ETV Bharat / business

ବିଦ୍ୟୁତ ବିଲ ପୈଠ ସ୍ଥଗିତ: ତିନି ମାସ ଯାଏଁ ବିଦ୍ୟୁ୍ତ‌୍‌ ବିଲ ନ ଭରିଲେ ବି କଟିବନି କନେକ୍ସନ

ଆରବିଆଇ ଯେପରି 3 ମାସର କିସ୍ତି ସ୍ଥଗିତ କଲା, ସେହିପରି ବିଦ୍ୟୁତ କ୍ଷେତ୍ରରେ ମଧ୍ୟ 3 ମାସର ଆଶ୍ବସ୍ତି ଦିଆଯାଇଛି । ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ସହ ଗ୍ରାହକଙ୍କୁ ମଧ୍ୟ 3 ମାସର ମହଲତ ଦିଆଯାଇଛି।

author img

By

Published : Mar 29, 2020, 8:19 AM IST

3 ମାସର ବିଦ୍ୟୁତ ବିଲ ପୈଠ ସ୍ଥଗିତ
3 ମାସର ବିଦ୍ୟୁତ ବିଲ ପୈଠ ସ୍ଥଗିତ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ତାଲାବନ୍ଦ । ଏଥିଯୋଗୁଁ ଯଦି ଆପଣ ବିଦ୍ୟୁତ୍‌ ବିଲ ପୈଠ ପାଇଁ ସକ୍ଷମ ନୁହଁନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଏପରି ସ୍ଥିତିରେ ନା ଆପଣଙ୍କ କନେକ୍ସନ କଟିବ ନା ବିଳମ୍ବ ପୈଠ ବାବଦରେ କୌଣସି ଜୋରିମାନା ଦେବାକୁ ପଡିବ ।

ଏ ସମ୍ବନ୍ଧରେ କେନ୍ଦ୍ରୀୟ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ଚିଠି ପଠାଯାଇଛି । ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ପାଇଁ ଏକ ପ୍ୟାକେଜର ଘୋଷଣା କରିଛନ୍ତି । ଏହା ଅନୁଯାୟୀ ସେମାନଙ୍କୁ ବିଲ ପୈଠ ପାଇଁ 3 ମାସର ମହଲତ ଦିଆଯାଇଛି । ଯାହା ସେମାନଙ୍କୁ ଆଶ୍ବସ୍ତ କରିଛି ।

ଶନିବାର କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିବା ରିଲିଫ୍ ପ୍ୟାକେଜ ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ଆସନ୍ତା ତିନିମାସ ପାଇଁ କ୍ରୟ କରିଥିବା ବିଦ୍ୟୁତ୍ ଦେୟରୁ ମୁକ୍ତି ପାଇବେ । କେବଳ ଏତିକି ନୁହେଁ, ବିଦ୍ୟୁତ କ୍ରୟ ପାଇଁ ଜମା ହେବାକୁ ଥିବା ସୁରକ୍ଷା ରାଶି ଉପରେ 50 ପ୍ରତିଶତ ଛାଡ ଦିଆଯାଇଛି ।

କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜ କୁମାର ସିଂହ ଆସନ୍ତା ତିନିମାସ ପାଇଁ ବିଦ୍ୟୁତ ଯୋଗାଣ ଜାରି ରହିବ ବୋଲି ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ ଆଶ୍ୱାସନା ଦେଇଛନ୍ତି। ଆଉ ଏହାର ଫାଇଦା ସେମାନେ ଗ୍ରାହକଙ୍କୁ ଦେବା ଦରକାର ବୋଲି କହିଛନ୍ତି । ମନ୍ତ୍ରାଳୟର କହିବା ଅନୁଯାୟୀ, ଲକଡାଉନ ଯୋଗୁଁ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ପାଖରେ ରାଜ୍ୟସ୍ବ ଅଭାବ ହେଉଛି । ଏପରି ସମୟରେ ସେମାନେ ବିଦ୍ୟୁକ ପ୍ରସ୍ତୁତକାରୀ ଓ ଟ୍ରାନ୍ସମିଶନ କମ୍ପାନୀଙ୍କୁ ପୂରା ପୈଠ କରିପାରୁନାହାନ୍ତି । କାରଣ ସେମାନଙ୍କ ପାଖରେ ଆମଦାନୀ ନଥିବାରୁ ସେମାନେ ବକେୟା ପୈଠ କରିପାରୁନାହାନ୍ତି । ଏଥିପାଇଁ ଆରବିଆଇ ଯେପରି 3 ମାସର କିସ୍ତି ସ୍ଥଗିତ କଲା, ସେହିପରି ବିଦ୍ୟୁତ କ୍ଷେତ୍ରରେ ମଧ୍ୟ 3 ମାସର ଆଶ୍ବସ୍ତି ଦିଆଯାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.