ETV Bharat / business

କୋରୋନା ଲଢେଇ: ରାଧାକିଶନ ଦମାନୀ ଦେଲେ 155 କୋଟି ଟଙ୍କା

କୋରୋନା ମୁକାବିଲା ପାଇଁ ଆର୍ଥିକ ସହାୟତା ଦେଲେ ଡିମାର୍ଟ ପ୍ରମୋଟର ରାଧାକିଶନ ଦମାନୀ । ପିଏମ କେୟାର୍ସ ଓ ଅନ୍ୟାନ ରାଜ୍ୟ ରିଲିଫ ପାଣ୍ଠିକୁ 155 କୋଟି ଟଙ୍କା ଦାନ କରିଛନ୍ତି ।

author img

By

Published : Apr 4, 2020, 11:38 PM IST

dmart  promoter radhakishan damani gave rs 155 crore to pm cares fund
ରାଧାକିଶନ ଦମାନୀ ଦେଲେ 155 କୋଟି ଟଙ୍କା

ନୂଆଦିଲ୍ଲୀ. କୋରୋନା ମୁକାବିଲାରେ ସାମିଲ ହେଲା ଖୁଚୁରା କ୍ଷେତ୍ରର ବାଦଶାହ ଡି-ମାର୍ଟ । ଏହାର ପ୍ରମୋଟର ରାଧାକିଶନ ଦମାନୀ ପିଏମ କେୟାର୍ସ ଓ ଅନ୍ୟ ରାଜ୍ୟର ରିଲିଫ ପାଣ୍ଠିକୁ ମୋଟ 155 କୋଟି ଟଙ୍କା ଦାନ କରିଛନ୍ତି ।

ଡି-ମାର୍ଟର ମାଲିକାନା ଥିବା ଆଭେନ୍ୟୁ ସୁପରମାର୍ଟ ଶନିବାର ଏହି ସୂଚନା ଦେଇଛନ୍ତି । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଏଥିରୁ 100 କୋଟି ଟଙ୍କା ପିଏମ କେୟାର୍ସ ପାଣ୍ଠି ଏବଂ 11 ଟି ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ 55 କୋଟି ଟଙ୍କା ଯିବ ।

କୋରୋନା ଭାଇରସର ମୁକାବିଲା ତଥା ଏଥିରେ ପ୍ରଭାବିତଙ୍କ ସହଯୋଗ ପାଇଁ ପିଏମ କେୟାର୍ସ ପାଣ୍ଠି ଗଠନ କରାଯାଇଛି । ସାଧାରଣ ଲୋକଙ୍କ ଠାରୁ ନେତା, ଅଭିନେତା, ଉଦ୍ୟୋଗପତି ଏହି ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.