ETV Bharat / business

ବିମାନ ଉଦ୍ୟୋଗକୁ ଦରକାର ରିଲିଫ ପ୍ୟାକେଜ, ଦାବି କଲା ଫିକ୍କି

author img

By

Published : Apr 18, 2020, 10:18 PM IST

ବିମାନ ବାତିଲ ଯୋଗୁଁ ସଙ୍କଟରେ ଗତି କରୁଛି ଘରୋଇ ବିମାନ ଉଦ୍ୟୋଗ । ଏହାକୁ ନଗଦ ସହାୟତା ଓ ସୁଧ ଛାଡ, ଶସ୍ତା ଋଣ ଏବଂ 2 ବର୍ଷ ପର୍ଯ୍ୟନ୍ତ କରରୁ ମୁକ୍ତି ପାଇଁ ସରକାରଙ୍କ ନିକଟରେ ଦାବି କରିଛି ଫିକ୍କି । ଅଧିକ ପଢନ୍ତୁ..

ficci seeks bailout package for aviation industry
ବିମାନ ଉଦ୍ୟୋଗକୁ ଦରକାର ରିଲିଫ ପ୍ୟାକେଜ, ଦାବି କଲା ଫିକ୍କି

ମୁମ୍ବାଇ: କୋଭିଡ-19 ପ୍ରଭାବରେ ଭୁଷୁଡି ପଡିଥିବା ବିମାନ ଉଦ୍ୟୋଗକୁ ବୁଷ୍ଟର ଦେବା ପାଇଁ ରିଲିଫ ପ୍ୟାକେଜ ଦାବି କରିଛି ଫିକ୍କି । ବିମାନ ବାତିଲ ଯୋଗୁଁ ସଙ୍କଟରେ ଗତି କରୁଥିବା ଘରୋଇ ବିମାନ ଉଦ୍ୟୋଗକୁ ନଗଦ ସହାୟତା ସହ ସୁଧ ଛାଡ, ଶସ୍ତା ଋଣ ଏବଂ 2 ବର୍ଷ ପର୍ଯ୍ୟନ୍ତ କରରୁ ମୁକ୍ତି ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ଏହା ବ୍ୟତୀତ ବିମାନ କ୍ଷେତ୍ରକୁ 6 ମାସ ପର୍ଯ୍ୟନ୍ତ ଟର୍ମ ଲୋନ ପେମେଣ୍ଟରେ ରିହାତି, ପେଟ୍ରୋଲିୟମ ମାର୍କେଟ କମ୍ପାନୀ ଗୁଡିକ ପକ୍ଷରୁ 180 ଦିନର ଋଣ ସୁବିଧା ଓ ବିମାନ ବୀମା ପ୍ରିମିୟମ ଛାଡ ଦେବା ଦରକାର ବୋଲି ଫିକ୍କି ଜଣାଇଛି ।

ଏଥିସହ ଉଦ୍ୟୋଗ ବୋର୍ଡ ମଧ୍ୟ ସରକାରଙ୍କୁ କହିଛି ଯେ, ସମସ୍ତ ରାଜ୍ୟରେ ଲକଡାଉନ କୋହଳ କୋହଳ କରିବା ପର୍ଯ୍ୟନ୍ତ ବିମାନ ଚଳାଚଳନକୁ ଅନୁମତି ଦେବା ଉଚିତ ନୁହେଁ ।

ପ୍ରକାଶ ଯେ, କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରାଯାଇଛି । ଫଳରେ ବୁକିଂ ସମସ୍ତ ଟିକେଟ ଟଙ୍କାକୁ ବିନା କୌଣସି ଶୁଳ୍କ କାଟରେ ଯାତ୍ରୀଙ୍କୁ ଫେରସ୍ତ କରିଛି କମ୍ପାନୀ । ଏହା ଦ୍ବାରା ବିମାନ କମ୍ପାନୀଙ୍କୁ ପ୍ରବଳ ମାତ୍ରାରେ କ୍ଷତି ସହିବାକୁ ପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.