ETV Bharat / business

ଡିଜିଟାଇଜେସନ ପରେ ବି ବଢିବ ନଗଦ ଚାହିଦା : ଆରବିଆଇ ସର୍ଭେ - ଆରବିଆଇ ସର୍ଭେ

ସୁଧହାର କମ ରହିଲେ , ଲୋକ ବ୍ୟାଙ୍କରେ ଟଙ୍କା ରଖିବା ବଦଳରେ ନିଜ ପାଖଥରେ ରଖିଥାନ୍ତି । ଫଳରେ ନେଣଦେଣ ମଧ୍ୟ ବଢିପାଇଥାଏ । ଏଥିଯୋଗୁଁ ଆଗକୁ ନଗଦ ଚାହିଦା ବଢିବ ବୋଲି ଆଶା ରହିଛି । ଅଧିକ ପଢନ୍ତୁ..

ଡିଜିଟାଇଜେସନ ପରେ ବି ବଢିବ ନଗଦ ଚାହିଦା
ଡିଜିଟାଇଜେସନ ପରେ ବି ବଢିବ ନଗଦ ଚାହିଦା
author img

By

Published : Jul 20, 2020, 2:44 PM IST

ନୂଆଦିଲ୍ଲୀ: କମ ସୁଧହାର ପରିବେଶରେ ନଗଦ ଚାହିଦା ବଢିଥାଏ । ଆଉ ଯେବେ ସୁଧ ହାର ବଢେ ସେତେବଳେ ନଗଦ ଚାହିଦା ହ୍ରାସ ପାଇଥାଏ । ଏ ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଷ୍ଟାଫ ସର୍ଭେରୁ ଜଣାପଡିଛି କି , ଦେଶରେ ଡିଜିଟାଲ କାରବାର ବହୁଳ ବ୍ୟବହାର ପରେ ବି ଆଗାମୀ ଦିନରେ ବଜାରରେ ଅଧିକ ନଗଦ ନେଣଦେଣ ଦେଖିବାକୁ ମିଳିବ ।

ଆରବିଆଇର ସଦ୍ୟତମ ରିପୋର୍ଟ ଅନୁସାରେ, ପ୍ରଥମ ଥର ପାଇଁ 2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଏଟିଏମ ତୁଳନାରେ କାର୍ଡ ଓ ମୋବାଇଲ ପେମେଣ୍ଟ 10.57 ଟ୍ରିଲିୟନ ଡେଇଁଛି । ଯେତେବେଳେ କି ଏଚିଏମ ଉଠାଣ 9.12 ଟ୍ରିଲିୟନ ରହିଛି । ଆଗକୁ ମଧ୍ୟ କୋରୋନା ସଙ୍କଟ ମଧ୍ୟରେ ଲୋକମାନେ ଏଟିଏମକୁ ସ୍ପର୍ଶ ନ କରି ମୋବାଇ ଓ କାର୍ଡ ପେମେଣ୍ଟକୁ ଚୟନ କରିବେ ବୋଲି ଆଶା କରାଯାଉଛି ।

ଆରବିଆଇର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଓ ମୁଦ୍ରାନୀତି କମିଟି ସଦସ୍ୟ ଜନକ ରାଜ୍‌, ଇନ୍ଦନିଲ ଭଟ୍ଟାଚାର୍ଯ୍ୟ, ସୀମାର ରଞ୍ଜ ବେହେରା, ଜଏସ ଜନ ଓ ଭିମାପ୍ପା ଅର୍ଜୁନ ତଲୱାରଙ୍କ ଲିଖିତ

ଆରବିଆଇ ପେପେର ‘ ମଡେଲିଂ ଆଣ୍ଡ ଫୋରକାଣ୍ଠି କରେନ୍ସି ଡିମାଣ୍ଡ ଇନ ଇଣ୍ଡିଆ ’ରେ ଭିନ୍ନ ମତ ରହିଛି ।

ଆଗକୁ ଦେଶରେ ଡିଜିଟାଲ କାରବାର ବୃଦ୍ଧି ହେବ । କିନ୍ତୁ ବର୍ତ୍ତମାନ ଓ ନିକଟ ଭବିଷ୍ୟତରେ ଏହା ଦେଖିବାକୁ ମିଳିବନି । ସୁଧହାର କମ ରହିଲେ , ଲୋକ ବ୍ୟାଙ୍କରେ ଟଙ୍କା ରଖିବା ବଦଳରେ ନିଜ ପାଖଥରେ ରଖିଥାନ୍ତି । ଫଳରେ ନେଣଦେଣ ମଧ୍ୟ ବଢିପାଇଥାଏ ।

ପ୍ରକାଶ ଯେ, ଜୁଲାଇ 10 ସୁଦ୍ଧା ବଜାରରେ 2.31 ଲକ୍ଷ କୋଟି ଟଙ୍କା ନଗଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.