ETV Bharat / business

ଜୁଲାଇ 31 ଯାଏଁ ଅନ୍ତର୍ଜାତୀୟ ଉଡାଣ ବନ୍ଦ

author img

By

Published : Jun 30, 2021, 4:59 PM IST

ପୁଣି ମାସେ ବଢିଲା ଅନ୍ତର୍ଜାତୀୟ ଉଡାଣ ରଦ୍ଦ ଅବଧି । ଜୁଲାଇ 31 ଯାଏଁ ବନ୍ଦ ରହିବ ଦେଶ ବାହାରକୁ ଉଡାଣ ! ଅଧିକ ପଢନ୍ତୁ...

ଜୁଲାଇ 31 ଯାଏଁ  ଅନ୍ତର୍ଜାତୀୟ ଉଡାଣ ବନ୍ଦ
ଜୁଲାଇ 31 ଯାଏଁ ଅନ୍ତର୍ଜାତୀୟ ଉଡାଣ ବନ୍ଦ

ନୂଆଦିଲ୍ଲୀ: କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ରଦ୍ଦ ଅବଧିକୁ ବଢାଯାଇଛି । ଦେଶରୁ ଯାଉଥିବା ନିୟମିତ ଅନ୍ତରାଷ୍ଟ୍ରୀୟ ଉଡାଣ ଜୁଲାଇ 31 ଯାଏଁ ବନ୍ଦ ରହିବ । ବୁଧବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏ ନେଇ ସୂଚନା ଦେଇଛି ।

ଜୁଲାଇ 31 ଯାଏଁ  ଅନ୍ତର୍ଜାତୀୟ ଉଡାଣ ବନ୍ଦ
ଜୁଲାଇ 31 ଯାଏଁ ଅନ୍ତର୍ଜାତୀୟ ଉଡାଣ ବନ୍ଦ

କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଏହି ଉଡାଣ ବନ୍ଦ ରହିଛି । ତେବେ ଡିଜିଏସ ଦ୍ବାରା ଅନୁମୋଦିତ ବିମାନ ଓ କୋର୍ଗୋ ବିମାନ ଚଳାଚଳ କଟକଣାମୁକ୍ତ ରହିବ ।

କୋରୋନା ଭାଇରସ ମହାମାରୀ ଯୋଗୁଁ 2020 ମାର୍ଚ୍ଚ 23 ରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚାଲୁଥିବା ନିର୍ଦ୍ଧାରିତ ଉଡାଣ ବନ୍ଦ ରହିଛି । ହେଲେ ମେ ମାସ ପରେ ବନ୍ଦେ ଭାରତ ମିଶନ ଅଧିନରେ ସ୍ବତନ୍ତ୍ର ଅନ୍ତରାଷ୍ଟ୍ରୀୟ ଉଡାଣର ପରିଚାଳନା କରାଯାଉଛି । ଏହା ବ୍ୟତୀତ ଜୁଲାଇରୁ ସିଲେକ୍ଟେଡ ଦେଶ ମଧ୍ୟରେ ଦ୍ବିପାକ୍ଷିକ ‘‘ ଏୟାର ବବଲ’ବ୍ୟବସ୍ଥା ଅଧିନରେ କିଛି ଉଡାଣ ଚାଲିଛି । ଭାରତ 24 ଦେଶ ସହ ଏୟାର ବବଲ ବୁଝାମଣା କରିଛି । ଏହି ଚୁକ୍ତି ଅନୁସାରେ ଦୁଇ ଦେଶ ମଧ୍ୟରେ ସେମାନଙ୍କ ଏୟାରଲାଇନ ଦ୍ବାରା ସ୍ବତନ୍ତ୍ର ଉଡାଣ ପରିଚାଳନା କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.