ETV Bharat / business

କୋରୋନା ମାଡ, 2ହଜାର ଅରବ ଡଲାର କ୍ଷତି ଆଶଙ୍କା

author img

By

Published : Mar 10, 2020, 3:49 PM IST

କୋରୋନା ଯୋଗୁଁ ବିଶ୍ବରେ ଦେଖାଦେଇଛି ଆର୍ଥିକ ଅନିଶ୍ଚିତତା । ପ୍ରାରମ୍ଭିକ ନକରାତ୍ମକ ପରିଦୃଶ୍ୟରେ ବିଶ୍ବ ଅର୍ଥବ୍ୟବସ୍ଥାକୁ 2000 ଅରବ ଡଲାର କ୍ଷତି ହେବା ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି।

coronavirus fears dollars 2000 billion damage to global economy: united nations
କୋରୋନା ମାଡ, 2ହଜାର ଅରବ ଡଲାର କ୍ଷତି ଆଶଙ୍କା

ନ୍ୟୁୟର୍କ: ବିଶ୍ବ ଅର୍ଥବ୍ୟବସ୍ଥାକୁ ଦୋହଲାଇ ରଖିଛି କୋରୋନା ଭାଇରସ । ଏହାର ପ୍ରଭାବରେ ବିଶ୍ବ ଅର୍ଥବ୍ୟବସ୍ଥାକୁ 2000 ଅରବ ଡଲାର କ୍ଷତି ହୋଇପାରେ । ଜାତିସଂଘ ବାଣିଜ୍ୟ ଏବଂ ବିକାଶ ଏଜେନ୍ସି UNCTAD ପକ୍ଷରୁ ଏ ନେଇ ପୂର୍ବାନୁମାନ କରାଯାଇଛି ।

ଏଜେନ୍ସି ଚେତାବନୀ ଦେଇଛି ଯେ, ଏହି ମହାମାରୀ କିଛି ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଲାଣି । ଆଉ ଏହାର ପ୍ରକୋପରେ ରାଜସ୍ବ ସଂଗ୍ରହରେ ସହାୟକ ବିଭିନ୍ନ ଶିଳ୍ପ କ୍ଷତିଗ୍ରସ୍ଥ । ଏଣୁ ବିଶ୍ବ ବିକାଶ ଦର 2.5 ପ୍ରତିଶତକୁ କମିଯାଇପାରେ ।

ଜାତିସଂଘର ସରକାରୀ ଟ୍ବିଟର ପେଜରେ କୁହାଯାଇଛି ଯେ, ‘‘ଏବର୍ଷ କୋରୋନା ଭାଇରସ ପ୍ରକୋପରେ ବିଶ୍ବ ଅର୍ଥବ୍ୟବସ୍ଥାକୁ 2000 ଅରବ ଡଲାର କ୍ଷତି ହୋଇପାରେ । ଅର୍ଥନୀତି ଉପରେ ହେଉଥିବା ପ୍ରଭାବକୁ କମ କରିବା ପାଇଁ UNCTAD ସରକାରଙ୍କୁ ଆହ୍ବାନ କରିଛି ।

ତେବେ ସ୍ଥିତି ଯଦି ନ ସୁଧୁରେ ତେବେ ହେବାକୁ ଥିବା ବିପୁଳ କ୍ଷତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (UNCTAD)ର ଗ୍ଲୋବାଲାଇଜେସନ୍ ଆଣ୍ଡ ଡେଭଲପମେଣ୍ଟ ଷ୍ଟ୍ରାଟେଜୀ ଡିଭିଜନର ନିର୍ଦ୍ଦେଶକ ରିଚାର୍ଡ କୋଜୁଲ-ରାଇଟ୍ କହିଛନ୍ତି ଯେ, ‘‘ଆମେ ବିଶ୍ବ ଅର୍ଥବ୍ୟବସ୍ଥାରେ ଏ ବର୍ଷ ମାନ୍ଦାବସ୍ଥାର ଆକଳନ କରୁଛୁ , ଏହା ଦ୍ବାରା 1000 ଅରବ ଡଲାର ପର୍ଯ୍ୟନ୍ତ ଘାଟା ହୋଇପାରେ ବୋଲି ଅନୁମାନ କରାଯାଉଛି । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.