ETV Bharat / business

ପିମଏଙ୍କୁ ରାହୁଲଙ୍କ ପରାମର୍ଶ: ‘ଫୁଡ ନେଟ’ଓ ନ୍ୟାୟ ଯୋଜନା ଲାଗୁ କରାଯାଉ ’ - financial help to poor

କୋରୋନା ସଙ୍କଟର ମୁକାବିଲା ପାଇଁ ପିଏମଙ୍କୁ ଟିପ୍ସ ଦେଲେ ରାହୁଲ ଗାନ୍ଧୀ । ଗରିବଙ୍କୁ ଆର୍ଥିକ ସହଯୋଗ ପାଇଁ ଫୁଡ ନେଟ ଅର୍ଥାତ ଖାଦ୍ୟ ଯୋଗାଣ ସହ ନ୍ୟାୟ ଯୋଜନାକୁ ଆପଣାଇବା ଦରକାର ବୋଲି ରାହୁଳ କହିଛନ୍ତି । ଅଧିକ ପଢନ୍ତୁ..

create food net implement nyay scheme to provide financial help to poorcreate food net implement nyay scheme to provide financial help to poor
ପିମଏଙ୍କୁ ରାହୁଲଙ୍କ ପରାମର୍ଶ:‘ଫୁଡ ନେଟ’ଓ ନ୍ୟାୟ ଯୋଜନା ଲାଗୁ କରାଯାଉ ’
author img

By

Published : Apr 16, 2020, 5:11 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟର ସ୍ଥାୟୀ ସମାଧାନ ଲକଡାଉନ ନୁହେଁ । ବରଂ ବ୍ୟାପକ ମାତ୍ରାରେ ଓ ରଣନୈତିକ ରୂପରେ ଯାଞ୍ଚ ଦ୍ବାରା ଏହି ଭାଇରସର ପରାଜୟ କରାଯାଇପାରିବ । ଏଥିପାଇଁ ରାଜ୍ୟ ଓ ଜିଲ୍ଲାକୁ ପର୍ଯ୍ୟପ୍ତ ସାମଗ୍ରୀ ଯୋଗାଇବା ଦରକାର । ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ପରାମର୍ଶ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଭିଡିଓ ଲିଙ୍କ ମାଧ୍ୟମରେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି ଯେ, ‘‘ମୁଁ ଆଲୋଚନା ପାଇଁ ନୁହେଁ, ରଚନାତ୍ମକ ସହଯୋଗ ପାଇଁ ଟିପ୍ପଣୀ କରୁଛି । ସମସ୍ତ ରାଜନୈତିକ ଦଳ ଓ ଜନତା ମିଳିତ ଭାବେ କାମ କଲେ ଏହି ସଙ୍କଟରୁ ମୁକୁଳିପାରିବା ।’’

ଏଥିପାଇଁ ରାହୁଲ ଗାନ୍ଧୀ ସରକାରଙ୍କୁ କହିଛନ୍ତି ଯେ, ଗୋଦାମରେ ଚାଉଳ ଭରି ପଡିଛି । ଯାହା ପାଖରେ ରାସନକାର୍ଡ ନାହିଁ , ସେମାନଙ୍କୁ ମଧ୍ୟ ରାସନ ଦିଆଯାଉ । ନ୍ୟାୟ ଯୋଜନାକୁ ଆପଣାଯାଉ । ଗରିବଙ୍କ ଖାତାକୁ ସିଧାଳଖ ଟଙ୍କା ପଠାଯାଉ । କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ପାଇଁ ସରକାର ଆର୍ଥିକ ପ୍ୟାକେଜ ପ୍ରସ୍ତୁତ କରନ୍ତୁ, ଯେପରି ସେମାନଙ୍କୁ ରୋଜଗାର ହରାଇବାକୁ ପଡିବନି।

ସେହିପରି କୋରୋନା ଭାଇରସ ଯୋଗୁଁ ଦେଶ ଉପରେ ଆର୍ଥିକ ଚାପ ବଢିବା ସମ୍ଭାବନା ରହିଛି । ଏଥିପାଇଁ ପ୍ରଥମରୁ ହିଁ ସରକାର ଯୋଜନା ତିଆରି କରିବା ଆବଶ୍ୟକ । ଖାଦ୍ୟ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିପାରେ । କୃଷକଙ୍କ ସଂରକ୍ଷଣର ଆବଶ୍ୟକତାର ରହିଛି । ଏମଏସଏମଇ ଉଦ୍ୟୋଗକୁ ସହଯୋଗ , ଲୋକଙ୍କୁ ଫୁଡ ସିକ୍ୟୁରିଟି , ଉଦ୍ୟୋଗକୁ ଆର୍ଥିକ ସହାୟତାର ଦରକାର ରହିଛି ।

ଏସବୁର ମୁକାବିଲା ପାଇଁ ସରକାର ପ୍ୟାକେଜ ଘୋଷଣା ସହ ଅଧିକ ଆମଦାନୀ ଉପରେ ଫୋକସ କରନ୍ତୁ । ପ୍ରତି ଗରିବଙ୍କୁ 10 କିଲୋ ଗହମ. 10 କିଲୋ ଚାଉଳ ଓ 1 କିଲୋ ଚିନି ଯୋଗାଇଦିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.