ETV Bharat / business

କୋଭିଡ କ୍ଷତ: ଗ୍ଲୋବାଲ ପାୱାର ରେସରେ ଭାରତକୁ ପଛକୁ ଠେଲିଲା ଚୀନ

author img

By

Published : Oct 20, 2020, 4:55 PM IST

କୋରୋନା କାଳରେ ନୂଆ ଅର୍ଥନୈତିକ ସୁପରପାୱାର ଭାବେ ଉଭା ହେଉଛି ଚୀନ । ସେପଟେ କିନ୍ତୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ବିକାର ହାର ଖସୁଛି । କୋରୋନୋ ଭାରତରୁ ଚୀନ ପଛକୁ ଠେଲିଦେଇଥିବା ରିପୋର୍ଟ ପ୍ରକାଶ ହୋଇଛି । ଅଧିକ ପଢନ୍ତୁ..

କୋଭିଡ କ୍ଷତ: ଗ୍ଲୋବାଲ ପାୱାର ରେସରେ ଭାରତକୁ ପଛକୁ ଠେଲିଲା  ଚୀନ
କୋଭିଡ କ୍ଷତ: ଗ୍ଲୋବାଲ ପାୱାର ରେସରେ ଭାରତକୁ ପଛକୁ ଠେଲିଲା ଚୀନ

ବିଜନେସ ଡେସ୍କ, ଇଟିଭି ଭାରତ: କୋଭିଡ ପ୍ରଭାବରେ ବିଶ୍ବର ବହୁ ପ୍ରମୁଖ ଅର୍ଥବ୍ୟବସ୍ଥା ଗଭୀର ପ୍ରଭାବିତ ହୋଇଛି । ସେପଟେ କୋଭିଡର ଉତ୍ପତ୍ତି ଦେଶ ଚୀନ ଅର୍ଥବ୍ୟବସ୍ଥାରେ ବହୁତ କିଛି ଯୋଡି ହୋଇଛି । କୋଭିଡ ମାଚରେ ଚିତପଟ୍ଟାଙ୍ଗ ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିତି ମଧ୍ୟ ଏବେ ଚୀନ ମୁକାବିଲାରେ ବହୁତ ଦୁର୍ବଳ ହୋଇଛି ।

ଅଷ୍ଟ୍ରେଲିଆ ସ୍ଥିତ ଲୋଭି ଇନଷ୍ଟିଟ୍ୟୁଟ ( Australia-based Lowy Institute) ଦ୍ବାରା ଏସିଆ ପାୱାର ଇଣ୍ଡେକ୍ସ 2020ର ନୂଆ ରିପୋର୍ଟ ଅନୁସାରେ ଇଣ୍ଡୋ- ପ୍ୟାସିଫିକର ସମସ୍ତ ଦେଶ ମଧ୍ୟରେ ଭାରତ କୋରୋନା ଭାଇରସ ଯୋଗୁଁ ବିକାଶର କ୍ଷମତାକୁ ହରାଇଦେଇଛି । ଯାହା ଦ୍ବାରା ଆଗାମୀ ଦିନରେ ଚୀନକୁ ପଛରେ ପକାଇବା ଭାରତ ପାଇଁ ମୁସ୍କିଲ ହେବ । ଅଧ୍ୟୟନ ଅନୁସନ୍ଧାନ ପ୍ରମୁଖ ଓ ଲୋଭିର ଏସିଆଲ ପାୱାର ଆଣ୍ଡ ଡିପ୍ଲୋମେଟିକ ପୋଗ୍ରାମର ନିର୍ଦ୍ଦେଶକ ହର୍ବ ଲୋମିହିଓ (Hervé Lemahieu) କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଭାରତ ପୂର୍ବ ଦଶକ ତୁଳନାରେ ଚୀନର ଆର୍ଥିକ ଉତ୍ପାଦନର 40 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ ।

