ETV Bharat / business

ଅନଲାଇନରେ ହେଉ ଜିଏସଟି ବୈଠକ, ସୀତାରମଣଙ୍କୁ ମିତ୍ରଙ୍କ ଅପିଲ - Bengal finance minister urges Sitharaman

ରାଜ୍ୟକୁ ଜିଏସଟି କ୍ଷତିପୂରଣ ଦେବା ସମ୍ବନ୍ଧରେ ହେବାକୁ ଥିବା ଜିଏସଟି ପରିଷଦକୁ ଅନଲାଇନ ଆୟୋଜନ କରିବାକୁ ସୀତାରମଣଙ୍କୁ ଅପିଲ କଲେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର । ଅଧିକ ପଢନ୍ତୁ..

ଅନଲାଇନରେ ହେଉ ଜିଏସଟି ବୈଠକ, ଅର୍ଥମନ୍ତୀଙ୍କୁ ମିତ୍ରଙ୍କ ଅପିଲ

author img

By

Published : May 13, 2021, 8:14 PM IST

କୋଲକତା: ଜିଏସଟି ପରିଷଦର ବୈଠକ ଅନଲାଇନ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଅପିଲ କରିଛନ୍ତି । ରାଜ୍ୟକୁ କ୍ଷତିପୂରଣ ଦେବା ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା କରାଯିବ ।

ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟକୁ ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣ ଦେବା ସମ୍ବନ୍ଧରେ ହେବାକୁ ଥିବା ଜିଏସଟି ପରିଷଦକୁ ଅନଲାଇନ ଆୟୋଜନ କରିବାକୁ ସୀତାରମଣଙ୍କୁ ମିତ୍ର ଚିଠି ଲେଖିଛନ୍ତି ।

ମିତ୍ର କହିଛନ୍ତି କି, ‘‘ ଜିଏସଟି ପରିଷଦ ପକ୍ଷରୁ ପ୍ରତି ତ୍ରୟମାସିକ ବୈଠକ ବ୍ୟବସ୍ଥା କରାଯାଉଛି । ହେଲେ ଦୁର୍ଭାଗ୍ୟବଶତଃ 2 କ୍ବାର୍ଟର୍ସ ପାଇଁ ଏହି ପ୍ରଥା ପାଳନ କରାଯାଇନାହିଁ । ଏପରିକି ଲଗାତାର 2 ବୈଠକ ଭର୍ଚୁଆଲି ବି ଡକାଯାଇନାହିଁ । ’’

ସେ ଚିଠିରେ ଲେଖିଛନ୍ତି ଯେ, ‘‘ ଏହା ଦ୍ବାରା ଏକ ସଂଘୀୟ ସଂସ୍ଥା ଦୁର୍ବଳ ହୋଇଛି । ଏହା ଏଭଳି ଏକ ସଂସ୍ଥା ଯେଉଁଠି ସମସ୍ତ ରାଜ୍ୟ , ସେ କୌଣସି ରାଜନୈତିକ ଦଳ ହେଉ କି ଅଞ୍ଚଳ ହେଉ ନା କାହିଁକି, ଭାରତ ସରକାରଙ୍କ ସହ ବସି ସମ୍ବନ୍ଧିତ ଉପାୟ ଉପରେ ଚର୍ଚ୍ଚା କରିଥାନ୍ତି । ତେବେ ମୋର ଆଶଙ୍କା ରହିଛି କି ବୈଠକ ନିୟମିତ ଭାବେ ଆୟୋଜିତ ନ ହେଲେ ବିଶ୍ବାସ କମିପାରେ ।

ପରିଷଦ ମହତ୍ବ ବଜାୟ ରଖିବା ପାଇଁ ଗତ ବର୍ଷ ଅକ୍ଟୋବର ଭଳି ଅନଲାଇନ ବୈଠକ ଡକାଯିବା ଦରକାର । ରାଜ୍ୟକୁ କ୍ଷତିପୂରଣ ହ୍ରାସ ଆଶଙ୍କା ଉପରେ ତତ୍କାଳ ଚର୍ଚ୍ଚା ଜରୁରୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.