ETV Bharat / business

ତେଲ ଦାମ ବୃଦ୍ଧି ପ୍ରସଙ୍ଗ: ଏଭଳି କହିଲେ ଅର୍ଥମନ୍ତ୍ରୀ

ପେଟ୍ରୋଲ ଉପରେ କେବଳ କେନ୍ଦ୍ର ଟିକସ, ଶୁଳ୍କ ଆଦାୟ କରେ ନାହିଁ । ବରଂ ରାଜ୍ୟ ବି ତାହାର ଯୋଗଦାନ ନିଏ । ଏଣୁ ଏହାର ଦାମ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ଦରକାର । ଅଧିକ ପଢନ୍ତୁ..

ତେଲ ଦାମ ବୃଦ୍ଧି ,  ବିବୃତ୍ତି ରଖିଲେ ଅର୍ଥମନ୍ତ୍ରୀ

author img

By

Published : Mar 5, 2021, 6:27 PM IST

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ । ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଶୁକ୍ରବାର କହିଛନ୍ତି ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ବସି ଆଲୋଚନା କରିବାକୁ ହେବ । କାରଣ ତେଲ ଉପରେ ଉଭୟ ସରକାରଙ୍କ ଦ୍ବାରା ଟିକସ ଆଦାୟ ହେଉଛି ।

ସେ କହିଛନ୍ତି କି ପେଟ୍ରୋଲିୟମ ଉପରେ କେନ୍ଦ୍ର ସରକାରଙ୍କୁ ଯେଉଁ ରାଜସ୍ବ ମିଳେ ତାହାର 41 ପ୍ରତିଶତ ଟିକସ ରାଜ୍ୟକୁ ପଠାଯାଇଥାଏ ।

ପଲ୍ଲୀଠୁ ଦିଲ୍ଲୀ ସବୁଠି ଏବେ ତେଲ ଦାମ ବୃଦ୍ଧି ନେଇ ଜୋର ଧରିଛି ରାଜନୀତି, ପ୍ରତିବାଦ ଓ ଆନ୍ଦୋଳନ । ଏ ନେଇ ରାଜ୍ୟ କେନ୍ଦ୍ରକୁ ଅଙ୍ଗୁଳି ଦେଖାଉଛି ତ ପୁଣି କେନ୍ଦ୍ର ଅଭିବୃଦ୍ଧି ଓ ଟିକସ ସଂଗ୍ରହର ଦ୍ବାହି ଦେଉଛି । ଏ ନେଇ ନେତା ଠୁ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ ସମସ୍ତେ ମିଶି ନିଜ ନିଜ ମତ ଉପସ୍ଥାପନ କରୁଛନ୍ତି । ହେଲେ ଲାଘବ ହେଉନି ଖାଉଟିଙ୍କ ମହଙ୍ଗା ତେଲ କଷ୍ଟର ଦୁଃଖ ।

ଭାରତୀୟ ମହିଳା ପ୍ରେସ କୋର୍ପ (IWPC) ରେ ଅର୍ଥମନ୍ତ୍ରୀ କହିଛନ୍ତି କି ଭାରତୀୟ ଯୁବରଙ୍କ ପ୍ରତିଭାକୁ ଦୃଷ୍ଟିରେ ରଖି ଆସନ୍ତା 15 ବର୍ଷ ପାଇଁ ଭାରତରେ ନୀତି-ଚାଳିତ ଦୃଷ୍ଟିକୋଣ ଜାରି ହେବା ଜରୁରୀ । IWPC ସଦସ୍ୟଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି କି ଅଟୋ ଫ୍ୟୁଲ ଉପରେ ଟିକସ ବୋଝ ନେଇ ଉପଭୋକ୍ତାଙ୍କ କଷ୍ଟକୁ ସେ ବୁଝିପାରୁଛନ୍ତି ।

ଏହା ପୂର୍ବରୁ ଫେବୃଆରୀ 20 ରେ ମଧ୍ୟ ଅର୍ଥମନ୍ତ୍ରୀ ଇନ୍ଧନ ଦାମ ଉପରେ କହିଥିଲେ କି ଏହାର ଏକ ଗମ୍ଭୀର ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଉଭୟ କେନ୍ଦ୍ର ଓ ରାଦ୍ୟ ସରକାରଙ୍କୁ ଉପଭୋକ୍ତାଙ୍କୁ ଉଚିତ ସ୍ତରରେ ଖୁଚୁରା ଇନ୍ଧନ ଉପଲବ୍ଧ କରାଇବା ପାଇଁ କଥା ହେବା ଦରକାପର । ସେ କହିଛନ୍ତି କି, ସରକାରଙ୍କ ପେଟ୍ରୋଲ ଦାମ ଉପରେ କୌଣସି ନିୟନ୍ତ୍ରଣ ନାହିଁ । ତେଲ କମ୍ପାନୀ ଅଶୋଧିତ ତୈଳର ଆମଦାନୀ କରନ୍ତି । ଏହାକୁ ବିଶୋଧନ କରି ଯୋଗାଣ କରାଯାଏ । ଏଣୁ ଏହା ଏକ ବଡ ଧର୍ମ ସଙ୍କଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.