ETV Bharat / business

ଭାରତ ଆଗରେ ମହାମାରୀର ନୂଆ ଚ୍ୟାଲେଞ୍ଜ, ପ୍ରଭାବିତ ହୋଇପାରନ୍ତି ସରକାର - GDP growth

ବର୍ତ୍ତମାନ ସଙ୍କେତ ଦର୍ଶାଉଛି କି କୋଭିଡ-19 ର ଏଭଳି ସ୍ଥିତି କ୍ଷମତାସୀନ ଭାଜପା ସମର୍ଥକଙ୍କୁ ଶକ୍ତ ଝଟକା ଲାଗିଛି । ହେଲେ ପିଏମ ନରେନ୍ଦ୍ର ମୋଦି ଓ ତାଙ୍କ ପାର୍ଟି ପ୍ରତି ମତଦାତାଙ୍କ ସମର୍ଥକ ଆଗାମୀ ତ୍ରୟମାସ ପର୍ଯ୍ୟନ୍ତ ବଜାୟ ରହିବ ବୋଲି ଏଜେନ୍ସି ଆଶା ରଖିଛି । ଅଧିକ ପଢନ୍ତୁ..

COVID-19 resurgence bringing renewed challenges for India; GDP growth seen at 9.5pc: Fitch

author img

By

Published : May 7, 2021, 5:28 PM IST

ନୂଆଦିଲ୍ଲୀ: ସମ୍ପ୍ରତି କୋଭିଡ-19 ସଙ୍କଟ ମଧ୍ୟରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ପ୍ରତି ଜନ ସମର୍ଥନକୁ ଶକ୍ତ ଧକ୍କା ଲାଗିଛି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳ ଆସନ୍ତା ତ୍ରୟମାସ ପାଇଁ ଭୋଟରଙ୍କ ସମର୍ଥନ ପାଇବେ ବୋଲି ଆଶା ରହିଛି । ଆଉ ଏହା ମାନବ ସଙ୍କଟ ସମୟରେ ସୁଦୃଢ ଜାରି ରହିବ । ଗ୍ଲୋବାଲ ରେଟିଂ ଏଜେନ୍ସି ଫିଚ୍ ସଲ୍ୟୁସନ୍ ଗୁରୁବାର ଆକଳନ କରି କହିଛି ।

କୋରୋନା ଭାଇରସ ସଂକ୍ରମଣ ଲହର ଦେଶର ସ୍ବାସ୍ଥ୍ୟ ସୁବିଧାକୁ ବୁଡାଇଦେଇଛି । ବ୍ୟବସ୍ଥା ଧ୍ବସ୍ତ ହୋଇଗଲା ଭଳି ମନେହେଉଛି । କୋରୋନା ଭାଇରସ ସଂକ୍ରମଣରେ ଏବେ ସୁଦ୍ଧାର ଦୈନିକ ସର୍ବାଧିକ 4,12,282 ମାମଲା ସାମ୍ନାକୁ ଆସିଛି । ଆଉ 3,980 ଲୋକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି ।

ଏଜେନ୍ସି କହିଛି କି କୋରୋନା ଭାଇରସ ସଂକ୍ରମଣର ଏହି ସମୟରେ ଆର୍ଥିକ ବର୍ଷ 2021-22 ରେ ଭାରତର ବାସ୍ତବିକ ମୋଟ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ହ୍ରାସ ହୋଇ 9.5 ପ୍ରତିଶତ ରହିପାରେ । ଫିଚ ଅନୁସାରେ କଣ୍ଟେନମେଣ୍ଟ ଜୋନ ଭଳି ଉପାୟ ଦ୍ବାରା ଭାରତର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିପାରେ । କିନ୍ତୁ ସ୍ଥାନୀୟ ସ୍ତରରେ ଅଲଗା ଅଲଗା ସ୍ଥାନରେ ଲାଗୁଥିବା ପ୍ରତିବନ୍ଧକ ଯୋଗୁଁ ଅର୍ଥବ୍ୟବସ୍ଥା ଉପରେ ବାସ୍ତବିକ ପ୍ରଭାବ ଗତ ବର୍ଷ ଏପ୍ରିଲ-ଜୁନ ତୁଳନାରେ କମ ରହିବ । ଗତ ଆର୍ଥିକ ବର୍ଷ ଏପ୍ରିଲ-ଜୁନ ମଧ୍ୟରେ ଦେଶରେ ବିଭିନ୍ନ ପର୍ଯ୍ୟାୟରେ କଠୋର ଲାଗୁ କରାଯାଇଥିଲା ।

ତେବେ ବର୍ତ୍ତମାନ ସମୟରେ କଟକଣା ଓ ପ୍ରତିବନ୍ଧକ ଦେଖିବାକୁ ଗଲେ ଅର୍ଥବ୍ୟବସ୍ଥା ତଳମୁହାଁ ନେଇ ବିପଦ ରହିଛି ବୋଲି ଏଜେନ୍ସି ଅନୁମାନ କରିଛି । ଏଜେନ୍ସି କହିଛି ଯେ କୋଭିଡ -19 ମାମଲାର ଦ୍ରୁତ ଅଭିବୃଦ୍ଧି ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସଙ୍କଟକୁ ପ୍ରକାଶ କରିଛି । ଆଉ ଏଭଳି ସଙ୍କେତ ଦର୍ଶାଉଛି କି କୋଭିଡ-19 ର ଏଭଳି ସ୍ଥିତି କ୍ଷମତାସୀନ ଭାଜପା ସମର୍ଥକଙ୍କୁ ଶକ୍ତ ଝଟକା ଲାଗିଛି । ହେଲେ ପିଏମ ନରେନ୍ଦ୍ର ମୋଦି ଓ ତାଙ୍କ ପାର୍ଟି ପ୍ରତି ମତଦାତାଙ୍କ ସମର୍ଥକ ଆଗାମୀ ତ୍ରୟମାସ ପର୍ଯ୍ୟନ୍ତ ବଜାୟ ରହିବ ବୋଲି ଏଜେନ୍ସି ଆଶା ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.