ETV Bharat / business

22 ଶିଳ୍ପ ପ୍ରକଳ୍ପ ଉଦଘାଟିତ, ମିଳିବ ସାଢେ 10 ହଜାରରୁ ଅଧିକ ନିଯୁକ୍ତି - ଓଡିଶାରେ ନିବେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଓ ଉଦଘାଟନ କରିଥିବା 22ଟି ଶିଳ୍ପ ପ୍ରକଳ୍ପ ମଧ୍ୟରେ ମେଟାଲ, ପର୍ଯ୍ୟଟନ, ବୟନ ଏବଂ ପୋଷାକ, ସିମେଣ୍ଟ, ପ୍ଲାଷ୍ଟିକ୍ ଶିଳ୍ପ ରହିଛି । ଏହାର ବ୍ୟୟ ଅଟକଳ 13,311 କୋଟି ଟଙ୍କା ରହିଛି । ଅଧିକ ପଢନ୍ତୁ..

22 ଶିଳ୍ପ ପ୍ରକଳ୍ପ ଉଦଘାଟିତ,  ମିଳିବ ସାଢେ 10 ହଜାରରୁ ଅଧିକ ନିଯୁକ୍ତି

author img

By

Published : Feb 17, 2021, 9:23 PM IST

Updated : Feb 17, 2021, 10:43 PM IST

ଭୁବନେଶ୍ବର: ରାଜ୍ୟରେ ଶିଳ୍ପର ବିକାଶ ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାର ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ବୁଧବାର ପ୍ରାୟ 13 ହଜାର 3 ଶହ 11 କୋଟି ଟଙ୍କାର 22ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପ ଉଦଘାଟନ କରିଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା 10,677 ନିଯୁକ୍ତି ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଓ ଉଦଘାଟନ କରିଥିବା 22ଟି ଶିଳ୍ପ ପ୍ରକଳ୍ପ ମଧ୍ୟରେ ମେଟାଲ, ପର୍ଯ୍ୟଟନ, ବୟନ ଏବଂ ପୋଷାକ, ସିମେଣ୍ଟ, ପ୍ଲାଷ୍ଟିକ୍ ଶିଳ୍ପ ରହିଛି । ମେକ ଇନ ଓଡିଶାର ଏକ ପ୍ରମୁଖ ଅଭିବୃଦ୍ଧିରେ ଏହି 22 ଟି ଶିଳ୍ପ ୟୁନିଟ, 13, 311.53 କୋଟିର ମିଳିତ ବିନିଯୋଗ ସହିତ ରାଜ୍ୟରେ 10,677 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେହିଭଳି ଉତ୍ପାଦନ କ୍ଷେତ୍ରରେ ପ୍ରଭାବଶାଳୀ ପୁଞ୍ଜି ବିନିଯୋଗରେ ଓଡ଼ିଶା ଉଚ୍ଚତର ହୋଇଥିବାରୁ ଭାରତର ଉତ୍ପାଦନ ହବ୍ ଭାବରେ ରାଜ୍ୟର ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବେ ଆଶାବାଦୀ ମୁଖ୍ୟମନ୍ତ୍ରୀ ।

22 ଶିଳ୍ପ ପ୍ରକଳ୍ପ ଉଦଘାଟିତ, ମିଳିବ ସାଢେ 10 ହଜାରରୁ ଅଧିକ ନିଯୁକ୍ତି

ଶାନ୍ତିପୂର୍ଣ୍ଣ ସାମାଜିକ ଜଳବାୟୁ ସହିତ ବିନିଯୋଗ ଇକୋସିଷ୍ଟମର ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଆମର ଇଚ୍ଛାକୃତ ଲକ୍ଷ୍ୟ ହାସଲ କରିବା ପାଇଁ ଫଳପ୍ରଦ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାୟ 13,000 କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ 22 ଶିଳ୍ପ ପ୍ରକଳ୍ପ ଆରମ୍ଭ ଯୋଗୁଁ ପ୍ରାୟ 11 ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲ୍ୟାଣ୍ଡ ବ୍ୟାଙ୍କ ସୂଚନା ପ୍ରଣାଳୀ ଗୋ ପ୍ଲସର ମୋବାଇଲ୍ ସଂସ୍କରଣ ଲଞ୍ଚ କରିଛନ୍ତି । ଏହା ରାଜ୍ୟର ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ବିଶେଷ ସହାୟକ ହେବ । 2019 ମସିହା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଜାତୀୟ ସ୍ତରରେ ସମସ୍ତ ପୁଞ୍ଜି ବିନିଯୋଗର 18 ପ୍ରତିଶତ ଅଂଶ ସହିତ ଓଡିଶା ଏକ ନମ୍ବର ନିବେଶ ଲକ୍ଷ୍ୟସ୍ଥଳ ଭାବରେ ଉଭା ହୋଇଛି । ପୁଞ୍ଜି ନିବେଶର ଆକର୍ଷଣୀୟ ତଥା ସୁବିଧା ପାଇଁ ଓଡିଶା ଏକ ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ଏହି ପ୍ରକଳ୍ପର ଶୁଭାରମ୍ଭ ହେବା ସହିତ ଓଡ଼ିଶା ଶିଳ୍ପାୟନରେ ଗୋଟିଏ ପାଦ ଆଗକୁ ବଢିଛି ବୋଲି ଶକ୍ତି, ଶିଳ୍ପ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ଦକ୍ଷ ନେତୃତ୍ୱ ଓଡ଼ିଶାକୁ ପୁଞ୍ଜି ବିନିଯୋଗରେ ଆକର୍ଷିତ କରିପାରିଛି ।

