ETV Bharat / business

‘ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କେନ୍ଦ୍ରର ଅନ୍ତିମ ରିଲିଫ ପ୍ୟାକେଜ’ - ଶେଷ ରିଲିଫ ପ୍ୟାକେଜ

ଶେଷ ପ୍ରୋତ୍ସାହନ ପ୍ୟାକେଜର ଘୋଷଣା କୋଭିଡ ସଙ୍କଟ ପରେ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହେବା ଆଶା ରହିଥିବା କହିଛନ୍ତି ଏସ ଗୁରୁମୂର୍ତ୍ତି । ଅଧିକ ପଢନ୍ତୁ..

S Gurumurthy
‘ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କେନ୍ଦ୍ରର ଅନ୍ତିମ ରିଲିଫ ପ୍ୟାକେଜ’
author img

By

Published : Jun 17, 2020, 1:13 PM IST

କୋଲକାତା: କେନ୍ଦ୍ର ସରକାର କୋଭିଡ-19 ସଙ୍କଟ ପରେ ସେପ୍ଟେମ୍ବରରେ ଶେଷ ରିଲିଫ ପ୍ୟାକେଜର ଘୋଷଣା କରିପାରନ୍ତି । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ଏସ ଗୁରୁମୂର୍ତ୍ତି ।

ଭାରତ ଚ୍ୟାମ୍ବର୍ସ ଅଫ କମର୍ସ ଦ୍ବାରା ଆୟୋଜିତ ଏକ ୱେବିନାରରେ ଗୁରୁମୂର୍ତ୍ତି କହିଛନ୍ତି କି, କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ପ୍ୟାକେଜକୁ ଅନ୍ତିମ ଉପାୟ ଭାବେ ଗ୍ରହଣ କରାଯାଇଛି ।

ଶେଷ ପ୍ରୋତ୍ସାହନ ପ୍ୟାକେଜର ଘୋଷଣା କୋଭିଡ ସଙ୍କଟ ପରେ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହେବା ନେଇ ଆଶା ରହିଥିବା ଆରଏସଏସ ବିଚାରକ ଜଣାଇଛନ୍ତି ।

ଅଭାବ ପୂରଣ ପାଇଁ ୟୁରୋପୀୟ ଦେଶ ଏବଂ ଆମେରିକା ମୁଦ୍ରା ମୁଦ୍ରଣ କରୁଥିବାବେଳେ ଭାରତ ପାଇଁ ଏହା କରିବା ନେଇ କୌଣସି ସୁଯୋଗ ନାହିଁ ବୋଲି ସେ କହିଛନ୍ତି ।

ଗୁରୁମୂର୍ତ୍ତି କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏବେ ସୁଦ୍ଧା କ୍ଷତିର ମୁଦ୍ରୀକରଣ (ନୋଟ ପ୍ରିଣ୍ଟିଂ) ବିକଳ୍ପ ଉପରେ ବିଚାର କରିନାହିଁ। ଘାଟାର ମୁଦ୍ରୀକରଣ ଅଧିନରେ କେନ୍ଦ୍ର ବ୍ୟାଙ୍କ ସରକାରଙ୍କ ଖର୍ଚ୍ଚ ଆବଶ୍ୟକତା ପୂରଣ କରିବା ପାଇଁ ସରକାରୀ ବଣ୍ଡ କ୍ରୟ କରିଛି ଏବଂ ଏହାର ପ୍ରତିବଦଳରେ ନିଜ ପାଣ୍ଠିରୁ କିମ୍ବା ନୂତନ ନୋଟ ଛାପି ସରକାରଙ୍କୁ ଅର୍ଥ ପ୍ରଦାନ କରୁଛି।

ସେ କହିଛନ୍ତି, "ଭାରତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ସରକାର ଏପ୍ରିଲ 1 ରୁ ମେ 15 ପର୍ଯ୍ୟନ୍ତ ଜନ-ଧନ ବ୍ୟାଙ୍କ ଆକାଉଣ୍ଟରେ 16,000 କୋଟି ଟଙ୍କା ଜମା କରିଛନ୍ତି।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.