ETV Bharat / business

ରିୟଲଇଷ୍ଟେଟକୁ ରିଲିଫ, ଠିକାଦାରଙ୍କୁ ମିଳିବ ଅଧିକ 6 ମାସ - ରିୟଲଇଷ୍ଟେଟ ସେକ୍ଟରକୁ ପ୍ୟାକେଜ

ଅର୍ଥନୀତିକୁ ବଳ ଦେବା ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜରେ ରିୟଲଇଷ୍ଟେଟ ସେକ୍ଟରକୁ ଉପଶମ ମିଳିଛି । ନିର୍ମାଣ କାମ ଶେଷ ପାଇଁ ଦିଆଯିବ ଅଧିକ ସମୟ। ଅଧିକ ପଢନ୍ତୁ..

Relief for real estate sector
ରିୟଲଇଷ୍ଟେଟକୁ ରିଲିଫ, ଠିକାଦାରଙ୍କୁ ମିଳିବ ଅଧିକ 6 ମାସ
author img

By

Published : May 13, 2020, 7:17 PM IST

ନୂଆଦିଲ୍ଲୀ: ଅର୍ଥନୀତିକୁ ବଳ ଦେବା ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜରେ ରିୟଲଇଷ୍ଟେଟ ସେକ୍ଟରକୁ ଉପଶମ ମିଳିଛି । ଲକଡାଉନରେ ଏହି ସେକ୍ଟର ଗୁରୁତର ହୋଇପଡିଥିଲା ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ନିର୍ମାଣ କାମ ପାଇଁ ଠିକାଦାରଙ୍କୁ ଅଧିକ 6 ମାସ ସମୟ ଦିଆଯିବ । ପ୍ରକଳ୍ପ ଶେଷ ପାଇଁ ନିର୍ଦ୍ଧାରିତ ତାରିଖରୁ 6 ମାସ ବଢାଯିବ । ଯେପରି ଠିକାଦାରଙ୍କୁ ସମସ୍ୟା ହେବ ନାହିଁ । ଫଳରେ କନଷ୍ଟ୍ରକ୍ସନ କମ୍ପାନୀଙ୍କୁ ରିହାତି ମିଳିବ ।

ସେହିଭଳି 2020 ମାର୍ଚ୍ଚ 25 ପରେ ଯେଉଁ ସବୁ ରେଜିଷ୍ଟ୍ରେସନ ହୋଇଛି, ସେହି ସମୟକୁ ଆଗକୁ ବଢାଯାଇଛି । ସେମାନଙ୍କୁ 6 ମାସର ଫାଇଦା ମିଳିବ । ବିଲଡ଼ରଙ୍କୁ ମଧ୍ୟ ଘର ତିଆରି କରିବା ପାଇଁ ମଧ୍ୟ ମିଳିବ ଅଧିକ ସମୟ। ଏ ସମ୍ବନ୍ଧରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯିବ ।

ଏଥିସହ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନବିଏଫସି) ଓ ହାଉସିଙ୍ଗ କମ୍ପାନୀଙ୍କ ପାଇଁ 30 ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ୟୁଡିଟି ସ୍କିମ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଙାର ପୂରା ଗ୍ୟାରେଣ୍ଟି ଭାରତ ସରକାର ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.