଷ୍ୟକୁ ପୂରଣ କରିପାରୁନି । 5 ପ୍ରମୁଖ କର ମଧ୍ୟରୁ 4 କର ହେଉଛି ଜିଏସଟି, ଆୟକର, ଉତ୍ପାଦ ଶୁଳ୍କ ଓ ସୀମା ଶୁଳ୍କ । ହେଲେ ଏହା ଗତ ଗଣନା ଠାରୁ କମ ରହିଛି । ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ କର୍ପୋରେଟ ଟିକସ ହ୍ରାସ କରାଯାଇଥିବା ବେଳେ ଏହାର ପ୍ରଭାବ ସମଗ୍ର କର ସଂଗ୍ରହ ଲକ୍ଷ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଏହା କେନ୍ଦ୍ରର 16.50 ଲକ୍ଷ କୋଟି ଟଙ୍କା ବଜେଟ ଅନୁମାନ ତୁଳନାରେ କେବଳ 15.05 ଲକ୍ଷ କୋଟି ଟଙ୍କା ରହିଛି । ସଂଶୋଧିତ ଅନୁମାନ ଅନୁସାରେ ଏଥିରେ 1.45 ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି ।

ତେବେ କର୍ପୋରେଟ ଟିକସ ହ୍ରାସ ଦ୍ବାରା କେନ୍ଦ୍ର ସରକାରଙ୍କୁ 1.45 ଲକ୍ଷ କୋଟିର ରାଜସ୍ବ ହାନୀ ହେବ ବୋଲି ଅର୍ଥମନ୍ତ୍ରୀ କହିଥିଲେ । ଅର୍ଥମନ୍ତ୍ରୀ ନିଜ ପ୍ରଥମ ବଜେଟରେ କର୍ପୋରେଟ ଟ୍ୟାକ୍ସ ହ୍ରାସକୁ ନେଇ ବହୁତ ଉତ୍ସାହିତ ଥିଲେ । ସେ ଅନୁମାନ ଲଗାଇଥିଲେ କି, ସେ ନିଜେ ଏହି ଟିକସରୁ 7.66 ଲକ୍ଷ କୋଟି ଟଙ୍କା ଆୟ କରିବେ । କାରଣ ଏହା କେନ୍ଦ୍ର ସରକାରଙ୍କ ରାଜସ୍ବର ସବୁଠୁ ବଡ ଉତ୍ସ ବୋଲି କୁହାଯାଏ । ଏହା ପରେ ସରକାରଙ୍କ କହିବା ଅନୁଯାୟୀ ଜିଏସଟିରୁ 6.33 ଲକ୍ଷ କୋଟି ଟଙ୍କା ଓ ଆୟକରରୁ 5.69 ଲକ୍ଷ ଟଙ୍କା ଆସିବ ।

ତେବେ କର୍ପୋରେସନ କର ସଂଗ୍ରହ ଗତ ବର୍ଷର ସଂଗ୍ରହ ତୁଳନାରେ କମ ହୋଇଯାଇଛି । ଗତ ବର୍ଷ ସରକାର ଏହି ଟିକସ ବାବଦକୁ 6.63 ଲକ୍ଷ କୋଟି ଟଙ୍କା ପାଇଛନ୍ତି । 2019 ଜୁଲାଇରେ ଅର୍ଥମନ୍ତ୍ରୀ ଅନୁମାନ ରଖିଥିଲେ କି ତାଙ୍କୁ 7.66 ଲକ୍ଷ କୋଟି ଟଙ୍କା ମିଳିବ । କିନ୍ତୁ ଏବେ ଏହା 2019-20 ଆର୍ଥିକ ବର୍ଷରେ କେବଳ 6.10 ଲକ୍ଷ କୋଟି ଟଙ୍କା ଆୟ ନେଇ ଆଶା ରହିଛି । ଯାହାକି ସୀତାରମଣଙ୍କ ବଜେଟ ଅନୁମାନରୁ 20 ପ୍ରତିଶତରୁ ଅଧିକ ହ୍ରାସ ।

ଏଭଳି ଭାବେ ଆୟକର ଟିକସ ସଂଗ୍ରହ ମଧ୍ୟ ଏ ବର୍ଷ 10,000 କୋଟି ଟଙ୍କା ବଜେଟ ଅନୁମାନ ଅନୁଯାୟୀ ରହିନାହିଁ । ଆୟକର ସଂଗ୍ରହ 5.69 ଲକ୍ଷ କୋଟି ଟଙ୍କା ରହିବା ନେଇ ଅର୍ଥମନ୍ତ୍ରୀ ଅନୁମାନ କରିଥିଲା ବେଳେ ଏବେ ଏହାକୁ ସଂଶୋଧିତ କରି କେବଳ 5.59 ଲକ୍ଷ କୋଟି ଟଙ୍କା କରିଛନ୍ତି ।

ଜିଏସଟି ସଂଗ୍ରହରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ସଂଶୋଧିତ ଅନୁମାନ ଅନୁସାରେ ସିଜିଏସଟି ଓ ଆଇଜିଏସଟି ସଂଗ୍ରହ 6.63 ଲକ୍ଷ କୋଟି ଟଙ୍କାର ବଜେଟ ଲକ୍ଷ୍ୟ ତୁଳନାରେ 6.12 ଲକ୍ଷ କୋଟି ଟଙ୍କା ନିର୍ଦ୍ଧାରିତ ରହିଛି । ଯାହା ବଜେଟ ଅନୁମାନରୁ 51,000 କୋଟି ଟଙ୍କା କମ ରହିଛି । ତେବେ ଆୟକର ସଂଗ୍ରହକୁ ଦେଖିବାକୁ ଗଲେ ଜିଏସଟି ସଂଗ୍ରହ ମଧ୍ୟ ଗତ ବର୍ଷର ହାର ଠାରୁ ଅଧିକ ହେବ ।

(କୃଷ୍ଣାନନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ )

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.