ETV Bharat / business

କୋଭିଡ-19ର ମଧ୍ୟମ ଓ ଦୀର୍ଘକାଳୀନ ପ୍ରଭାବ ଆକଳନ କଷ୍ଟକର: ଏସବିଆଇ - କୋଭିଡ-19 ପ୍ରଭାବ

ବ୍ୟାଙ୍କ ଏବେ ସ୍ପଳ୍ପ ମିଆଦିର 2ରୁ 3 ତ୍ରୈ ମାସର ପ୍ରଭାବ ଉପରେ ଅନୁମାନ ଲଗାଉଛି । ହେଲେ ଆଗାମୀ 1ରୁ 2 ବର୍ଷର ପ୍ରଭାବ ବିଷୟରେ ଆକଳନ କରିବା କଠିନ ହେବ । ଅଧିକ ପଢନ୍ତୁ...

COVID-19
କୋଭିଡ-19ର ମଧ୍ୟମ ଓ ଦୀର୍ଘକାଳୀନ ପ୍ରଭାବ ଆକଳନ କଷ୍ଟକର : ଏସବିଆଇ
author img

By

Published : May 2, 2020, 10:49 PM IST

କୋଲକତା: ବ୍ୟାଙ୍କିଙ୍ଗ ସେକ୍ଟର ଉପରେ ଜାରି ଲକଡାଉନର ମଧ୍ୟମ ଓ ଦୀର୍ଘକାଳୀନ ପ୍ରଭାବର ଆକଳନ କରିବା ଅତ୍ୟନ୍ତ କଷ୍ଟକର । ଶନିବାର ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ପକ୍ଷରୁ ଏନେଇ କୁହାଯାଇଛି ।

ଏସବିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି କି, ବ୍ୟାଙ୍କ ଏବେ ସ୍ପଳ୍ପ ମିଆଦି ଉପରେ ଦୃଷ୍ଟି ରଖି ପରବର୍ତ୍ତୀ 2ରୁ 3 ତ୍ରୈ ମାସିକ ପ୍ରଭାବ ଉପରେ ଅନୁମାନ ଲଗାଯାଉଛି । ହେଲେ ଆଗାମୀ 1ରୁ 2 ବର୍ଷର ପ୍ରଭାବ ବିଷୟରେ ଆକଳନ କରିବା କଠିନ ହେବ ।

ତେବେ ଆଗାମୀ 1ରୁ 2 ବର୍ଷ ମଧ୍ୟରେ ଏ ନେଇ ସତର୍କତା ସହ ନଜର ରଖିବାକୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ, ଏସବିଆଇକୁ ପୂରା ବିଶ୍ବାସ ରହିଛି କି ଭାରତ ଏଭଳି ସ୍ଥିତିରୁ ମୁକୁଳିଯିବ । ଭାରତ ଏକ ୟଙ୍ଗ କଣ୍ଟ୍ରି , ଏହାର ଅର୍ଥବ୍ୟବସ୍ଥା ଆଗକୁ ବଢିବ ।

ଅଧିକାରୀ ଜଣଙ୍କ ଦର୍ଶାଇଛନ୍ତି କି କୋଭିଡ-19 ସ୍ଥିତିକୁ ନଜରରେ ରଖି ଏସବିଆଇ ସର୍ବପ୍ରଥମେ ପଦକ୍ଷେପ ଗ୍ରହଣ କରିଥିଲା । ବ୍ୟାଙ୍କ 10 ପ୍ରତିଶତ ପର୍ଯ୍ୟନ୍ତ ଜରୁରୀ କୋଭିଡ ଋଣ ସୁବିଧା ପାଇଁ ପୁଞ୍ଜି ଉପଲବ୍ଧ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.