ETV Bharat / business

‘ଉପଭୋକ୍ତାଙ୍କ ବିଶ୍ବାସ ଭାଙ୍ଗିଛି, ଅର୍ଥନୀତି 1.5 ପ୍ରତିଶତ ହ୍ରାସ ଆଶଙ୍କା’ - rbi survey

ରିଜର୍ଭ ବ୍ୟାଙ୍କର ଉପଭୋକ୍ତା ବିଶ୍ବାସ ସର୍ଭେରେ କୁହାଯାଇଛି କି, ‘‘2020 ମେ ମାସରେ ଉପଭୋକ୍ତାଙ୍କ ବିଶ୍ବାସ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଏକ ସର୍ଭେ ଅନୁସାରେ ଚଳିତ ଆର୍ଥିକ ବର୍ଷର ଘରୋଇ ଉତ୍ପାଦ(ଜିଡିପି)ରେ 1.5 ପ୍ରତିଶତ ହ୍ରାସ ହେବ !

‘ଉପଭୋକ୍ତାଙ୍କ ବିଶ୍ବାସ ଭାଙ୍ଗିଛି,  ଅର୍ଥନୀତି 1.5 ପ୍ରତିଶତ ହ୍ରାସ ଆଶଙ୍କା’
Consumer Confidence Survey
author img

By

Published : Jun 5, 2020, 5:29 PM IST

ମୁମ୍ବାଇ: କୋରୋନା ଭାଇରସ ମହାମାରୀ ଯୋଗୁଁ ଉପଭୋକ୍ତାଙ୍କ ବିଶ୍ବାସ ଭାଙ୍ଗିଛି । ଏଥିଯୋଗୁଁ ଚଳିତ ଆର୍ଥିକ ବର୍ଷ 2020-21ରେ ଅର୍ଥବ୍ୟବସ୍ଥାରେ 1.5 ପ୍ରତିଶତ ହ୍ରାସ ଦେଖିବାକୁ ମିଳିପାରେ । ଆରବିଆଇ ଦ୍ବାରା ଜାରି ଏକ ସର୍ଭେ ରିପୋର୍ଟରେ ଏ ନେଇ ଅନୁମାନ ଲଗାଯାଇଛି ।

ରିଜର୍ଭ ବ୍ୟାଙ୍କର ଉପଭୋକ୍ତା ବିଶ୍ବାସ ସର୍ଭେରେ କୁହାଯାଇଛି କି, ‘‘2020 ମେ ମାସରେ ଉପଭୋକ୍ତାଙ୍କ ବିଶ୍ବାସ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ସାମ୍ପ୍ରତିକ ସ୍ଥିତି ସୂଚକାଙ୍କ (Current Situation Index CSI) ଐତିହାସିକ ନିମ୍ନ ସ୍ତରକୁ ଆସିଯାଇଛି । ଏଥିସହ ଆଗାମୀ 1 ବର୍ଷର ଫ୍ୟୁଚର Future Expectations Index (FEI) ମଧ୍ୟ ତୀବ୍ର ହ୍ରାସ ରେକର୍ଡ କରୁଛି ।

ଅନ୍ୟ ଏକ ସର୍ଭେ ଅନୁସାରେ ଚଳିତ ଆର୍ଥିକ ବର୍ଷର ଘରୋଇ ଉତ୍ପାଦ(ଜିଡିପି)ରେ 1.5 ପ୍ରତିଶତ ହ୍ରାସ ହୋଇପାରେ । ଯଦିଓ ଆସନ୍ତା ଆର୍ଥିକ ବର୍ଷ ଭଲ ରହିବା ଆଶା ରହିଛି ।

ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ପ୍ରଫେସନାଲ ଫରକାଷ୍ଟର୍ସ (SPF)ସର୍ଭେରେ କୁହାଯାଇଛି ଯେ 2020-21 ମସିହାରେ ବାସ୍ତବ ଜିଡିପିରେ 1.5 ପ୍ରତିଶତ ହ୍ରାସ ଦେଖାଦେବ। ଅବଶ୍ୟ, ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ଫେରିବ ଏବଂ ଏଥିରେ 7.2 ପ୍ରତିଶତ ଅଭିବୃଦ୍ଧି ରେକର୍ଡ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.