ETV Bharat / business

ଚୀନଠାରୁ ଅର୍ଥନୈତିକ ଦୂରତ୍ବ ରଖିପାରନ୍ତି ସମସ୍ତ ଦେଶ - ଚୀନଠାରୁ ସମସ୍ତ ରାଷ୍ଟ୍ରଙ୍କର ଅର୍ଥନୈତିକ ଦୂରତ୍ବ

କୋରୋନା ଭୂତାଣୁ ଚୀନ ପାଇଁ ଏକ ବଡ ବିପଦ ସୃଷ୍ଟି କରିଛି । ବର୍ତ୍ତମାନ ସ୍ଥିତିରେ ଅନ୍ୟ ଦେଶରେ ଚୀନର ବ୍ୟବସାୟିକ କ୍ଷତି ସହିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଚୀନଠାରୁ ଅର୍ଥନୈତିକ ଦୂରତ୍ବ ରଖିପାରନ୍ତି ସମସ୍ତ ଦେଶ

author img

By

Published : May 8, 2020, 12:11 AM IST

ବେଜିଂ: କୋଭିଡ-19 ଯୋଗୁଁ ସମସ୍ତ ଦେଶର ଅର୍ଥନୈତିକ ସ୍ଥିତି ଦୋହଲିଯାଇଛି । ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଏବେ ଆର୍ଥିକ ଅବସ୍ଥା ଖରାପ ହୋଇଛି । ତେବେ 3ଟି ରାଷ୍ଟ୍ର ଆମେରିକା, ଚୀନ, ଜାପାନର କୋରୋନା ପରବର୍ତ୍ତୀ ଅବସ୍ଥା ଉପରେ ବିଶ୍ବର ବାଣିଜ୍ୟ କାରବାର ନିର୍ଭର କରୁଛି ।

ଏହି ଭୂତାଣୁ ଚୀନ ପାଇଁ ଏକ ବଡ ବିପଦ ସୃଷ୍ଟି କରିଛି । ବର୍ତ୍ତମାନ ସ୍ଥିତିରେ ଅନ୍ୟ ଦେଶରେ ଚୀନ ବ୍ୟବସାୟିକ କ୍ଷତି ସହିବାର ସମ୍ଭାବନା ରହିଛି । ଏକ ରିପୋର୍ଟ ଅନୁସାରେ ଆମେରିକା, ଏସିଆ, ୟୁରୋପ ମାର୍କେଟରେ ଚୀନ ପ୍ରଡକ୍ଟ ଉପରେ ବ୍ୟାନ ଲାଗିବାର ସମ୍ଭାବନା ରହିଛି । କୋରୋନା ଭୂତାଣୁ ସଂକ୍ରମଣ ଏବେ ସମସ୍ତ ଦେଶକୁ ସାବଧାନ କରିଦେଇଛି । ଉପରୋକ୍ତ 3ଟି ମହାଦେଶର ଚୀନର ଅଧିକ ପ୍ରଡକ୍ଟ ବେପାର ହୋଇଥାଏ । ହେଲେ ଏବେ ଏଥିରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ପୂର୍ବରୁ ଚୀନ ସାମଗ୍ରୀ ଉପରେ ବ୍ୟାନ ଲଗାଇବାକୁ ନିଜ କମ୍ପାନୀଙ୍କୁ ଉସୁକାଇଛନ୍ତି । ଆଫ୍ରିକାରେ ବିଭିନ୍ନ ରାଷ୍ଟ୍ର ମଧ୍ୟ ଏହା ବିରୋଧରେ ଆପତ୍ତି ଉଠାଇଛନ୍ତି । ବ୍ୟବସାୟ ଦୂର କଥା ଚୀନ ସମସ୍ତ ରାଷ୍ଟ୍ରଙ୍କୁ ବାଣ୍ଟିଥିବା ଟେଷ୍ଟିଂ କିଟ୍ସ ମଧ୍ୟ ଖରାପ ଥିବା କିଛି ଦେଶ ଅଭିଯୋଗ କରିଛନ୍ତି । ତୁର୍କୀକୁ ଚୀନ ଯୋଗାଇଥିବା ଟେଷ୍ଟିଂ କିଟ୍ସ ଖରାପ ଥିବା ନେଇ ତୁର୍କୀ ସରକାର ଜଣାଇଛନ୍ତି । ନିଜ ନାଗରିକଙ୍କ ମଧ୍ୟରେ ଏହା ବାଣ୍ଟିବାକୁ ସରକାର ମନା କରିଛନ୍ତି । ସ୍ପେନ ଓ ନେଦରଲାଣ୍ଡ ସରକାର ମଧ୍ୟ ଚୀନଠାରୁ ଆଣିଥିବା କିଟ୍ସ ଫେରାଇ ଦେଇଛନ୍ତି ।

ପୂର୍ବରୁ ଆମେରିକା ଚୀନ ମାର୍କେଟକୁ ନିଜର ବ୍ରାଣ୍ଡ ବନାଇଥିଲା । ହେଲେ ଉଭୟ ଦେଶ ମଧ୍ୟରେ ଟ୍ରେଡ ୱାର ପରେ ଏବେ କୋଭିଡ-19 ଯୋଗୁଁ ଚୀନ ମାର୍କେଟରୁ ମୁହଁ ଫେରାଇ ଆଣିବା ବିଷୟରେ ଭାବୁଛନ୍ତି ଆମେରିକୀୟ କମ୍ପାନୀ । ଚୀନକୁ ଛାଡି ଭିଏତନାମ କିମ୍ବା ମେକ୍ସିକୋ ଅବା ଭାରତରେ ନିଜ ନୂଆ ମାର୍କେଟ ବିସ୍ତାର କରିବାକୁ ଆମେରିକାର ଶିଳ୍ପ କମ୍ପାନୀ ସ୍ଥିର କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.