ETV Bharat / business

ଓଡିଶା ବଜେଟ: ଦେଢ ଲକ୍ଷ କୋଟିର ଚିଠା ପ୍ରସ୍ତାବକୁ ଅନୁମୋଦନ - Council of Ministers approves state annual budget for 2020-21

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ 2020-21ର ବଜେଟ ଚିଠା ପ୍ରସ୍ତାବକୁ ମଞ୍ଜୁରୀ । ୨୦୨୦-୨୧ ଆର୍ଥିକ ବର୍ଷ ଲାଗି 1.5 ଲକ୍ଷ କୋଟିର ଚିଠା ପ୍ରସ୍ତାବ ଆସିବ । ଅଧିକ ଖବର ପଢନ୍ତୁ...

odisha Budget 2020  may touch Rs 1.50 lakh crore
ଓଡିଶା ବଜେଟ: ଦେଢ ଲକ୍ଷ କୋଟିର ଚିଠା ପ୍ରସ୍ତାବକୁ ଅନୁମୋଦନ
author img

By

Published : Feb 7, 2020, 2:55 PM IST

Updated : Feb 7, 2020, 4:05 PM IST

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫୦ ଲକ୍ଷ କୋଟି ଟଙ୍କାର ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ । ଶୁକ୍ରବାର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକ ଗ୍ରୀନ ସିଗନାଲ ଦିଆଯାଇଛି ।

ଏହି ବୈଠକରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ୨୦୨୦-୨୧ ଆର୍ଥିକ ବର୍ଷରେ କେଉଁ ବିଭାଗକୁ କେତେ ଟଙ୍କା ବ୍ୟୟ ବରାଦ କରାଯିବ ? କେଉଁ କେଉଁ ଦିଗ ଉପରେ ଗୁରୁତ୍ବ ଦିଆଯିବ ଏବଂ କେଉଁ ବିଭାଗର ଖର୍ଚ୍ଚ କାଟ୍ ହେବ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପ୍ରସ୍ତୁତ ଚିଠାରେ ମୋହର ଲଗାଯାଇଛି ।

2019-20 ଆର୍ଥିକ ବର୍ଷରେ ବଜେଟ ଅଟକଳ ୧.୩୯ ଲକ୍ଷ କୋଟି ଟଙ୍କା ରହିଛି । ତେବେ ବିଭିନ୍ନ ପଦକ୍ଷେପ ଓ ଯୋଜନା ଲାଗୁ ନେଇ 2020-21 ବର୍ଷର ବଜେଟର ଆକାର ବୃଦ୍ଧି ପାଇପାରେ । ତଥ୍ୟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟର ପରିମାଣ ୧.୫୦ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି ।

ଆସନ୍ତା ୧୪ରେ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ 18ରେ ଅର୍ଥମନ୍ତ୍ରୀ ଗୃହରେ ବଜେଟ ଆଗତ କରିବେ ।

ଗତଥର ଅପେକ୍ଷା ଏଥର କେନ୍ଦ୍ରୀୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି । ବିଶେଷ କରି, ପଞ୍ଚଦଶ ଅର୍ଥ କମିଶନ, ମନରେଗା ,ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟରେ କେନ୍ଦ୍ରୀୟ ଅନୁଦାନର ହାର ଯଥେଷ୍ଟ କମିଯାଇଥିବାରୁ ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଛି ।

'ମୋ ସରକାର ଓ 5T' କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟ ସରକାର ସର୍ବାଧିକ ଭିତ୍ତିଭୂମିର ବିକାଶ ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି । ଏଭଳି ସ୍ଥିତିରେ ବଜେଟର ରୂପରେଖ କଣ ରହିବ ତାହା ଆସନ୍ତା ୧୮ତାରିଖରେ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:୧.୫୦ଲକ୍ଷ କୋଟି ବଜେଟ ଚିଠା ପ୍ରସ୍ତାବ କୁ ଅନୁମୋଦନ !

୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ବିଧାନସଭା ରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ ର ଚିଠା ପ୍ରସ୍ତାବ କୁ ନେଇ ଅନୁମୋଦନ ମିଳିଛି ।ଏନେଇ ଆଜି ଲୋକସେବା ଭବନରେ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ୨୦୧୨୦-୨୧ ଆର୍ଥିକ ବର୍ଷରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯିବ ।କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦିଆଯିବ ଏବଂ କେଉଁ ବିଭାଗର ଖର୍ଚ୍ଚ କାଟ୍ କରାଯିବ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।

Body:୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ୧.୩୯ଲକ୍ଷକୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ
ବଜେଟ ର ଆକାର ବୃଦ୍ଧି ପାଇବାର ସମ୍ବାବନା ରହିଛି ।
ସୂଚନା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟ ର ପରିମାଣ ୧.୫୦ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ଜଣାପଡିଛି ।

ଆସନ୍ତା ୧୪ତାରିଖରେ ବିଧାନସଭା ରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫ୍ରେବୃଆରୀ ୧୮ତାରିଖରେ ଆସନ୍ତା ଆର୍ଥିକ ବର୍ଷର ପୂର୍ଣାଙ୍ଗ ବଜେଟ କୁ ଅର୍ଥ ମନ୍ତ୍ରୀ ଗୃହରେ ଆଗତ କରାଇବେ । ଚଳିତ ଆର୍ଥିକ ବର୍ଷ ତୁଳନାରେ ଏଥର କେନ୍ଦ୍ରିୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି ବିଶେଷ କରି,ପଞ୍ଚଦଶ ଅର୍ଥକମିଶନ,ମନେରଗା ,ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟ ରେ କେନ୍ଦ୍ରିୟ ଅନୁଦାନର ହାର ଯଥେଷ୍ଟ କମିଯାଇଥିବାରୁ ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।Conclusion:ମୋସରକାର ଓ ୫ଟି କାର୍ଯ୍ୟକ୍ଷମ ହେବାପରେ ରାଜ୍ୟ ସରକାର ସର୍ବାଧିକ ଭିତ୍ତିଭୂମି ର ବିକାଶ ଓ ସାମାଜିକ କ୍ଷେତ୍ର କୁ ଗୁରୁତ୍ଵ ଦେଇଛନ୍ତି ।ଏଭଳି ସ୍ତିତିରେ କେଉଁ ବିଭାଗ କୁ କେତେ ମିଳିବ ଓ ବଜେଟ ର ରୂପରେଖ କଣ ରହିବ ତାହା ଆସନ୍ତା ୧୮ତାରିଖରେ ବିଧାନସଭା ରେ ବଜେଟ ଆଗତ ହେବା ପରେ ସ୍ପଷ୍ଟ ହେବ ।
Last Updated : Feb 7, 2020, 4:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.