ETV Bharat / business

ଜିଡିପି ଆକଳନକୁ 5.1 ପ୍ରତିଶତକୁ ଖସାଇଲା ଫିଚ

author img

By

Published : Mar 20, 2020, 4:13 PM IST

କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଅର୍ଥନୀତି । ଏଥିଯୋଗୁଁ 2020-21 ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 5.6 ନୁହେଁ 5.1 ପ୍ରତିଶତ ରହିପାରେ ବୋଲି ଅନୁମାନ କରିଛି ଫିଚ ରେଟିଙ୍ଗସ ।

coronavirus impact fitch cuts india growth forecast to 5 dot 1 percent for fy21
ଜିଡିପି ଆକଳନକୁ 5.1 ପ୍ରତିଶତକୁ ଖସାଇଲା ଫିଚ

ନୂଆଦିଲ୍ଲୀ: 2021 -21 ଆର୍ଥିକ ବର୍ଷରେ ଭାରତର ବିକାଶ ହାର ଅନୁମାନ 5.1 ପ୍ରତିଶତକୁ ହ୍ରାସ କରିଛି ଫିଚ ରେଟିଙ୍ଗସ। କୋରୋନା ଭାଇରସର ପ୍ରକୋପ ବଢୁଥିବାରୁ ନିବେଶ ଓ ରପ୍ତାନୀ ପ୍ରଭାବିତ ହେଉଛି । ଏଥିଯୋଗୁଁ ଦେଶର ଅଭିବୃଦ୍ଧି ଖସିବ ବୋଲି ଫିଚ ଏଜେନ୍ସି ଜଣାଇଛି ।

ଏହା ପୂର୍ବରୁ ଅର୍ଥାତ 2019 ଡିସେମ୍ବରରେ ଫିଚ ଆକଳନ କରିଥିଲା ଯେ, 2020-21ରେ ଭାରତର ବିକାଶ ଦର 5.6 ପ୍ରତିଶତ ଓ ଆସନ୍ତା ବର୍ଷ 6.5 ପ୍ରତିଶତ ରହିବ ।

ଫିଚ ନିଜର ବୈଶ୍ବିକ ଆର୍ଥିକ ପରିଦୃଶ୍ୟ 2020ରେ ଆଶଙ୍କା କହିଛି ଯେ, ଆଗାମୀ ସପ୍ତାହରେ କୋରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ । ତେବେ ଏହାର ତୀବ୍ର ସଂକ୍ରମଣକୁ ରୋକିବାରେ ସଫଳତା ମିଳିବ ।

ପ୍ରକାଶ ଯେ, ଗୁରୁବାର ବ୍ରୋକରେଜ ସଂସ୍ଥା ବ୍ୟାଙ୍କ ଆମେରିକା ବ୍ୟାଙ୍କ ଅଫ ସିକ୍ୟୁରିଟଜ ଦେଶର ଜିଡିପି ହାର ଆକଳନକୁ ହ୍ରାସ କରିଥିଲା । ସେହିଭଳି ପୂର୍ବରୁ ମୁଡିସ, ଆଇଏମଏଫ ମଧ୍ୟ ଜିଡିପି ଖସିବା ନେଇ ଆଶଙ୍କା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.