ସେ କହିଛନ୍ତି କି ‘‘ ଏଭଳି ସ୍ଥିତିପେ ଯେଉଁଠି ଅଧିକାଂଶ ଦେଶ ଏକ ବର୍ଷ ପୂର୍ବ ତୁଳନାରେ କମ ଶକ୍ତିଶାଳୀ, ସେଭଳି ସମୟରେ ଚୀନର କୋରୋନା ପରେ ତୀବ୍ର ଗତିରେ ମଜୁତ ହେଉଛି । ସିଡନି ସ୍ଥିତି ଲୋଭି ଇନଷ୍ଟିଟ୍ୟୁଟର ଏସିଆ ପାୱର ଇଣ୍ଡେକ୍ସ 2020 ଅନୁସାରେ 2019 ରେ ଭାରତର ପାୱର ସ୍କୋର 41.0 ଥିଲା । ଯାହା 2020 ରେ ହ୍ରାସ ହୋଇ 39.7 ହୋଇଛି । ଏହି ଲିଷ୍ଟରେ ଯେଉଁ ଦେଶର ସ୍କୋର 40 ବା ଏହା ଠାରୁ ଅଧିକ ହୋଇଥାଏ , ତାହାକୁ ଦୁନିଆର ପ୍ରମୁଖ ଶକ୍ତି ମାନାଯାଇଥାଏ । ଗତ ବର୍ଷ ଭାରତ ଏହି ଲିଷ୍ଟରେ ଆଗୁଆ ଥିଲା ବେଳେ ଏ ବର୍ଷ ସାମାନ୍ୟ ପଏଣ୍ଟ ଯୋଗୁଁ ଆଉଟ ହୋଇଯାଇଛି ।

2018ରେ ଲୋଭି ଇନଷ୍ଟିଟ୍ୟୁଟ ଦ୍ବାରା ଆରମ୍ଭ କରାଯାଇଥିବା ବାର୍ଷିକ ଏସିଆ ପାୱର ଇଣ୍ଡେକ୍ସ ଏସିଆ-ପ୍ରଶାନ୍ତରେ ସାପେକ୍ଷ ଶକ୍ତି ହୋଇଥିବା ଦେଶର ଉତ୍ସ ଏବଂ ପ୍ରଭାବ ମାପ କରେ | 2020 ସଂସ୍କରଣ କୋରୋନା ମହାମାରୀର ଭୌଗଳିକ ପରିଣାମକୁ ମଧ୍ୟ ବିଚାରକୁ ନିଆଯାଇଥାଏ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ବର୍ତ୍ତମାନ ସ୍ଥିତି ଅନୁସାରେ ଏହି ଦଶକର ଶେଷ ସୁଦ୍ଧା ଭାରତ, ଚୀନର ମୋଟ ଆର୍ଥିକ ଉତ୍ପାଦନର କେବଳ 40 ପ୍ରତିଶତରେ ହିଁ ପହଞ୍ଚିପାରିବେ । ଯେତେବେଳେ କି 2019ର ପୂର୍ବାନୁମାନରେ ଏହାର 50 ପ୍ରତିଶତ ହେବା ଆଶା ପ୍ରକାସ ପାଇଛି । ଆମେରିକା 81.6 ର ସ୍କୋର ସହ ଏହି କ୍ଷେତ୍ରରେ ସବୁଠୁ ଶକ୍ତିଶାଳୀ ଦେଶ ଭାବେ ରହିଆସିଛି । କିନ୍ତୁ 2020ରେ ଯେକୌଣସି ଇଣ୍ଡୋ ପେସିଫିକ ଦେଶ ଆପେକ୍ଷିକ ଶକ୍ତି ହ୍ରାସ କରିବାରେ ପଞ୍ଜିକୃତ ହୋଇଛି । ଏହା ପରେ ଚୀନ 76.1 ସ୍କୋର ସହ ଦ୍ବିତୀୟରେ ଓ ତୃତୀୟରେ ଜାପାନ 41 ସ୍କୋର ସହ ରହିଛି ।

ଏଥିସହ, ଏସିଆ ପାୱାର ଇଣ୍ଡେକ୍ସ ମଧ୍ୟ ଦର୍ଶାଇଛି ଯେ ଭିଏତନାମ, ଅଷ୍ଟ୍ରେଲିଆ ଏବଂ ତାଇୱାନ କେବଳ ତିନୋଟି ଦେଶ ଯିଏକି 2020 ରେ ଆପେକ୍ଷିକ ଶକ୍ତି ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.