ଏହି ଅବସରରେ ନୂତନ ପ୍ରକଳ୍ପର ଏକ ଭିଡିଓ ସ୍କ୍ରିନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ (5-ଟି) ର ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନ ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ସିଏମଡି ଇଡିକୋ ସଞ୍ଜୟ କୁମାର ସିଂ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ, ଇପିସିଆଲ ଏମଡି ନିତିନ ଜାୱାଲେ ପ୍ରମୁଖ ଉପସ୍ଥିତ ଥିଲେ ।

  • ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ :

    ଲାଇଫଲାଇନ୍ ମଲ୍ଟି-ଭେଞ୍ଚର୍ସ ପିଭି ଦ୍ୱାରା ଭୁବନେଶ୍ୱରର ଏକ ପାଞ୍ଚ ତାରକା ହୋଟେଲ ପ୍ରତିଷ୍ଠା ହେବ । 150.38 କୋଟି ବିନିଯୋଗରେ 240 ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

    OCL ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଟାଙ୍ଗିରେ 2.5 MTPA ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ପ୍ରତିଷ୍ଠା ହେବ । 141 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ 441.43 କୋଟି ବିନିଯୋଗ ହେବ ।

    KTL ଲଜିଷ୍ଟିକ୍ସ ଏବଂ ସର୍ଭିସେସ୍ ଲିମିଟେଡ୍ କଟକରେ ପ୍ରାୟ 182 କୋଟି ଟଙ୍କାର ଲଜିଷ୍ଟିକ୍ ପାର୍କ ସହିତ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା ହେବ ।

    ଶ୍ୟାମ ମେଟାଲିକ୍ ଏବଂ ଏନର୍ଜି ଲିମିଟେଡ୍ ପ୍ରାୟ 77 କୋଟି ଟଙ୍କାର ପେଲେଟ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ ।

    ଝାରସୁଗୁଡାରେ ପ୍ରାୟ 5 କୋଟି ଟଙ୍କାର ୱାଟର ପାର୍କ ଉଦଘାଟନ କରାଯାଇଛି । ଏହା ଦ୍ଵାରା କିଛି ନିଯୁକ୍ତି ମିଳିବା ସହ ରାଜସ୍ୱ ଆଦାୟ ହୋଇପାରିବ ।

    ଗଞ୍ଜାମରେ ପ୍ରାୟ 2 କୋଟି ଟଙ୍କାର ଲାକେର୍ ଷ୍ଟିଲିଟ୍ ପ୍ଲାଷ୍ଟିକ୍ ଇଣ୍ଡଷ୍ଟ୍ରି ଉଦଘାଟନ କରାଯାଇଛି ।

    ଯାଜପୁର କଳିଙ୍ଗ ନଗରରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ପ୍ରାୟ 7 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଅଶୋଧିତ ଷ୍ଟେନଲେସ ଷ୍ଟିଲ କ୍ଷମତାର ସମ୍ପ୍ରସାରଣ 1.1 MTPA ରୁ 3.2 MTPA ଏବଂ କୋଲ୍ଡ ରୋଲିଂ ମିଲ କ୍ଷମତା 0.8 MTPA ରୁ 2.4କୁ ବୃଦ୍ଧି ପାଇବ ।

    ସୁନ୍ଦରଗଡରେ ଶିବ ସିମେଣ୍ଟ ଲିମିଟେଡର 15 ଶହ କୋଟି ଟଙ୍କାର ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହାର ଅତିରିକ୍ତ 1.32 MTPA ଏବଂ ସିମେଣ୍ଟ କ୍ଷମତା 1.05 MTPA ମେଟାଲ୍ କ୍ଷମତା ବୃଦ୍ଧି ପାଇବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Feb 17, 2021, 10:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.