ETV Bharat / business

ଲକଡାଉନ: ବିଦ୍ୟୁତ ବିତରଣ କମ୍ପାନୀକୁ 30 ହଜାର କୋଟିର କ୍ଷତି ଆଶଙ୍କା

author img

By

Published : Apr 17, 2020, 11:23 PM IST

ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ଉପରେ 2020 ଫେବୃଆରୀ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ କମ୍ପାନୀଙ୍କ 92,602 କୋଟି ଟଙ୍କା ବକେୟା ରହିଛି । ଅଧିକ ପଢନ୍ତୁ..

discoms to suffer rs 30k cr revenue loss
ବିଦ୍ୟୁତ ବିତରଣ କମ୍ପାନୀକୁ 30 ହଜାର କୋଟିର କ୍ଷତି ଆଶଙ୍କା

ନୂଆଦିଲ୍ଲୀ: ଦେଶବ୍ୟାପି ଜାରି ରହିଥିବା ଲକଡାଉନ ଯୋଗୁଁ ବିଦ୍ୟୁତ ବିତରଣ କମ୍ପାନୀକୁ 30 ହଜାର କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡିପାରେ । ଏଥିସହ ସେମାନେ ପ୍ରାୟ 50 ହଜାର କୋଟି ଟଙ୍କାର ନଗଦ ସଙ୍କଟର ସାମ୍ନା କରିପାରନ୍ତି । ଶୁକ୍ରବାର ଶିଳ୍ପ ସଙ୍ଗଠନ CII ଏନେଇ ଆକଳନ କରିଛି ।

ଏପଟେ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ଉପରେ 2020 ଫେବୃଆରୀ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ କମ୍ପାନୀଙ୍କ 92,602 କୋଟି ଟଙ୍କା ବକେୟା ରହିଛି ।

ଶୁକ୍ରବାର CII ଏକ ରିପୋର୍ଟ ଜାରି କରି କହିଛି ଯେ, ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ଉତ୍ପାଦନ କମ୍ପାନୀଗୁଡିକର ବକେୟା ପୈଠ ପାଇଁ ଋଣ ସୁବିଧା, ଶିଳ୍ପ ଏବଂ ବ୍ୟବସାୟ ସହ ଜଡିତ ଗ୍ରାହକଙ୍କ ପାଇଁ ବିଦ୍ୟୁତ ହାର କମ ଏବଂ ବିଦ୍ୟୁତ ଶୁଳ୍କ ଏବଂ କୋଇଲା ସେସ ଭଳି ପରୋକ୍ଷ ଟିକସ ଛାଡ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ।

CII କହିଛି ଯେ,ବିଦ୍ୟୁତ କ୍ଷେତ୍ର ବନ୍ଦ ମଧ୍ୟରେ ଜରୁରୀ ସେବା ମଧ୍ୟ ଜଡିତ ଅଛି । ଏହି ସେକ୍ଟର ଚାହିଦା ସହିତ ନଗଦ ଅଭାବ ସଙ୍କଟ ଦେଇ ଗତି କରୁଛି ।

ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.