ETV Bharat / business

ଚଳିତ ଆର୍ଥିକ ବର୍ଷରେ 25 ହଜାର କୋଟି କ୍ଷତି ସହିପାରେ ଘରୋଇ ବିମାନ ଉଦ୍ୟୋଗ

author img

By

Published : May 7, 2020, 9:23 PM IST

ଉଡାଣ ସେବା ବନ୍ଦ ରହିଥିବା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ 24ରୁ 25000 କୋଟି କ୍ଷତି ସହିପାରନ୍ତି ଘରୋଇ ବିମାନ ଉଦ୍ୟୋଗ । କ୍ରିସିଲ ଏକ ରିପୋର୍ଟରେ ଏ ନେଇ ପ୍ରକାଶ କରିଛି । ଅଧିକ ପଢନ୍ତୁ..

Domestic aviation industry to crash-land this fiscal with 25,000 crore revenue loss
ଚଳିତ ଆର୍ଥିକ ବର୍ଷରେ 25 ହଜାର କୋଟି କ୍ଷତି ସହିପାରେ ଘରୋଇ ବିମାନ ଉଦ୍ୟୋଗ

ମୁମ୍ବାଇ: କୋରୋନା ମହାମାରୀର ପ୍ରକୋପ ଓ ଏଥିଯୋଗୁଁ ଲାଗୁ ଲକଡାଉନ କାରଣରୁ ଘରୋଇ ବିମାନ ଉଦ୍ୟୋଗ ଏବେ ଧରାଶାୟୀ । ଉଡାଣ ସେବା ବନ୍ଦ ରହିଥିବା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ 24 ରୁ 25 ହଜାର କୋଟି କ୍ଷତି ହୋଇପାରେ । କ୍ରିସିଲ ଏକ ରିପୋର୍ଟରେ ଏନେଇ ପ୍ରକାଶ କରିଛି ।

କ୍ରିସିଲ ଇନଫ୍ରାଷ୍ଟ୍ରକ୍ଚର ଆଡଭାଇଜରୀର ପରିବହନ ତଥା ଲଜିଷ୍ଟିକ୍ସ ନିର୍ଦ୍ଦେଶକ ଓ ପ୍ରାକ୍ଟିସ ଲିଡର ଜଗନାରାୟଣ ପଦ୍ମନାଭନ କହିଛନ୍ତି ଯେ ବିମାନ କମ୍ପାନୀଗୁଡିକ ସବୁଠାରୁ ଗୁରୁତର ପ୍ରଭାବିତ ହେବେ । ଏଥିସହ ମୋଟ କ୍ଷତିରେ ସେମାନଙ୍କ ଅଂଶ 70 ପ୍ରତିଶତରୁ ଅଧିକ (ପାଖାପାଖି 17,000 କୋଟି) ରହିବ ।

ସେ କହିଛନ୍ତି ଯେ ବିମାନବନ୍ଦର ଅପରେଟରଙ୍କୁ 5000-5,500 କୋଟି ଟଙ୍କା ଏବଂ ବିମାନବନ୍ଦରର ଖୁଚୁରା ବ୍ୟବସାୟୀଙ୍କୁ 1,700-1,800 କୋଟି ଟଙ୍କା କ୍ଷତି ହେବା ନେଇ ଅନୁମାନ ରହିଛି ।

କ୍ରିସଲ ରିପୋର୍ଟ ଅନୁସାରେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ କୋଲକାତା ଭଳି ପ୍ରମୁଖ ବିମାନ ବନ୍ଦରରେ ଯାତ୍ରା କଟକଣା ଦୀର୍ଘଦିନ ଧରି ଲାଗି ରହିଲେ କ୍ଷତି ଆହୁରି ବଢିପାରେ । ସେହିପରି ବିମାନ ଉଦ୍ୟୋଗ ଅଭିବୃଦ୍ଧି ଦର ଗତ 10 ବର୍ଷ ଧରି ହାରାହାରି 11 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.