ETV Bharat / business

ମେ’ରେ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ପୀତି ଖସିଛି 5.1 ପ୍ରତିଶତ - ଔଦୌଗିକ ଶ୍ରମିକ

ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ଯେ, ଲକଡାଉନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ମାଗଣା ରାସନ ମିଳିଛି । ଏଥିଯୋଗୁଁ ମୁଦ୍ରାସ୍ପୀତି ଓ ମୋଟ ଖାଦ୍ୟ ମୁଦ୍ରାସ୍ପୀତିରେ ହ୍ରାସ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ମେ’ରେ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ପୀତି 5.1 ପ୍ରତିଶତକୁ ଖସିଛି

author img

By

Published : Jun 30, 2020, 6:45 PM IST

ନୂଆଦିଲ୍ଲୀ: ଔଦ୍ୟୋଗିକ ଶ୍ରମିକମାନଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ 5.1 ପ୍ରତିଶତକୁ ହ୍ରାସ ପାଇଛି। ଏହା ମୁଖ୍ୟତଃ କିଛି ଖାଦ୍ୟ ସାମଗ୍ରୀ ଏବଂ କିରୋସିନି ଦାମ କମିବା ଯୋଗୁଁ ହୋଇଛି ।

ଔଦୌଗିକ ଶ୍ରମିକମାନଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଗଣନା ଇଣ୍ଡଷ୍ଟ୍ରିଆଲ ୱାର୍କରଙ୍କ ଉପଭୋକ୍ତା ମୁଲ୍ୟ ସୂଚକାଙ୍କ (CPI-IW) ଆଧାରରେ କରାଯାଇଥାଏ । ଶ୍ରମ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛନ୍ତି କି, ‘‘ସବୁ ବସ୍ତୁ ଉପରେ ଆଧାରିତ ମୁଦ୍ରାସ୍ପୀତି 2020 ମେ ମାସରେ 5.10 ପ୍ରତିଶତ ରହିଥିଲା । ଯେତେବେଳେ କି ଏହା ପୂର୍ବରୁ ମାସ ଅର୍ଥାତ ଏପ୍ରିଲରେ 5.45 ପ୍ରତିଶତ ଥିଲା । ସେହିପରି 1 ବର୍ଷ ପୂର୍ବେ ମେ ମାସରେ ଏହା 8.65 ପ୍ରତିଶତ ରହିଥିଲା ।

ରିପୋର୍ଟ ମୁତାବକ, ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ପୀତି 5.88 ପ୍ରତିଶତ ରହିଥିଲା । ଯାହାକି ଏହା ପୂର୍ବ ମାସରେ 5.21 ପ୍ରତିଶତ ଓ 2019 ମେ ମାସରେ 5.21 ପ୍ରତିଶତ ଥିଲା ।

ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି କି, ଲକଡାଉନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ମାଗଣା ରାସନ ମିଳିଛି । ଏଥିଯୋଗୁଁ ମୁଦ୍ରାସ୍ପୀତି ଓ ମୋଟ ଖାଦ୍ୟ ମୁଦ୍ରାସ୍ପୀତିରେ ହ୍ରାସ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.