ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ପ୍ରଭାବକୁ ନଜରରେ ରଖି ସାମାଜିକ ଦୂରତା ପାଇଁ ଦିଆଯାଉଛି ଆହ୍ବାନ । ଏଥିପାଇଁ ଭାରତୀୟ ସେୟାର ବଜାର ବ୍ରୋକରଙ୍କୁ ଘରେ ବସି କାମ କରିବାକୁ ଅନୁମତି ଦିଆଯାଇଛି । ଏପ୍ରିଲ 30 ପର୍ଯ୍ୟନ୍ତ ବ୍ରୋକରମାନେ ହୋମ ଫ୍ରମ ୱାର୍କ କରିବେ ।
ପ୍ରଥମ ଥର ପାଇଁ ଦଲାଲଙ୍କୁ ଏଭଳି ସୁବିଧା ଦିଆଯାଉଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି । BSE ଏବଂ NSE ପକ୍ଷରୁ ଅଲଗା ଅଲଗା ସର୍କୁଲାରରେ କୁହାଯାଇଛି କି, ସେମାନେ ବ୍ରୋକର ଏବଂ କାରବାରୀଙ୍କୁ ଟର୍ମିନାଲ୍ ନେବାକୁ ଅନୁମତି ଦେଇଛନ୍ତି । ଏହି ପଦକ୍ଷେପ ଦ୍ବାରା ବ୍ରୋକରମାନେ ଘରୁ କାମ କରିପାରିବେ ।
ତେବେ ଏହି ବ୍ୟବସ୍ଥାର ଏପ୍ରିଲ 30ରୁ ଅଧିକ ମଧ୍ୟ ରହିପାରେ ବୋଲି ବଜାର ସଙ୍କେତ ଦେଇଛି । କୋରୋନା ମହାମାରୀକୁ ରୋକିବା ପାଇଁ ଟ୍ରେଡର୍ସ ଏବଂ କାରବାରୀମାନେ ପ୍ରତିଷେଧକ ବ୍ୟବସ୍ଥା ଅନୁଯାୟୀ ଏଭଳି କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଷ୍ଟକ୍ ମାର୍କେଟ ଏଭଳି ପଦକ୍ଷେପ ନେଇଛି ।