ETV Bharat / business

ଜୁଲାଇ ଶେଷ ସୁଦ୍ଧା ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ଲାଗୁ

author img

By

Published : Jun 29, 2021, 6:27 PM IST

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜୁଲାଇ ଶେଷ ସୁଦ୍ଧା ଲାଗୁ କର ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ବ୍ୟବସ୍ଥା । ଅଧିକ ପଢନ୍ତୁ..

ଜୁଲାଇ ଶେଷ ସୁଦ୍ଧା ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ଲାଗୁ
Court tells states to implement one nation ration card scheme till July 31

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ସମଗ୍ର ଦେଶରେ ଲାଗୁ ହେବ ୱାନ ନେସନ ୱାନ ରାସନ କାର୍ଡ ବା ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା । ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ବ୍ୟବସ୍ଥା ଜୁଲାଇ 31 ସୁଦ୍ଧା ଆପଣାଇବାକୁ ହେବ । ଏ ନେଇ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହି ବ୍ୟବସ୍ଥା ଦ୍ବାରା କୋରୋନା ସଙ୍କଟ ଓ ମହାମାରୀ ସ୍ଥିତି ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ ଆଶ୍ବସ୍ତି । ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ମାଗଣା ଖାଦ୍ୟଶସ୍ୟ ବିତରଣ କରିବା ପାଇଁ କେନ୍ଦ୍ରକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏସବୁ ଆବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି କି ଯେଉଁ ଲୋକଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ଖାଦ୍ୟପଦାର୍ଥ ବିତରଣ ପାଇଁ ଯୋଜନା କରନ୍ତୁ । ଆଉ ସେଥିପାଇଁ ବ୍ୟବସ୍ଥା କରୁ କେନ୍ଦ୍ର ।

ଏ ନେଇ ଶୁଣାଣୀ କରି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଅସଙ୍ଗଠିତ ଶ୍ରମିକ ଓ ପ୍ରବାସୀ କର୍ମଚାରୀଙ୍କ ପଞ୍ଜୀତରଣ ପାଇଁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC) ପରାମର୍ଶରେ ପୋର୍ଟାଲ ବିକଶିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ଅସଙ୍ଗଠିତ ଏବେ ପ୍ରବାସୀ ୱାର୍କରଙ୍କୁ ପଞ୍ଜୀକରଣ କରାଯାଇପାରିବ । ଏହି ପୋର୍ଟାଲ ପାଇଁ ବି ସୁପ୍ରିମକୋର୍ଟ 2021 ଜୁଲାଇ 31 ଯାଏଁ ସମୟ ଦେଇଛନ୍ତି ।

ଆପଣ ଯେଉଁ ସ୍ଥାନରେ ଥିଲେ ବି ରାସନ୍ ସାମଗ୍ରୀ, ଯେକୌଣସି କଂଟ୍ରୋଲ ଦୋକାନରୁ ଉଠାଇ ପାରିବେ । ଆପଣଙ୍କୁ କେବଳ ରାସନ୍ କାର୍ଡ ସହ ଆଧାର ଲିଙ୍କ୍ କରିବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଭୁବନେଶ୍ୱର ମହାନଗର ନିଗମରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଆଉ ୨୦୨୦ ଜୁଲାଇ ପହିଲା ସୁଦ୍ଧା ଏହି ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ ବ୍ୟବସ୍ଥା ସାରା ଦେଶରେ ଲାଗୁ କରିବାକୁ ଲକ୍ଷ୍ୟ ରହିଛି ।

ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଅଧିନରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ର ଯୋଗ୍ୟ ଲାଭାର୍ଥୀ ସମଗ୍ର ଦେଶରେ କେଉଁ ସ୍ଥାନରୁ ବି ଉଚିତ ମୂଲ୍ୟରେ ଦୋକାନର ରାସନ ସାମଗ୍ରୀ ଉଠାଇପାରିବେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପ୍ରାୟ 20 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ରହିଛି । ତେବେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ପାଇଁ ନୂଆ କାର୍ଡ ଆବଶ୍ୟକ ନୁହେଁ । ଏହି ଯୋଜନା ଅଧିନରେ ହିତାଧିକାରୀ ବାୟୋମେଟ୍ରିକ ଚିହ୍ନଟ ପାଇଁ ରାସନ ଦୋକନକୁ ଫିଗର ପ୍ରିଣ୍ଟ ଚିହ୍ନଟ ମେସିନ ସହ ସଂଯୋଗ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.