ନୂଆଦିଲ୍ଲୀ: ଆଶ୍ବସ୍ତି! ଗୋଟିଏ ମାସ ପରେ ପେଟ୍ରୋଲ ଦାମ ବୃଦ୍ଧିରେ ଲାଗିଲା ବ୍ରେକ। ନଭେମ୍ବର 5 ପରେ ପ୍ରଥମ ଥର ଶୁକ୍ରବାର ତେଲ ଦାମ ସାମାନ୍ୟ କମିଛି। ସେପଟେ ଡିଜେଲ ସ୍ଥିର ରହିଛି।
ଇଣ୍ଡିଆଲ ଅଏଲ ୱେବସାଇଟ ଅନୁଯାୟୀ, ଦିଲ୍ଲୀ, କୋଲକତାରେ ପେଟ୍ରୋଲ ଲିଟର ପିଛା 5 ପଇସା ଲେଖାଏଁ ଓ ମୁମ୍ବାଇ, ଚେନ୍ନାଇରେ 7 ପଇସା ଲେଖାଏଁ ହ୍ରାସ ହୋଇଛି। ଫଳରେ ଦିଲ୍ଲୀ, କୋଲକତା ମୁମ୍ବାଇ ଓ ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ଦାମ ହ୍ରାସ ପାଇ କ୍ରମଶଃ 74.86, 77.54, 80.51 ଓ 77.83 ଟଙ୍କା ରହିଛି ରହିଛି।
ଯଦିଓ 4 ମହାନଗରରେ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି । ଏହି ସବୁ ସ୍ଥାନରେ ଡିଜେଲ ଲିଟର ପିଛା ଯଥାକ୍ରମେ 65.78 , 68.19 , 69 ଓ 69.53 ଟଙ୍କା ଅଛି ।
ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ଅଶୋଧିତ ତୈଳ ଦାମ ବୃଦ୍ଧି ଥମିଛି । ଶୁକ୍ରବାର ଏଠାରେ ବ୍ୟାରେଲ ପିଛା ଆଶୋଧିତ ତୈଳ 0.43 ପ୍ରତିଶତ ହ୍ରାସ ପାଇ 63.12 ଡଲାର ରହିଛି।