ETV Bharat / business

ମାଲାମାଲ ଇ-କମର୍ସ କମ୍ପାନୀ, 6 ଦିନରେ 19 ହଜାର କୋଟି ବିକ୍ରି - e-commerce company

ମାନ୍ଦାବସ୍ଥା ଭିତରେ ମାଲମାଲ ଅନଲାଇନ ସପିଙ୍ଗ କମ୍ପାନୀ । 6 ଦିନର ଫେଷ୍ଟିଭ ସେଲରେ 19 ହଜାର କୋଟି ବିକ୍ରି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 9, 2019, 1:27 PM IST

Updated : Oct 9, 2019, 2:14 PM IST

ନୂଆଦିଲ୍ଲୀ: ଫେଷ୍ଟିଭ ସେଲରେ ଜୋରଦାର ଅନଲାଇନ ସପିଙ୍ଗ । 6ଦିନରେ 3 ଅରବ ଡଲାର(19 ହଜାର କୋଟି ) ଜିନିଷ ବିକ୍ରି । ଯାହାକି ଗତ ବର୍ଷ ତୁଳନାରେ ପୂରା 30 ପ୍ରତିଶତ ଅଧିକ ରହିଛି । ଏପଟେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଲୋକଙ୍କ ସପିଙ୍ଗ ଅନଲାଇନ କମ୍ପାନୀକୁ ମାଲମାଲ କରିଛି ।

ରିପୋର୍ଟ ମୁତାବକ, ଫେଷ୍ଟିଭ ସେଲ ସମୟରେ ଫ୍ଲିପକାର୍ଟ ମାର୍କେଟ ସେୟାର 60 ପ୍ରତିଶତ ବଢିଛି । ଯେତେବେଳେ କି ଆମଜାନ 30 ପ୍ରତିଶତ ଅଭିବୃଦ୍ଧି ସହ କାରବାର କରିଛି । ଏହାକୁ ଦେଖିବାକୁ ଗଲେ ଗଣନା ଅନୁଯାୟୀ, ଗତବର୍ଷ ତୁଳନାରେ ଫ୍ଲିପକାର୍ଟର ବିକ୍ରି 58 ପ୍ରତିଶତ ବଢିଥିଲା ବେଳେ ଏହି ଅବଧିରେ ଆମାଜନ 22 ପ୍ରତିଶତ ଅଧିକା ଜିନିଷ ବିକ୍ରି କରିପାରିଛି ।

ଇ-କମର୍ସ ପ୍ଲାର୍ଟଫର୍ମରେ ଛୋଟ ସହର ଗ୍ରାହକଙ୍କ ସଂଖ୍ୟା ବଢିଥିବାରୁ ଆମାଜନ ଓ ଫ୍ଲିପକାର୍ଟ ଭଳି ନାମୀଦାମୀ କମ୍ପାନୀର ବ୍ୟବସାୟ ଆଶାତୀତ ବୃଦ୍ଧି ପାଇଛି । ଏଥିମଧ୍ୟରେ ସର୍ବାଧିକ ସ୍ମାର୍ଟଫୋନ ଚାହିଦା ରହିଛି । ପ୍ରିମିୟମ ସେଗମେଣ୍ଟରେ ୱାନପ୍ଲସ, ଆପଲ, ରିଏଲମି ଭଳି ମୋବାଇଲ ପ୍ରାୟ 15ରୁ 18 ପ୍ରତିଶତ ବିକ୍ରି ହୋଇଛି ।

ତେବେ ଦେଶରେ ମାନ୍ଦାବସ୍ଥା ଲାଗିରହିଥିଲେ ସୁଦ୍ଧା ଫେଷ୍ଟିଭ ସେଲର ଏତେ ପରିମାମେ ବିକ୍ରି ଅନଲାଇନ ସପିଙ୍ଗ କମ୍ପାନୀଙ୍କୁ ଆର୍ଥିକ ବୁଷ୍ଟର ଦେଇଛି । ଏଥିସହ ଅନଲାଇନ ପ୍ରଡକ୍ଟ ଉପରେ ଗ୍ରାହକଙ୍କ ଚାହିଦାକୁ ଆକଲନ କରାଯାଉଛି ।

Intro:Body:

BLANK  FOR LINK 

Conclusion:
Last Updated : Oct 9, 2019, 2:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.