ETV Bharat / business

ଲକଡାଉନରେ ବଢିଛି ସିଗାରେଟ କଳାବଜାରୀ

author img

By

Published : Jun 15, 2020, 4:34 PM IST

କୋରୋନା ମହାମାରୀ ଲକଡାଉନ ମଧ୍ୟରେ ବଢିଛି ସିଗାରେଟ ମାଫିଆଙ୍କ କଳାବଜାରୀ । କଟକଣାକୁ ନ ମାନି କାରସାଦି ସହ ଚୋରାରେ ଚାଲିଛି ଦାମୀ ସିଗାରେଟ କାରବାର । ଅଧିକ ପଢନ୍ତ..

Cigarette smuggling increase during Covid-19 lockdown
ଲକଡାଉନରେ ବଢିଛି ସିଗାରେଟ ସ୍ମଗଲିଙ୍ଗ

ନୂଆଦିଲ୍ଲୀ: ଗତ କିଛି ମଧ୍ୟରେ ପ୍ରବର୍ତ୍ତନ ଏଜେନ୍ସି ଗୁଡିକ ଦ୍ବାରା ବିପୁଳ ପରିମାଣରେ ଚୋରା ବିଦେଶୀ ସିଗାରେଟ ଜବତ ହୋଇଛି । ଏହା ଦର୍ଶାଉଛି କି କୋରୋନା ଭାଇରସ ମହାମାରୀ ଯୋଗୁଁ ଲାଗୁ ଲକଡାଉନ ମଧ୍ୟରେ ସିଗାରେଟ କଳାବଜାରୀ ବୃଦ୍ଧି ପାଇଛି । ସୋମବାର ଏନେଇ ଫିକ୍କିର ଏକ କମିଟି କହିଛି ।

ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିବା ଚୋରା ଚାଲାଣ ତଥା ନକଲି ଉତ୍ପାଦ କାର୍ଯ୍ୟକଳାପ ବିରୋଧରେ FICCI ଦ୍ବାରା ଗଠିତ କମିଟି (CASCADE) କହିଛି କି, ଜୁନ 12ରେ ନାଭି ମୁମ୍ବାଇ ସ୍ଥିତ ଜବାହାରଲାଲ ନେହୁର ପୋର୍ଟ ଟ୍ରଷ୍ଟ(JNPT)ରୁ 11.88 କୋଟି ଟଙ୍କାର ବିଦେଶୀ ବ୍ରାଣ୍ଡ ସିଗାରେଟ ଜବତ ହୋଇଛି । ଲକଡାଉନ ଲାଗୁ ପରେ ଧରାପଡିଥିବା ଏହା ସବୁଠୁ ବଡ ଚୋରା କାରବାର ।

CASCADE ଏକ ବିବୃତ୍ତିରେ କହିଛି କି, ‘‘ସମଗ୍ର ଦେଶରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ସଡ଼କ ପରିବହନ, ମାଲ ପରିବହନ ଏବଂ ଯାତ୍ରୀବାହୀ ଗାଡିରେ ଏଭଳି ମାଲ (ସିଗାରେଟ ଲୁଚାଇ ନେଉଥିବା) ଚୋରା ଚାଲାଣ ହେଉଥିଲା ।

ଏଭଳି କଳାବଜାରୀ ଘଟଣା ବୃଦ୍ଧି ନେଇ CASCADEର ଚେୟାରମ୍ୟାନ ଅନିଲ ରାଜପୁତ ଚିନ୍ତା ପ୍ରକାଶ କରି କହିଛନ୍ତି କି, ସମଗ୍ର ବିଶ୍ୱରେ ସିଗାରେଟ ଚୋରା ଚାଲାଣର ଏକ ବଡ ଠକେଇ ଚାଲିଛି । ଆଉ ଭାରତ ଏଥିପାଇଁ ଲଗାତାର ଉପଯୁକ୍ତ ସ୍ଥାନ ଭାବେ ରହିଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.