ETV Bharat / business

ନୂଆବର୍ଷରୁ ବଦଳିବ ଚେକ୍‌ ପେମେଣ୍ଟ ନିୟମ, ଜାଣନ୍ତୁ...

ବ୍ୟାଙ୍କିଂ ଫ୍ରଡରେ ଅଙ୍କୁଶ ଲଗାଇବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) 2021 ମସିହା ଜାନୁଆରୀ 1 ତାରିଖରୁ ଚେକ୍‌ର ପଜିଟିଭ ପେ ସିଷ୍ଟମ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ଅଗଷ୍ଟ ମାସରେ ହିଁ ଏହି ବିଷୟରେ ଘେଷଣା କରିଥିଲେ। ଅଧିକ ପଢନ୍ତୁ...

author img

By

Published : Dec 13, 2020, 6:50 PM IST

ନୂତନ ବର୍ଷରେ ବଦଳି ଯିବ ଚେକ୍‌ ପେମେଣ୍ଟ ନିୟମ
ନୂତନ ବର୍ଷରେ ବଦଳି ଯିବ ଚେକ୍‌ ପେମେଣ୍ଟ ନିୟମ

ନୂଆଦିଲ୍ଲୀ: ନୂତନ ବର୍ଷ ଆରମ୍ଭରୁ ଚେକ୍‌ ପେମେଣ୍ଟ ସହ ଜଡିତ ସମସ୍ତ ନିୟମରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି। ବ୍ୟାଙ୍କିଂ ଫ୍ରଡରେ ଅଙ୍କୁଶ ଲଗାଇବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) 2021 ମସିହା ଜାନୁଆରୀ 1 ତାରିଖରୁ ଚେକ୍‌ର ପଜିଟିଭ ପେ ସିଷ୍ଟମ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ଅଗଷ୍ଟ ମାସରେ ହିଁ ଏହି ବିଷୟରେ ଘୋଷଣା କରିଥିଲେ।

ପଜିଟିଭ ପେ ସିଷ୍ଟମ କ’ଣ ?

ପଜିଟିଭ୍‌ ପେ ସିଷ୍ଟମ ଅନୁଯାୟୀ କୌଣସି ତୃତୀୟ ପାର୍ଟିକୁ ଚେକ ଜାରୀ କରିଥିବା ବ୍ୟକ୍ତିଙ୍କୁ ନିଜ ଚେକର ସୂଚନା ବ୍ୟାଙ୍କକୁ ଦେବାକୁ ହେବ। ଏହି ସିଷ୍ଟମରେ 50,000 ରୁ ଅଧିକ ଦେୟ ପ୍ରଦାନ କରୁଥିବା ଚେକଗୁଡ଼ିକୁ ରି-କନଫର୍ମ କରିବାକୁ ପଡିବ | ଏହି ସିଷ୍ଟମ ଜରୀଆରେ ଚେକର କ୍ଲିୟାରେନ୍ସରେ ମଧ୍ୟ କମ ସମୟ ଲାଗିବ। ଚେକ ଜାରୀ କରିଥିବା ବ୍ୟକ୍ତିଙ୍କୁ ଇଲେକ୍ଟ୍ରୋନିକ ମାଧ୍ୟମରେ ଚେକର ତାରିଖ, ଲାଭାର୍ଥିଙ୍କ ନାମ, ପ୍ରାପ୍ତ ବ୍ୟକ୍ତି ଏବଂ କେତେ ଟଙ୍କା ଦେବେ ସେ ବିଷୟରେ ଦ୍ବିତୀୟ ଥର ସୂଚନା ଦେବାକୁ ପଡିବ।

ଏହି ସିଷ୍ଟମ ଜରିଆରେ ଏସଏମଏସ, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଚେକର ସୂଚନା ଦିଆଯାଇପାରେ | ଚେକ୍ ଦେୟ ପୂର୍ବରୁ ଏହି ବିବରଣୀଗୁଡିକୁ ପୁନଶ୍ଚ ଯାଞ୍ଚ କରାଯିବ | କୌଣସି ତୃଟି ଦେଖାଦେଲେ ‘ଚେକ୍‌ ଟ୍ରାଞ୍ଜାକ୍ସନ ସିଷ୍ଟମ’ ଦ୍ବାରା ଏହାକୁ ମାର୍କ କରି ଡ୍ରାଇ ବ୍ୟାଙ୍କ(ଯେଉଁ ବ୍ୟାଙ୍କରେ ଚେକ ପେମେଣ୍ଟ୍‌ ହେବ) ଏବଂ ପ୍ରେଜେଣ୍ଟିଙ୍ଗ ବ୍ୟାଙ୍କ ( ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଚେକ୍‌ ଜାରୀ ହେଇଥିବ) ଙ୍କୁ ସୂଚନା ଦିଆଯିବ।

ଏହି ନିୟମ 50,000 ଏବଂ ତହିଁରୁ ଅଧିକ ମୂଲ୍ୟର ସମସ୍ତ ଦେୟ ମାମଲା ପାଇଁ ଉଦ୍ଦିଷ୍ଟ । ତେବେ ଏହି ସୁବିଧା ପାଇବାର ନିଷ୍ପତ୍ତି ଖାତାଧାରୀଙ୍କ ହାତରେ ରହିବ। ଏଥି ସହିତ, ବ୍ୟାଙ୍କ ଚାହିଁଲେ ପାଞ୍ଚ ଲକ୍ଷ ଏବଂ ତଦୁର୍ଦ୍ଧ ମୂଲ୍ୟର ଚେକ୍ କ୍ଷେତ୍ରରେ ଏହାକୁ ବାଧ୍ୟତାମୂଳକ କରିପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.