ETV Bharat / business

ବଜେଟରେ ବହୁତ ଅଧିକ ଅଛି ଆର୍ଥିକ ନିଅଣ୍ଟ ଟାର୍ଗେଟ: ଫିଚ

ଭାରତର ଆର୍ଥିକ ନିଅଣ୍ଟ ଆଶା ଠାରୁ ଅଧିକ ରହିଛି । ଆଉ ମଧ୍ୟମ ଅବଧିରେ ଏକୀକରଣର ଗତି ଆଶା କରାଯାଉଥିବା ଠାରୁ ଧୀମା ଅଟେ । ସାଧାରଣ ବଜେଟ ଉପରେ ମନ୍ତବ୍ୟ ଦେଇ ଏଭଳି କହିଛି ରେଟିଂ ଏଜେନ୍ସି ଫିଚ ।

ବଜେଟରେ ବହୁତ ଅଧିକ ଅଛି  ଆର୍ଥିକ ନିଅଣ୍ଟ ଟାର୍ଗେଟ : ଫିଚ

author img

By

Published : Feb 2, 2021, 4:50 PM IST

ନୂଆଦିଲ୍ଲୀ: ନିକଟ ଅବଧିରେ ଭାରତର ଆର୍ଥିକ ନିଅଣ୍ଟ ଆଶା ଠାରୁ ଅଧିକ ରହିଛି । ଆଉ ମଧ୍ୟମ ଅବଧିରେ ଏକୀକରଣର ଗତି ଆଶା କରାଯାଉଥିବା ଠାରୁ ଧୀମା ଅଟେ । ସାଧାରଣ ବଜେଟ ଉପରେ ମନ୍ତବ୍ୟ ଦେଇ ଏଭଳି କହିଛି ରେଟିଂ ଏଜେନ୍ସି ଫିଚ ।

ଭାରତ, ଯାହାର ଫିଚ ଭଳି କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡିକର ଅଭିଯୋଗ ରହିଛି ଯେ ସେମାନଙ୍କ ରେଟିଂ ଅର୍ଥନୀତିର ମୌଳିକ ପ୍ରସଙ୍ଗକୁ ପ୍ରତିଫଳିତ କରେ ନାହିଁ । ସୋମବାର ଉପସ୍ଥାପିତ ସାଧାରଣ ବଜେଟ 2021-22 କୁ ନେଇ ଫିଚ କହିଛି ଯେ ଏହି ସମୟରେ ଆର୍ଥିକ ନିଅଣ୍ଟ ଜିଡିପିର 9.5 ପ୍ରତିଶତରୁ ଅଧିକ ଅଟେ । ଯେତେବେଳେ କି ଏହାର ଲକ୍ଷ୍ୟ ଥିଲା 3.5 ପ୍ରତିଶତ ରହିବା ଆବଶ୍ୟକ ଥିଲା ।

ଆସନ୍ତା ଆର୍ଥିକ ବର୍ଷ 2021-22 ପାଇଁ ଆର୍ଥିକ ନିଅଣ୍ଟର ଲକ୍ଷ୍ୟ 6.8 ପ୍ରତିଶତ ରହିଛି । ଫିଚ ରେଟିଂର ଏସିଆ ପେସିଫିକ ଟିମର ନିର୍ଦ୍ଦେଶକ ଜେରେମି ଜୁକ କହିଛନ୍ତି କି, ‘‘ ଭାରତରେ କେନ୍ଦ୍ର ସରକାର ଦ୍ବାରା ଫେବୃଆରୀ ପହିଲାରେ ଆଗତ ହୋଇଥିବା ବଜେଟରେ ଆର୍ଥିକ ନିଅଣ୍ଟ ଲକ୍ଷ୍ୟ ବହୁତ ଅଧିକ ରହିଛି ।

ଜୁକ ଆହୁରି ମଧ୍ୟ କହିଛନ୍ତି କି, ‘ ଆମେ ବୃଦ୍ଧି ସମ୍ଭାବନା ଓ ଭାରତୀୟ ସାର୍ବଜନୀକ ଋଣର ଚ୍ୟାଲେଞ୍ଜ ତଥା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି 2020 ଜୁନରେ ନକରାତ୍ମକ ଦୃଷ୍ଟିକୋଣ ସହ ଭାରତର ରେଟିଂକୁ 'BBB-minus'ରେ ରଖିଥିଲୁ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ର ବଜେଟରେ ବଡ ପରିମାଣର ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ଯାହାର ସିଂହ ଭାଗ ଋଣ ଜରିଆରେ ପୂରଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.