ETV Bharat / business

ବିନା ଦରମାରେ ଛୁଟିରେ ଯିବାକୁ ବାଧ୍ୟ ଇଣ୍ଡିଗୋ କର୍ମଚାରୀ

author img

By

Published : Jun 1, 2021, 9:23 PM IST

ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀଙ୍କ ପାଇଁ ପୁଣି ବଢିଲା ସଙ୍କଟ । ବିନା ଦରମାରେ ଛୁଟିରେ ପଠାଉଛି କମ୍ପାନୀ । ଅଧିକ ପଢନ୍ତୁ..

ବିନା ଦରମାରେ ଛୁଟିରେ ଯିବାକୁ ବାଧ୍ୟ  ଇଣ୍ଡିଗୋ କର୍ମଚାରୀ
ବିନା ଦରମାରେ ଛୁଟିରେ ଯିବାକୁ ବାଧ୍ୟ ଇଣ୍ଡିଗୋ କର୍ମଚାରୀ

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ ଇଣ୍ଡିଗୋର LWP ( ଲିଭ ଉଇଥଆଉଟ ପେମେଣ୍ଟ) ସ୍କିମ ଘୋଷଣା । କମ୍ପାନୀର ବରିଷ୍ଠ କର୍ମଚାରୀ ସେପ୍ଟେମ୍ବର ଯାଏଁ ପ୍ରତି ମାସ 4 ଦିନ ଯାଏଁ ବାଧ୍ୟତାମୂଳକ ଭାବେ ବିନା ଦରମାରେ ଛୁଟିରେ ଯିବେ ।

କୋଭିଡ-19 ମହାମାରୀର ଦ୍ବିତୀୟ ଲହର ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହୋଇଛି । ଏପଟେ କର୍ମଚାରୀ ଓ ଅନ୍ୟାନ ସେବା ପାଇଁ କମ୍ପାନୀର ବ୍ୟୟ ବଢୁଛି । ତେବେ ଏସବୁକୁ ଦିଗକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ପଦକ୍ଷେ ଗ୍ରହଣ କରିଛି ।

ଇଣ୍ଡିଗୋର ବରିଷ୍ଠ ଉପାଧ୍ୟକ (ଉଡାଣ ପରିଚାଳନା) ଅଶୀମ ମିତ୍ରା ଏୟାରଲାଇନର ପାଇଲଟକୁ ପଠାଇଥିବା ଇମେଲରେ କହିଛନ୍ତି କି, ‘ ମହାମାରୀର ଦ୍ବିତୀୟ ଲହର ଆମ ସମସ୍ତଙ୍କ ପାଇଁ କଠିନ ରହିଛି । ଏହି କାରଣରୁ ଯାତ୍ରୀ ସଂଖ୍ୟା ହ୍ରାସ ହୋଇଛି । ଏଭଳି ସ୍ଥିତିରେ ଆମକୁ ବାଣିଜ୍ୟକ ଉଡାଣ ସଂଖ୍ୟା କମାଇବାକୁ ପଡୁଛି ।

ତେବେ କ୍ଷମତାରେ ହ୍ରାସ ଯୋଗୁଁ ଏୟାରଲାଇନ ସମସ୍ତ କର୍ମଚାରୀଙ୍କ ପାଇଁ ଏଲଡବ୍ଲ୍ୟୁପି ବ୍ୟବସ୍ଥା ଲାଗୁ କରିବ । ଏହା 15 ରୁ 4 ଦିନର ହେବ , ଯାହାକି କର୍ମଚାରୀ ଗ୍ରୁପ ଉପରେ ନିର୍ଭର କରିବ ।

ବି ଏବଂ ଏ ବ୍ୟାଣ୍ଡରେ ଆସୁଥିବା କର୍ମଚାରୀମାନେ ଏଥିରେ ଅନ୍ତର୍ଭୁକ୍ତ ନୁହଁନ୍ତି |। ଏୟାରଲାଇନ୍ସର ଅଧିକାଂଶ କର୍ମଚାରୀ ବି ଏବଂ ଏ-ବ୍ୟାଣ୍ଡରେ ଅଛନ୍ତି । ଏହା ହେଉଛି ସର୍ବନିମ୍ନ ବ୍ୟାଣ୍ଡ । ତେବେ ସବୁ ପାଇଲଟ ଜୁନ ପହିଲା ଅର୍ଥାତ ଆଜିଠାରୁ ଆସନ୍ତା 3 ମାସ ଯାଓ ଏଲଡବ୍ଲୁପି ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.