ETV Bharat / business

ଟ୍ରେଡୱାର ଟେନସନ, ବର୍ଷକର ସର୍ବୋଚ୍ଚ ସ୍ତରରେ ଚୀନ ମୁଦ୍ରାସ୍ଫୀତି

ଆମେରିକା ସହ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ପ୍ରଭାବରେ ଚୀନ ଅର୍ଥନୀତି ଅସ୍ତବ୍ୟସ୍ତ । ଦିନକୁ ଦିନ ବେଲଗାମ ହେଉଛି ବଜାର । ବର୍ଷକର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି । ଏ ନେଇ ଚିନ୍ତାରେ ଡ୍ରାଗନ ।

author img

By

Published : Jun 12, 2019, 9:48 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନ ପରେ ଚୀନ ଭାଙ୍ଗିଲା ଦରବୃଦ୍ଧି ରେକର୍ଡ । ଗୋଟିଏ ବର୍ଷର ସର୍ବୋର୍ଚ୍ଚ ସ୍ତରରେ ଚୀନ ମୁଦ୍ରାସ୍ଫୀତି । ଆକାଶ ଛୁଆଁ ମାଂସ ଓ ଫଳ ଦର ଏହାର ପ୍ରମୁଖ କାରଣ ହୋଇଥିବା ବେଳେ ଆମେରିକା ସହ ଚାଲିଥିବା ଟ୍ରେଡୱାର ପ୍ରଭାବରେ ଦୁର୍ବଳ ହେଉଛି ଚୀନ ମେରୁଦଣ୍ଡ ।

ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଡ୍ରାଗନ । ଟ୍ରମ୍ପଙ୍କ ଚଢା ଟିକସ ଲାଗୁ ପରେ ବି ସଙ୍କଟରେ ବିଶ୍ବର ସର୍ବାଧିକ ଜନବହୁଳ ଦେଶ । ମେ ମାସରେ ଚୀନର ଉପଭୋକ୍ତା ମୁଲ୍ୟ ସୂଚକାଙ୍କ(ସିପିଆଇ) 2.7 ପ୍ରତିଶତ ଥିବା ବେଳେ ଏପ୍ରିଲରେ ଏହା 2.5 ପ୍ରତିଶତ ରହିଥିଲା । ଏଥିରୁ ଖାଉଟି ମୁଦ୍ରାସ୍ଫୀତି ହିସାବ କରାଯାଇପାରୁଛି । ମେ ମାସର ଖୁଚୁରା ମୁଦ୍ରାସ୍ଫୀତି 2018 ଫେବୃଆରୀ ପର ଠାରୁ ସର୍ବାଧିକ ।

ଚୀନର ସମ୍ବର ମାଂସ ଦର ମେ ରେ 18.2 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ସତେଜ ଫଳ ମୁଲ୍ୟ 26.7 ପ୍ରତିଶତରେ ପହଞ୍ଚିଛି ।

Intro:Body:

gs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.