ETV Bharat / business

କୋରାନା ମାଡ: ଚୀନକୁ କପା ରପ୍ତାନୀ ବନ୍ଦ, ଚିନ୍ତାରେ ଭାରତୀୟ ଚାଷୀ - କପା ରପ୍ତାନୀ

ଅନ୍ତରାଷ୍ଟ୍ରୀୟ ବଜାରରେ କୋରନା ମାଡ । ପ୍ରଭାବିତ କପା ରପ୍ତାନୀ । ଏ ନେଇ ଚିନ୍ତାରେ ଭାରତୀୟ ଚାଷୀ ଓ ବ୍ୟବସାୟୀ । ଅଧିକ ପଢନ୍ତୁ...

corona effect cotton export to china closed indian farmers in distress
କୋରାନା ମାଡ: ଚୀନକୁ କପା ରପ୍ତାନୀ ବନ୍ଦ, ଚିନ୍ତାରେ ଚାଷୀ
author img

By

Published : Feb 7, 2020, 8:14 PM IST

ନୂଆଦିଲ୍ଲୀ: ବିଶ୍ବ ବାଣିଜ୍ୟ ଉପରେ ପ୍ରାଣଘାତୀ କୋରୋନାର ନକରାତ୍ମକ ପ୍ରଭାବ । ମୁଣ୍ଡ ପରେ ମୁଣ୍ଡ ନେଇଚଲିଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ବିପଦରେ ପେଟପାଟଣା । ବିଶ୍ବ ସର୍ବବୃହତ୍ତ ରାଷ୍ଟ୍ର ଚୀନରେ ମଚିଯାଇଛି ହାହାକାର । ଏହାର ପ୍ରକୋପକୁ ନଜରରେ ରଖି ଚୀନ ସରକାର ପ୍ରାୟ 80 ପ୍ରତିଶତ ରପ୍ତାନୀ ଓ ଆମଦାନୀ ଉପରେ ରୋକ ଲଗାଇଦେଇଛନ୍ତି । ଏନେଇ ଭାରତୀୟ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

କୋରାନା ମାଡ: ଚୀନକୁ କପା ରପ୍ତାନୀ ବନ୍ଦ, ଚିନ୍ତାରେ ଚାଷୀ

ବ୍ୟବସାୟ ଉପରେ ଲଗାମ କଷିବା ସହ ଚୀନ ଭାରତରୁ ରପ୍ତାନୀ ହେଉଥିବା କପା ବୋଝକୁ ବି ଫେରେଇ ଦେଇଛି । ଏଥିଯୋଗୁଁ ଭାରତରେ 3ଲକ୍ଷ କପା ବୋଝ (Cotton bales) ପଡିରହିଛି । ଫଳରେ ସଂଘ କପା କେନ୍ଦ୍ରକୁ ମଧ୍ୟ ସହ ବ୍ୟବସାୟୀ ହାତ ବାନ୍ଧି ଦେଲେଣି । ବାଧ୍ୟ ହୋଇ ସର୍ବନିମ୍ନ ମୂଲ୍ୟ ଠାରୁ ବି 500 ଟଙ୍କା କମରେ ଉତ୍ପାଦକ ଘରୋଇ ବଜାରରେ ବିକ୍ରି କରୁଛନ୍ତି । ଏଥିପାଇଁ କୃଷକ ମଧ୍ୟ ଏବେ ଗମ୍ଭୀର ସ୍ଥିତିରେ ଗତି କରୁଛି ।

ଭାରତର ପ୍ରମୁଖ କପା ଆମଦାନୀ ହେଉଛି ଚୀନ । ବାର୍ଷିକ ଆଧାରରେ ଚୀନକୁ 12ରୁ 15 ଲକ୍ଷ କପା ବୋଝ ରପ୍ତାନୀ ହୁଏ । ହେଲେ ଏ ବର୍ଷ ଜାନୁଆରୀ ସୁଦ୍ଧା 6 ଲକ୍ଷ କପା ବୋଝ ଚୀନକୁ ପଠାଯାଇଥିବା ବେଳେ କୋରୋନା ଯୋଗୁଁ ବାକି ପଡିରହିଛି ।

ସାଧାରଣତଃ ସିସିଆଇ କେନ୍ଦ୍ର ପ୍ରତିବର୍ଷ ମାର୍ଚ୍ଚ-ଏପ୍ରିଲ ପର୍ଯ୍ୟନ୍ତ ସଞ୍ଚାଳିତ କରିଥାଏ । ହେଲେ ଅଚାନକ ଜାନଆରୀ 30ରେ ଏହା ଏକ ବିଜ୍ଞପ୍ତି ଜାରି କରି ଜଣାଇଲା କି, ଫେବୃଆରୀ 5ରୁ କପା ରପ୍ତାନୀ ବନ୍ଦ ହୋଇଯିବ । ସିସିଆଇ ପ୍ରଶାସନ ମଧ୍ୟ ଏକ ନିର୍ଦ୍ଦେଶ ଜାରି କହି କହିଛନ୍ତି, ଆଗାମୀ ଆଦେଶ ପର୍ଯ୍ୟନ୍ତ କପା କ୍ରୟ ହେବ ନାହିଁ । ହେଲେ ଏହା ପଛର କାରଣକୁ ଦର୍ଶାଯାଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.