ନୂଆଦିଲ୍ଲୀ: ଆଜି ଦ୍ବିପ୍ରହର 2 ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିବେ । ଏନେଇ ଅର୍ଥମନ୍ତ୍ରୀ ଟ୍ବିଟ କରି କହିଛନ୍ତି ।
ଟ୍ବିଟରେ ସେ ଜଣାଇଛନ୍ତି ଯେ, ‘‘ଆମେ କୋରୋନା ଲକଡାଉନ ସମୟରେ ଏକ ଆର୍ଥିକ ପ୍ୟାକେଜ ପ୍ରସ୍ତୁତ କରୁଛୁ (ଯାହାର ପ୍ରାଥମିକତା ଉପରେ ଶୀଘ୍ର ଘୋଷଣା କରାଯିବ) । ଏହାକୁ ଆଜି 2 ଟାରେ ଭିଡିଓ କନଫ୍ରେନ୍ସିଂ ଜରିଆରେ ଗଣମାଧ୍ୟମକୁ ସମ୍ବୋଧନ କରିବି । ବିଶେଷ କରି ଆଇନଗତ ଏବଂ ନିୟାମକ ଅନୁପାଳନ ବିଷୟରେ |