ETV Bharat / business

ଅର୍ଥନୈତିକ ସର୍ଭେ: ଶସ୍ତାରେ ମିଳୁଛି ଶାକାହାରୀ ଖାଦ୍ୟ

author img

By

Published : Jan 31, 2020, 7:45 PM IST

ଆର୍ଥିକ ସର୍ଭେ ରିପୋର୍ଟରେ ଥାଲିନମିକ୍ସ ଡାଟା ପ୍ରକାଶ । 2019-20ରେ କମିଛି ଖାଇବା ଥାଳି ଦାମ । ଭେଜ ଥାଳି ଦାମ 29 ପ୍ରତିଶତ କମିଥିବା ବେଳେ ନନଭେଜ 18 ପ୍ରତିଶତ ଶସ୍ତା । ଫଳରେ ପ୍ରତି ଶାକାହାରୀ ପରିବାରର ବାର୍ଷିକ 10 ହଜାର ଟଙ୍କା ସଞ୍ଚୟ ହୋଇପାରିଛି ।

Eco Survey
ଅର୍ଥନୈତିକ ସର୍ଭେ: ଭେଜ ଥାଳି ଖାଆନ୍ତୁ ମନି ସେଭ କରନ୍ତୁ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ 2020 । ଏହି ପ୍ରାକ ବଜେଟ ଡାଟା ଅର୍ଥନୀତିର ବିଭିନ୍ନ ଦିଗ ଉପରେ ଦୃଷ୍ଟି ଦିଆଯିବା ସହ ବର୍ତ୍ତମାନ ଓ ଭବିଷ୍ୟତର ଚିତ୍ରକୁ ଦର୍ଶାଇଛି । ତେବେ ଏଥିରେ ନିରାମିଷ ଓ ଆମିଷ ଥାଳି ଉପରେ ଦାମ ହ୍ରାସ ନେଇ ମଧ୍ୟ କୁହାଯାଇଛି ।

ସର୍ଭେରେ କୁହାଯାଇଛି ଯେ, 2015-16 ତୁଳନାରେ ଏ ସମୟରେ ଶାକାହାରୀ ଥାଳି ଦାମ କମିଛି । ଯଦିଓ ଡାଲି ଏବଂ ପନିପରିବା ଦାମ ବୃଦ୍ଧି ଯୋଗୁଁ 2019 ଏପ୍ରିଲ-ଅକ୍ଟୋବରରେ ଏହାର ଦାମ ସାମାନ୍ୟ ବଢିଥିଲା । ତେବେ ଏହି ଆର୍ଥିକ ସମୀକ୍ଷା ରିପୋର୍ଟରେ ଦର୍ଶାଯାଇଛି କି, ଏବେ ଉଦ୍ୟୋଗ କ୍ଷେତ୍ରର ଶ୍ରମିକଙ୍କ ଦୈନିକ ଆମଦାନୀ ତୁଳନାରେ ଖାଇବା ଥାଳି ଶସ୍ତା ହୋଇଥିଲା ।

2006-2007 ତୁଳନାରେ 2019-20 ରେ ଶାକାହାରୀ ଭୋଜନ ଥାଳି 29 ପ୍ରତିଶତ ଓ ମାଂସାହାରୀ ଭୋଜନ ଥାଳି 18 ପ୍ରତିଶତ ଶସ୍ତା ହୋଇଛି ବୋଲି ରିପୋର୍ଟ ପ୍ରକାଶ କରି ଅର୍ଥମନ୍ତ୍ରୀ କହିଛନ୍ତି ।

ଭାରତରେ ଭୋଜନ ଥାଳିର ଅର୍ଥଶାସ୍ତ୍ର (Thalinomics) ଆଧାରରେ କରାଯାଇଥିବା ସମୀକ୍ଷାରୁ ଜଣାପଡିଛି ଯେ, ଲଗାତାର ହ୍ରାସ ପାଉଥିବା ଦାମକୁ ନେଇ ଏହି ନିଷ୍କର୍ଷ ମିଲିଛି । Thalinomics ଜରିଆରେ ଭାରତରେ ଜଣେ ସାମାନ୍ୟ ବ୍ୟକ୍ତି ଗୋଟିଏ ଥାଲି ପିଛା କରୁଥିବା ଖର୍ଚ୍ଚର ଆକଳନ ପାଇଁ ଚେଷ୍ଟା କରାଯାଇଛି । ସାଧାରଣ ଲୋକଙ୍କ ଦୈନିକ ଆହାର ସହ ଜଡିତ ଦିଶାନିର୍ଦ୍ଦେଶ ସହାୟତାରେ ଥାଳିର ମୁଲ୍ୟ ଆକଳନ କରାଯାଇଛି । ଏଥିପାଇଁ 2006 ଏପ୍ରିଲରୁ 2019 ଅକ୍ଟୋବର ପର୍ଯ୍ୟନ୍ତ 25 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପାଖାପାଖୀ 80 କେନ୍ଦ୍ରରୁ ଉଦ୍ୟୋଗ ଶ୍ରମିକଙ୍କ ପାଇଁ ଉପଭୋକ୍ତା ମୁଲ୍ୟ ସୂଚକାଙ୍କରୁ ଏକତ୍ର ଟଙ୍କାକୁ ବ୍ୟବହାର କରାଯାଇଛି ।

ଫଳରେ ହାରାହାରି 5 ସଦସ୍ୟ ଥିବା ପରିବାରର 2 ପୁଷ୍ଟିକର ଭୋଜନ ଥାଳିରେ ବାର୍ଷିକ ପାଖାପାଖୀ 10,887 ଟଙ୍କା ବଞ୍ଚିଛି । ସେହିପରି ମାଂସହାରୀ ଭୋଜନ କରୁଥିବା 5 ସଦସ୍ୟ ଥିବା ପରିବାରର ବାର୍ଷିକ 11,787 ଟଙ୍କା ଲାଭ ହୋଇଛି । ହେଲେ 2019ରେ ଦାମ ବଢିଥିବାରୁ ଏତେଟା ସଞ୍ଚୟ ହୋଇନଥିବା ଜମାପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.