ETV Bharat / business

ଜିଡିପିରେ MSMEର ଯୋଗଦାନ 40% ବଢେଇବାକୁ କେନ୍ଦ୍ରର ଲକ୍ଷ୍ୟ - MSME

ଗ୍ରାମୀଣ ଅର୍ଥନୀତି ଓ ରୋଜଗାର ବୃଦ୍ଧି ପାଇଁ ଏମଏସଏମଇକୁ ପ୍ରୋତ୍ସାହନ କରିବା ଜରୁରୀ । ଆଉ ଏହାର ବୃଦ୍ଧି ଦ୍ବାରା ଜିଡିପିରେ ଏମଏସଏମଇର 40 ପ୍ରତିଶତ ଯୋଗଦାନ ରହିବ । ଏନେଇ ତତ୍ପର ସରକାର । ଅଧିକ ପଢନ୍ତୁ..

ଜିଡିପିରେ MSMEର ଯୋଗଦାନ 40% ବଢେଇବାକୁ କେନ୍ଦ୍ରର ଲକ୍ଷ୍ୟ

author img

By

Published : Feb 6, 2021, 10:44 PM IST

ନୂଆଦିଲ୍ଲୀ: ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସେକ୍ଟରର ଯୋଗଦାନ ବଢାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର । ଅଭିବୃଦ୍ଧିରେ ଏମଏସଏମଇର ଯୋଗଦାନ ବଢିଲେ ଗ୍ରାମାଞ୍ଚଳ ଗରିବ ଲୋକ ଉପକୃତ ହେବେ । ଦେଶର ଅର୍ତନୀତି ଗତିଶୀଳ ହେବା ସହ ନିଯୁକ୍ତି ସୁଯୋଗ ବଢିବ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର ଏନେଇ ସୂଚନା ଦେଇଛନ୍ତି ।

ବର୍ତ୍ତମାସ ଦେଶର ଜିଡିପିରେ 6.5 କୋଟି ଏମଏସଏମଇ 30 ପ୍ରତିଶତ ଯୋଗଦାନ ରଖୁଛି । ମନ୍ତ୍ରୀ ଜୋର ଦେଇ ଗରିବଙ୍କୁ ସଶକ୍ତ କରିବା ପାଇଁ ଏକ ପଲିସି ତିଆରି କରିବା ଦରକାର । କେନ୍ଦ୍ର ଏମଏସଏମଇ ମନ୍ତ୍ରୀ କହିଛନ୍ତି କି, ‘ଆମେ ପାଶ୍ଚାତ୍ୟକରଣ ପକ୍ଷରେ ନାହୁଁ । କିନ୍ତୁ ଆମେ ଗାଁରେ ଆଧୁନିକରଣ ସପକ୍ଷରେ ରହିଛୁ । ଏହା ସାମାଜିକ-ଆର୍ଥିକ ପରିବର୍ତ୍ତନର ସମୟ ।’

ଏକ ଅଧିକାରୀ ନିଜ ବିବୃତ୍ତିରେ ଜଣାଇଛନ୍ତି କି, ଅନୁସନ୍ଧାନ ଭିତ୍ତିକ ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାମାଞ୍ଚଳ ପାଇଁ ନବସୃଜନ ମାଧ୍ୟମରେ ସେ ଏହି କ୍ଷେତ୍ରରେ ନିରନ୍ତର ପରିବର୍ତ୍ତନ ପାଇଁ ଆହ୍ବାନ କରିଛନ୍ତି । ମହାରାଷ୍ଟ୍ରର ୱାର୍ଦ୍ଧାରେ ମହାତ୍ମାଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ବବିଦ୍ଯାଳୟରେ ଏକ କର୍ମଶାଳାକୁ ସମ୍ଭୋଧିକ କରି ମନ୍ତ୍ରୀ କହିଛନ୍ତି ଗ୍ରାମଦ୍ୟୋଗ ଓ ଖଦି ବାର୍ଷିକ ଆଧାରରେ 88 ହଜାର କୋଟି ଟଙ୍କା ଉତ୍ପାଦନ ହେଉଛି । ଯଦି ଏହି ପଲିସି ଆହୁରୀ ମାର୍ଜିତ ହୁଏ, ତେବେ ଏହାର ଉତ୍ପାଦନକୁ ଆହୁରୀ ବଢାଯାଇପାରିବ । ଗାଁରେ ରୋଜଗାର ସ୍ଟଷ୍ଟି ନ ହେବା ଯାଏଁ ନେତାଙ୍କ ସ୍ବପ୍ନ ପୂରଣ ହେବନି ବୋଲି ଆହ୍ବାନ ଦେଇଛନ୍ତି ଗଡକରୀ ।

ପ୍ରକାଶ ଯେ, ଦେଶରେ ଏବେ 6 କୋଟି ଏମଏସଏମଇ ରହିଛି ଓ ଏଥିରୁ 11 କୋଟି ଚାକିରି ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.