ETV Bharat / business

ମାନ୍ଦା ମାଡ: ବନ୍ଦ ହେବ ଏସିଆର ସର୍ବବୃହତ ପ୍ଲାଏଉଡ ଇଣ୍ଡଷ୍ଟ୍ରି!

author img

By

Published : Sep 16, 2019, 11:34 AM IST

ମାନ୍ଦା ମାଡରେ ଅସ୍ତବ୍ୟସ୍ତ ଶିଳ୍ପ । ବନ୍ଦ ହେବା ଉପରେ ଏସିଆର ସର୍ବବୃହତ ପ୍ଲାଏଉଡ ଇଣ୍ଡଷ୍ଟ୍ରି । ଏବେ ସୁଦ୍ଧା 150 ଫ୍ୟାକ୍ଟ୍ରିରେ ତାଲା ଝୁଲିସାରିଲାଣି । ହଜାର ସଂଖ୍ୟକ କର୍ମଚାରୀ ରୋଜଗାର ହରାଇଲେଣି ।

ଫଟୋ ସୌଜନ୍ୟ-ଇଟିଭି ଭାରତ

ଚଣ୍ଡିଗଡ: ବନ୍ଦ ହେବ ଏସିଆ ମହାଦେଶର ସର୍ବବୃହତ ପ୍ଲାଏ ଇଣ୍ଡଷ୍ଟ୍ରି ! ବର୍ତ୍ତମାନ ସୁଦ୍ଧା ମାନ୍ଦା ମାଡରେ 150 ଫ୍ୟାକ୍ଟ୍ରିରେ ତାଲା ଝୁଲିସାରିଲାଣି । ଯେଉଁଥିପାଇଁ ହଜାର ସଂଖ୍ୟକ କର୍ମଚାରୀ ରୋଜଗାର ହରାଇଲେଣି ।

ସ୍ଥିତି ଏପରି ଯେ, ଫ୍ୟାକ୍ଟ୍ରି ଗୁଡିକୁ ଶସ୍ତାରେ କିଣିବାକୁ ମଧ୍ୟ କେହି ରାଜି ନୁହଁନ୍ତି । ହତାଶ ହୋଇ ବହୁ ବେପାରୀ ଋଣ ଭାରରେ ବୁଡି ଆତ୍ମହତ୍ୟା କରୁଛନ୍ତି । ଏପଟେ କ୍ଷତିରୁ ବଞ୍ଚିବାକୁ ଅଧିକାଂଶ ଫ୍ୟାକ୍ଟ୍ରି ବନ୍ଦ ହେବା ଉପରେ।

ଯମୁନାନଗର ଜିଲ୍ଲାରେ ବୋର୍ଡର 370 ୟୁନିଟ ରହିଥିବା ବେଳେ ପିଲିଙ୍ଗ, ଆରା ଓ ଚିପ୍ପର ପାଖାପାଖୀ 800 ୟୁନିଟ ରହିଛି । ଆଉ ସବୁଗୁଡିକ ଏବେ ଋଣ ଚାପରେ ଚେପା । ଏନେଇ ପ୍ଲାଏଉଡ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ଚାୱାଲ କହିଛନ୍ତି ଯେ, ଚାହିଦା ଓ ଯୋଗାଣରେ ସନ୍ତୁଳନ ରହୁନଥିବାରୁ କଞ୍ଚାମାଲ ଦର 400ରୁ ବୃଦ୍ଧି ପାଇ 1000 ଟଙ୍କାରେ ପହଞ୍ଚିଲାଣି । ଯେତେବେଳେ କି ଫୁଟ ପିଛା ବୋର୍ଡ ରେଟ 36ରୁ ବଢି 38 ଛୁଇଁଲାଣି।

ଏଥିଯୋଗୁଁ ବେପାରୀ ଋଣ ଭାରରେ ବୁଡିଲେଣି । ଆଉ ଏଥିପାଇଁ ଦାୟୀ ହେଉଛି ବିମୁଦ୍ରିକରଣ ଓ ଦ୍ରବ୍ୟ ଓ ସେବା କର(ଜିଏସଟି) । ଏହା ଫଳରେ ମଣ୍ଡିରୁ କାଠ ସବୁ ନଗଦ କିଣା ଯାଇପାରୁନାହିଁ । ରିୟଲ ଇଷ୍ଟେଟ ମାନ୍ଦାରେ ଚାଲିଥିବା ଯୋଗୁଁ କଞ୍ଚାମାଲ ସବୁ ଫ୍ୟାକ୍ଟ୍ରିରେ ମହଜୁତ ପଡୁଛି। ଫଳରେ ଅନ୍ୟ ଉପାୟ ନ ପାଇ ବେପାରୀ ବାକିରେ ଯୋଗାଣ କରି ପେମେଣ୍ଟ ପାଇଁ ଅନାଇ ବସୁଛନ୍ତି।

ତଥ୍ୟ ଅନୁଯାୟୀ, ଜିଏସଟି ଲାଗୁ ପୂର୍ବରୁ ପ୍ଲାଏଉଡ ଇଣ୍ଡଷ୍ଟ୍ରି ସରକାରଙ୍କୁ ବାର୍ଷିକ 110 କୋଟି ଟଙ୍କା ରାଜସ୍ବ ଦେଉଥିଲେ । ହେଲେ ଏବେ(2018-19) ଏହା ମାତ୍ର 6 ହଜାର କୋଟି ଦେଇଛି । ଆଗକୁ ଏହାର ପରିମାଣ ଆହୁରି ହ୍ରାସ ନେଇ ଅନୁମାନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.