ETV Bharat / business

ଶହୀଦଙ୍କ ପରିବାରକୁ ସମ୍ମାନ ଦାବି: 18ରେ ବ୍ୟବସାୟ ଠପ୍

ପୁଲୱାମା ଆକ୍ରମଣକାରୀଙ୍କୁ କଡା ଶାସ୍ତି ଦେବା ଦାବିରେ ଆସନ୍ତା 18ରେ ରାଷ୍ଟ୍ରୀୟ ରାଜଧାନୀରେ ବ୍ୟବସାୟ ଠପ ରହିବ ।

author img

By

Published : Feb 16, 2019, 8:39 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: 46 ବୀରପୁଅଙ୍କ ଜୀବନ ମୂଲ୍ୟ ମାଗୁଛି ଭାରତ । ଗୋଟି ଗୋଟି କରି ପ୍ରତ୍ୟେକ ଆତଙ୍କବାଦୀଙ୍କ ମୁଣ୍ଡ ଚାହୁଁଛି ପ୍ରତିଟି ଭାରତୀୟ । ନରହନ୍ତାଙ୍କୁ କଡା ଶାସ୍ତି ଦେବା ଦାବିରେ ଆସନ୍ତା 18ରେ ରାଷ୍ଟ୍ରୀୟ ରାଜଧାନୀରେ ବ୍ୟବସାୟ ଠପ ରହିବ ।

ଏହିଦିନ ରାଜଧାନୀର ପ୍ରତ୍ୟେକ ବଜାର ବନ୍ଦ ରହିବ । ଦୋକାନରେ ତାଲା ପଡିବ । ଶହୀଦଙ୍କୁ ନ୍ୟାୟ ଓ ସେମାନଙ୍କ ପରିବାରକୁ ସମ୍ମାନ ଦେବା ପାଇଁ ବ୍ୟବସାୟ ବନ୍ଦ ରଖିବେ ବ୍ୟବସାୟୀ ।

ପୁଲୱାମା ଆକ୍ରମଣରେ ଦେଶ 46 ଯବାନଙ୍କୁ ହରାଇଛି । ଏଥିରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ପାକିସ୍ତାନକୁ କଡା ନିନ୍ଦା କରିଛି । ଇଟାର ଜବାବ ପଥରରେ ଦେବା ପାଇଁ ଶାସକ ଦଳର ସାଥ ଦେଇଛନ୍ତି ବିରୋଧୀ । ଏହି ଘଟଣା ସମସ୍ତଙ୍କୁ ଏପରି ଗଭୀର ଆଘାତ ଦେଇଛି ଯେ, ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ରକ୍ତ ଗରମ ହୋଇପଡିଛି ।

Intro:Body:

ବିବାହ କାର୍ଡରେ ମୋଦିଙ୍କୁ ଭୋଟ ଦେବାକୁ ଅପିଲ 

ହାଇଦ୍ରାବାଦ: ଆଗକୁ ଅଛି ଲୋକସଭା ନିର୍ବାଚନ । ଏଥିଲାଗି ପାର୍ଟି ଭୋଟ ପାଇଁ ପ୍ରଚାର କରୁନାହିଁ, ଏବେ ବିବାହ କାର୍ଡରେ ମଧ୍ୟ ଭୋଟ ଅପିଲ କରାଗଲାଣି । ହାଇଦ୍ରାବାଦର ଜଣେ ଇଞ୍ଜିନିୟର ତାଙ୍କ ବିବାହ କାର୍ଡକୁ ଏକ ଅଭିନବ ଉପାୟରେ ବନେଇଛନ୍ତି । ବିବାହ କାର୍ଡରେ ମୋଦିଙ୍କୁ ଭୋଟ ଦେବା ପାଇଁ ସେ ଅତିଥିମାନଙ୍କୁ ଅପିଲ କରିଛନ୍ତି ।  

ହାଇଦ୍ରାବାଦର ମୁକେଶ ରାଓ ୟାଣ୍ଡେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜଣେ ବଡ ସମର୍ଥକ । ତେଣୁ ତାଙ୍କ ବିବାହ ଉତ୍ସବରେ କିଛି ଦାବି ଉପହାର ନ ଚାହିଁ ମୋଦିଙ୍କ ପାଇଁ ଭୋଟ ମାଗିଛନ୍ତି । ଫେବୃୟାରୀ 21 ତାରିଖରେ ରହିଛି ମୁକେଶଙ୍କ ବିବାହ । ଏଥିପାଇଁ ଛପାସରିଛି ପ୍ରାୟ 600 ନିମନ୍ତ୍ରଣ କାର୍ଡ । କାର୍ଡର ପ୍ରଥମ ପୃଷ୍ଠାଟି ସାଧାରଣ ବିବାହ କାର୍ଡ ଭଳି ରହିଥିବା ବେଳେ ଭିତରେ ରହିଛି ବିଜେପିର ପଦ୍ମର ଚିହ୍ନ ରହିଛି । 

ଯଦିଓ ପରିବାର ଲୋକ ଏପରି କାର୍ଡ ନକରିବା ପାଇଁ କହୁଥିଲେ । ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ମୁଁ ସେମାନଙ୍କୁ ରାଜି କରି ଦେଇଥିବା ମୁକେଶ କହିଛନ୍ତି । ଗତମାସରେ ଗୁଜୁରାଟର ଦମ୍ପତି ରାଫେଲ ମାମଲାକୁ ନେଇ ନିଜ ବିବାହ କାର୍ଡ ବନାଇ ଚର୍ଚ୍ଚାରେ ଆସିଥିଲେ । ଏହି କାର୍ଡ ମଧ୍ୟ ମୋଦିଙ୍କ ନିକଟରେ ପହଞ୍ଚିଥିଲା । ମୋଦି ଦମ୍ପତିଙ୍କୁ ଆର୍ଶୀବାଦ ମଧ୍ୟ ଦେଇଥିଲେ । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.