ETV Bharat / lifestyle

ମୁଁ ଠିକ୍ ନିଷ୍ପତ୍ତି ନେବାରେ ବିଶ୍ବାସ କରେନି, ନିଷ୍ପତ୍ତି ନିଏ ଓ ଏହାକୁ....

ଶିଳ୍ପପତି ରତନ ଟାଟା ଆଜି ଦୁନିଆରେ ନାହାଁନ୍ତି ସତ, ହେଲେ ଛାଡି ଯାଇଛନ୍ତି ନିଜର ଅଦ୍ବିତୀୟ ବ୍ୟକ୍ତିତ୍ବର ଛାପ । ତାଙ୍କର ପ୍ରେରଣାଦାୟୀ ଶବ୍ଦ ସବୁବେଳେ ସବୁ ପିଢିକୁ ଅନୁପ୍ରାଣିତ କରିବ ।

author img

By ETV Bharat Lifestyle Team

Published : 2 hours ago

Ratan Tata's Top inspiring words
ରତନ ଟାଟାଙ୍କ ପ୍ରେରଣାଦାୟୀ ଶବ୍ଦ (ETV Bharat)

Top Quotes by Ratan Tata: ଭାରତ ହରାଇଛି ଏକ ଅମୂଲ୍ୟ ରତ୍ନ । ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କ ପରଲୋକରେ ପୁରା ଦେଶରେ ଶୋକର ଛାୟା । ସେ କେବଳ ଜଣେ ବ୍ୟକ୍ତି ନଥିଲେ, ଥିଲେ ଅନୁଷ୍ଠାନ । ନିଜର ବ୍ୟକ୍ତିତ୍ବ, ସରଳ ଜୀବନଶୈଳୀ, ପରୋପକାରୀ, ଭଦ୍ର, ମେଳାପି ସ୍ବଭାବ ପାଇଁ ଖୁବ୍ ପରିଚିତ ଥିଲେ । ଲକ୍ଷ ଲକ୍ଷ ଯୁବ ବ୍ୟବସାୟୀଙ୍କ ପାଇଁ ଥିଲେ ଆଦର୍ଶ । ଦେଶରେ ଷ୍ଟାର୍ଟଅପଗୁଡିକର ବିକାଶ ପାଇଁ ତାଙ୍କର ଯୋଗଦାନ ପ୍ରଶଂସନୀୟ । ରତନ ଟାଟା ଜଣେ କିମ୍ବଦନ୍ତୀ ଉଦ୍ୟୋଗପତି ଥିଲେ ହେଁ କେବଳ ଲାଭ ଆଶାରେ ବ୍ୟବସାୟ କରୁନଥିଲେ ବରଂ ଅନ୍ୟକୁ ଦେବାରେ ବିଶ୍ବାସ ରଖୁଥିଲେ । ଦେଶ ତଥା ଦେଶବାସୀଙ୍କ ଉନ୍ନତି ପାଇଁ ସର୍ବଦା ଯୋଗଦାନ ଦେଉଥିଲେ । ଆଜି ସେ ଦୁନିଆରେ ନାହାଁନ୍ତି ସତ ହେଲେ ତାଙ୍କର ପ୍ରେରଣାଦାୟୀ ଶବ୍ଦ ସବୁବେଳେ ଯୁବପିଢିଙ୍କ ଅନୁପ୍ରାଣିତ କରୁଥିବ ।

ବିଜେନସ ଟାଇକୁନ ରତନ ଟାଟାଙ୍କ କିଛି ପ୍ରେରଣାଦାୟୀ ଶବ୍ଦ:

1.ମୁଁ ଠିକ୍ ନିଷ୍ପତ୍ତି ନେବାରେ ବିଶ୍ବାସ କରେନି । ମୁଁ ନିଷ୍ପତ୍ତି ନିଏ ଏବଂ ଏହାକୁ ଠିକ କରି ଦେଖାଏ ।

2. ଲୁହାକୁ କେହି ନଷ୍ଟ କରିପାରେନି କିନ୍ତୁ ଏହାର ନିଜ କଳଙ୍କି ନଷ୍ଟ କରିଦିଏ । ସେମିତି ଜଣେ ବ୍ୟକ୍ତିକୁ ଅନ୍ୟ କେହି ନୁହେଁ, ତା'ର ନିଜର ବିଚାରଧାରା ହିଁ ନଷ୍ଟ କରିଦେଇପାରେ ।

3. ସୁଯୋଗକୁ ଅପେକ୍ଷା କରନି, ନିଜ ପାଇଁ ସୁଯୋଗ ସୃଷ୍ଟି କର ।

4. ଯଦି ତୁମେ ଶୀଘ୍ର ଚାଲିବାକୁ ଚାହଁ ତେବେ ଏକୁଟିଆ ଚାଲ । ଯଦି ଦୂରକୁ ଯିବାକୁ ଚାହଁ, ତେବେ ସାଥୀ ନେଇ ଯାଅ ।

5. ଯଦି ଲୋକ ତୁମକୁ ପଥର ଫିଙ୍ଗୁଛନ୍ତି, ଏହି ପଥରକୁ ସଂଗ୍ରହ କରି ଏକ ସ୍ମାରକୀ ତିଆରି କରିବାରେ ଲଗାଅ ।

6. ନେତୃତ୍ବର ସର୍ବଦା ଉତ୍ତରଦାୟୀ ହେବାରେ ଥାଏ, ବାହାନା କରିବାରେ ନୁହେଁ

7. ଜୀବନରେ କଠିନତା ସେମାନଙ୍କ ପାଖକୁ ଆସେ, ଯାହାଙ୍କ ପାଖରେ ଏହାକୁ ସାମ୍ନା କରିବାର କ୍ଷମତା ଥାଏ ।

8. ଏ ଦୁନିଆ ଆବଶ୍ୟକତା ହିସାବରେ ଚାଲେ । ଶୀତ ଦିନରେ ସୂର୍ଯ୍ୟର ଅପେକ୍ଷା ରହିଥାଏ, ଖରାଦିନେ ସେହି ସୂର୍ଯ୍ୟକୁ ତିରସ୍କାର କରାଯାଏ । ଆପଣଙ୍କ ମୂଲ୍ୟ ସେପର୍ଯ୍ୟନ୍ତ, ଯେପର୍ଯ୍ୟନ୍ତ ଆପଣଙ୍କର ଆବଶ୍ୟକତା

9. ତୁମର ଭୁଲ୍ କେବଳ ତୁମର, ତୁମର ଅସଫଳତା ତୁମର, ଏଥିପାଇଁ କାହାକୁ ଦୋଷ ଦିଅନି । ଏହି ଭୁଲରୁ ଶିଖି ଜୀବନରେ ଆଗକୁ ବଢ । ।

10. ଅନ୍ୟକୁ ନକଲ କରୁଥିବା ବ୍ୟକ୍ତି କିଛି ସମୟ ପାଇଁ ସଫଳତା ପାଇପାରେ, ହେଲେ ଜୀବନରେ ଆଗକୁ ବଢିପାରେନି ।

11. ସବୁଠୁ ବଡ଼ ଅସଫଳତା- ପ୍ରୟାସ ନକରିବା ।

12. ସଫଳତାକୁ ନିଜ ମୁଣ୍ଡରେ ଚଢିବାକୁ ଦିଅନି ଏବଂ ଅସଫଳାତକୁ ହୃଦୟରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.