ETV Bharat / business

ବଜାର କବଜା ଯୁ୍ଦ୍ଧ: ପାଣିଠୁ ଶସ୍ତା ଅଶୋଧିତ ତେଲ

author img

By

Published : Mar 9, 2020, 5:51 PM IST

ବଜାରରେ କବଜା ଜମାଇବାକୁ ଋଷ ଓ ସାଉଦି ମଧ୍ୟରେ ପ୍ରାଇସ ୱାର ଡାକରା । ବ୍ୟାରେଲ ପିଛା 2500 ଟଙ୍କାକୁ ଖସିଲା ଅଶୋଧିତ ତୈଳ ଦାମ ।

crude oil becomes cheaper than water price falls below rs 2500 barrel in futures marke
ପାଣିଠୁ ଶସ୍ତା ଅଶୋଧିତ ତେଲ

ମୁମ୍ବାଇ: ଏବେ ପାଣିଠୁ ଶସ୍ତା ଅଶୋଧିତ ତୈଳ । ଅନ୍ତରାଷ୍ଟ୍ରୀୟ ବଜାରର ଅଚାନକ ଅଶୋଧିତ ତୈଳ ଦାମ 30 ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଫଳରେ ଭାରତୀୟ ବଜାରରେ ଏହାର ଦାମ ଭାରୀ ମାତ୍ରାରେ ଖସିଛି । ଏହାର ପ୍ରଭାବରେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦାମ ଭାରୀ ମାତ୍ରାରେ ହ୍ରାସ ପାଇବ ।

ଦ୍ବିପ୍ରହର 2 ଟାରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 14.25 ଡଲାର ହ୍ରାସ ସହ 2500 ଟଙ୍କା(31.02 ଡଲାର)ରେ ପହଞ୍ଚିଛି। ଯାହାକି 29 ବର୍ଷର ସର୍ବନିମ୍ନ ଦୈନିକ ହ୍ରାସ । 1991 ମସିହା ଜାନୁଆରୀ 17 ରେ ହୋଇଥିବା ଖାଡି (ଗଳ୍ଫ ଦେଶ)ଯୁଦ୍ଧ ସମୟରେ ଏତେ ପରିମାଣରେ ଅଶୋଧିତ ତୈଳ ଦାମ କମିଥିଲା । ସାଉଦି ଆରବ ତେଲ ଦାମ ହ୍ରାସ କରିଥିବା ଯୋଗୁଁ ବଜାରରେ ଏଭଳି ଅବସ୍ପୀତି ଦେଖାଦେଇଛି ।

1 ବ୍ୟାରେଲରେ 159 ଲିଟର ଅଶୋଧିକ କୈଳ ରହିଥାଏ । ଏଭଳି ଭାବେ 1 ଲିଟର ଅଶୋଧିକ ତୈଳ ଦାମ ପାଖାପାଖୀ 15ରୁ 16 ଟଙ୍କା ଆସିବ । ଯେତେବେଳେ ଏବେକା ସମୟରେ 1 ଲିଟର ପାଣି ଦାମ ପାଖାପାଖୀ 20 ଟଙ୍କା ରହିଛି ।

ଏହା ପୂର୍ବରୁ ଅଶୋଧିତ ତୈଳକୁ ନେଇ ଆରମ୍ଭ ହୋଇଥିବା ପ୍ରାଇସ ୱାର(ସାଉଦିଆରବ ଓ ଋଣ ଭିତରେ ତେଲ ଦାମକୁ ନେଇ ଯୁଦ୍ଧ) ଓ କୋରୋନା ଭାଇରସ ପ୍ରକୋପ କାରଣରୁ ଅନ୍ତରାଷ୍ଟ୍ରୀୟ ବଦାରରେ ଅଶୋଧିତ ତୈଳ ଦାମ ସୋମବାର 30 ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.