ETV Bharat / business

ବିକ୍ରି ହେବ ନୀଳାଞ୍ଚଳ ଇସ୍ପାତ ପ୍ଲାଣ୍ଟ, ଆସିଲା ଅନେକ ରୁଚିପତ୍ର

author img

By

Published : Mar 30, 2021, 8:44 PM IST

ଆର୍ଥିକ ସଙ୍କଟରେ ଜୁଝୁଥିବା କଳିନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ (NINL )ର ଘରୋଇକରଣ ପାଇଁ ଆସିଲା ଅନେକ ରୁଚିପତ୍ର । ତେବେ ବିକ୍ରି ପରେ ଏହା ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ହେବ କି ଲାଭବାନ ...

ବିକ୍ରି ହେବ ନୀଳାଞ୍ଚଳ ଇସ୍ପାତ ପ୍ଲାଣ୍ଟ, ଆସିଲା ଅନେକ ରୁଚିପତ୍ର
ବିକ୍ରି ହେବ ନୀଳାଞ୍ଚଳ ଇସ୍ପାତ ପ୍ଲାଣ୍ଟ, ଆସିଲା ଅନେକ ରୁଚିପତ୍ର

ହାଇଦ୍ରାବାଦ: ବିକ୍ରି ହେବ କଳିନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ (NINL ) । ଆର୍ଥିକ ସଙ୍କଟରେ ଜୁଝୁଥିବା ଏହି ଇସ୍ପାତ ପ୍ଲାଣ୍ଟର ବିନିବେଶ ପାଇଁ ତୟାର କେନ୍ଦ୍ର ସରକାର । ଏଥିପାଇଁ ସରକାରଙ୍କୁ ମିଳିଛି ଅନେକ ରୁଚିପତ୍ର ( EoIs) । ଅନେକ ବିଡର ଏଥିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏ ନେଇ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନ କାନ୍ତ ପାଣ୍ଡେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଦୀପମ ଜାନୁଆରୀରେ NINL ର ରଣନୀତିକ ବିକ୍ରି ପାଇଁ ପ୍ରାଥମିକ ବିଡ୍ ଆମନ୍ତ୍ରଣ କରିଥିଲା । ବିଡ୍ ଦାଖଲ ପାଇଁ ଶେଷ ତାରିଖ ଥିଲା ମାର୍ଚ୍ଚ 29 । ଏ ସମ୍ବନ୍ଧରେ ପାଣ୍ଡେ ଟ୍ବିଟରେ ଦର୍ଶାଇଛନ୍ତି କି , NINLର ଘରୋଇକରଣ ପାଇଁ ଅନେକ ରୁଚି ପତ୍ର ମିଳିଛି । ପ୍ରକ୍ରିୟା ଏବେ ଦ୍ବିତୀୟ ପର୍ଯ୍ୟାୟକୁ ଆସିଛି ।

ନୀଳଚଳ ଇସ୍ପାତରେ 3 ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ରହିଛି । ଆଉ ଆର୍ଥିକ ସଙ୍କଟ ଯୋଗୁଁ କମ୍ପାନୀ ସେମାନଙ୍କୁ ଦରମା ମଧ୍ୟ ଦେଇପାରୁନାହିଁ । ଏଥିଲାଗି କର୍ମଚାରୀମାନେ ବାରମ୍ବାର ଆନ୍ଦୋଳ କରୁଛନ୍ତି । ତେବେ ପୁଞ୍ଜି ପ୍ରତ୍ୟାହାର ପରେ କର୍ମଚାରୀଙ୍କ ଭବିଷ୍ୟତ କଣ ହେବ ତାହା ଏବେ ଅନିଶ୍ଚିତ ।

ପ୍ରକାଶ ଯେ, ନୀଳାଚଳ ଇସ୍ପାତରେ MMTC, NMDC, MECON, BHEL ଭଳି ସରକାରୀ ଉଦ୍ୟୋଗର ଜଏଣ୍ଟ ଭେଞ୍ଚର । ଏଥିରେ ଓଡିଶା ସରକାରଙ୍କ ଓଏମ୍‌ସି ଓ ଇପିକଲ୍‌ର ବି ଅଂଶଧନ ରହିଛି । ଜାନୁଆରୀ ମାସରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏନଆଇଏନଏଲରେ MMTC (49.78 ପ୍ରତିଶତ), NMDC (10.10 ପ୍ରତିଶତ), MECON (0.68 ପ୍ରତିଶତ), BHEL (0.68 ପ୍ରତିଶତ), IPICOL (12.00ପ୍ରତିଶତ) ଏବଂ OMC (20.47 per cent)ର ଇକ୍ୟୁଟି ସେୟାରର ରଣନୀତିକ ବିନିବେଶକୁ ମଞ୍ଜୁରୀ ଦେଇଥିଲା ।

ଏଥିମଧ୍ୟରେ ଏୟାର ଇଣ୍ଡିଆ , ବିପିସିଏଲ , ପବନ ହଂସ , ବିଇଏମଏଲ ଓ ସିପିଂ କ୍ରପ ର ଘରୋଇକରଣ ପ୍ରକ୍ରିୟା ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଏହି କମ୍ପାନୀଙ୍କ ଘରୋଇକରଣ ପାଇଁ ସରକାରଙ୍କୁ ଏନକ ରୁଚିପତ୍ର ମିଳିଛି । 2021-22 ପାଇଁ ସରକାର 1.75 ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖିଛନ୍ତି । ସଂଶୋଧିତ ଅନୁମାନରେ ସରକାର ଚଳିତ ଆର୍ଥିକ ବର୍ଷରେ ବିନିବେଶରୁ 32,000 କୋଟି ଟଙ୍କା ଯୋଗାଡ ପାଇଁ ଲକ୍ଷ୍ୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.