ନୂଆଦିଲ୍ଲୀ: ବିଦ୍ୟୁତ, ପାଣି ପାଇପଲାଇନ ଓ ଜଳ ନିଷ୍କାସନ ସୁବିଧା ଥିବା ଜମି ବିକ୍ରି ଉପରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡିବ । ଅଗ୍ରିମ ନିର୍ଣ୍ଣୟ ପ୍ରାଧିକରଣ (AAR) ଏହି ବ୍ୟବସ୍ଥା କରିଛି ।
AAR କହିଛି କି ଯଦି କୌଣସି ରିୟଲ-ଇଷ୍ଟେଟ ଡେଭଲପର ସମସ୍ତ ଭିତ୍ତିଭୂମି ସୁବିଧା ଥିବା ଜମିକୁ ପ୍ଲଟ ଭାବେ ବିକ୍ରି କରୁଛି ତେବେ ତା ଉପରେ ଜିଏସଟି ନିର୍ଦ୍ଧାରଣ ହେବ । AAR ଏହା ମଧ୍ୟ ନିଷ୍କର୍ସ ଦେଇଛି ଯେ ବିକଶିତ ପ୍ଲଟ ବିକ୍ରୟ , ଘର ନିର୍ମାଣ ଧାରା ଅଧୀନରେ ଆସିବ । ଫଳରେ ଏହା ଉପରେ ଜିଏସଟି ଲଗାଯିବ ।
କଣ, ବିଦ୍ୟୁତ୍, ଜଳ, ଡ୍ରେନେଜ୍ ଏବଂ ସମତଳ ଜମି ଭଳି ପ୍ରାଥମିକ ସୁବିଧା ଥିବା ପ୍ଲଟ ବିକ୍ରୟ ଉପରେ ଜିଏସଟି ଦେବାକୁ ପଡିକ କି ନାହିଁ ? ଏ ନେଇ ଜଣେ ଆବେଦନକାରୀ AAR ର ଗୁଜୁରାଟ ବେଞ୍ଚ ଆଗରେ ଆବେଦନ କରିଥିଲେ । ଏହାର ଜବାବରେ ଏଏଆର କହିଛି କି, ‘‘ ଆମେ ବିଶ୍ବାସ କରୁ କି ବିକଶିତ ପ୍ଲଟ କ୍ରେତାଙ୍କୁ ବିକ୍ରୟ ପାଇଁ ଘର ନିର୍ମାଣ ଧାରା ଅଧୀନରେ ଆସିବ । ଏଭଳି ପରିସ୍ଥିତିରେ ଜିଏସଟି ଦେବାକୁ ପଡିବ । ’’
ଏଏମଆରଜି ଆଣ୍ଡ ଆସୋସିଏଟସର ସିନିୟର ପାର୍ଟନର ରଜତ ମୋଗନ କହିଛନ୍ତି କି ଏହି ନିଷ୍ପତ୍ତିର ସିଧା ଓ ତୁରନ୍ତ ଏବଂ ପ୍ରତିକୂଳ ପ୍ରଭାବ ସମଗ୍ର ରିଅଲ ଇଷ୍ଟେଟ ସେକ୍ଟର ଉପରେ ପଡିବ ।