ନୂଆଦିଲ୍ଲୀ: କୋଭିଡରେ ପ୍ରଭାବିତ ଭାରତୀୟ ରେଳସେବା । କୋଭିଡ କଟକଣା କାରଣରୁ ଚଳିତ ଆର୍ଥିକ ବର୍ଷରେ ଯାତ୍ରୀ ଭଡା ବାବଦରେ 38,017 କୋଟି ଟଙ୍କା ରାଜସ୍ବ ହ୍ରାସ ହୋଇଛି । ହେଲେ ଶ୍ରମିକ ବିଶେଷ ରେଳଗାଜିକୁ ଚଲାଇବା ଦ୍ବାରା କ୍ଷତିର ସାମାନ୍ୟ ଭରଣା ହୋଇଛି ।
ସେହିପରି ମାଲ ପରିବହନର ଇନୋଭେଟିଭ ପ୍ରକ୍ରିୟାକୁ ଆପଣାଇ ଦ୍ବାରା ରେଳବାଇ ଏହି କ୍ଷେତ୍ରରେ ଗତ ବର୍ଷ ତୁଳନାରେ ଅଧିକ ରାଜସ୍ବ ପାଇଛି । ରେଳବାଇର ଦୈନିକ ଯାତ୍ରୀ ରେଳଗାଡିର ପରିଚାଳରେ ଏବେ ସୁଦ୍ଧା ଆରମ୍ଭ କରାଯାଇନାହିଁ । ଏଣୁ ରାଜସ୍ବ ବୃଦ୍ଧି ପାଇଁ ରେଳବାଇ ମାଲ ପରିବହନକୁ ବଜାୟ ରଖିବା ପାଇଁ ଧ୍ୟାନ ଦେଉଛି ।
ରେଳବାଇ ମାଲ ପରିବହନ ବାବଦରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ମାର୍ଚ୍ଚ 22 ପର୍ଯ୍ୟନ୍ତ 1,868 କୋଟି ଟଙ୍କା (ପ୍ରାୟ ଦୁଇ ପ୍ରତିଶତ) କୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି । ଯଦିଓ ଏହା ଦୁଇ ପ୍ରତିଶତ ବୃଦ୍ଧି ହେଲେ କୋରୋନା ଭାଇରସ କାରଣରୁ ଲାଗୁ ହୋଇଥିବା ଲକଡାଉନ ସମସ୍ୟାକୁ ଦୂର କରିବାରେ ବହୁତ ସାହାଯ୍ୟ କରିଛି ।
ରେଳବାଇର ଯାତ୍ରୀ ଠାରୁ କରୁଥିବା ଆୟ ସୂଚୀ ଦେଖିଲେ , ଗତ ଆର୍ଥିକ ବର୍ଷ (20019-20) ଏହା 53,525.57 କୋଟି ଟଙ୍କା ଥିଲା, ଯାହା ଚଳିତ ଆର୍ଥିକ ବର୍ଷରେ (2020-21) 15,507.68 କୋଟିରେ ପହଞ୍ଚିଛି । ଯାହାକି ପୂର୍ବ ବର୍ଷ ତୁଳନାରେ ଏହା 71.03 ପ୍ରତିଶତ କମ ଅଟେ ।