ETV Bharat / business

ଜାନୁଆରୀ 31ରୁ ସଂସଦରେ ବଜେଟ ଅଧିବେଶନ - Budget Session 2020

ଜାନୁଆରୀ 31ରୁ ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ସାଧାରଣ ବଜେଟ ।

CCPA recommends Budget Session from January 31
ଜାନୁଆରୀ 31ରୁ ସଂସଦରେ ବଜେଟ ଅଧିବେଶନ
author img

By

Published : Jan 9, 2020, 1:14 PM IST

ନୂଆଦିଲ୍ଲୀ: ଜାନୁଆରୀ 31ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ । ଏହା ଆସନ୍ତା ଏପ୍ରିଲ 3 ପର୍ଯ୍ୟନ୍ତ ଚାଲିବ । ଏଥିମଧ୍ୟରେ ଫେବୃଆରୀ ପହିଲାରେ 2020-21 ଆର୍ଥିକ ବର୍ଷର ସାଧାରଣ ବଜେଟ ଆଗତ ହେବ । ବୁଧବାର ଏ ନେଇ ସୂଚନା ଦିଆଯାଇଛି ।

ସଂସଦର ବଜେଟ ଅଧିବେଶକୁ 2ଟି ପର୍ଯ୍ୟାୟରେ ରଖିବା ପାଇଁ ସଂସଦୀୟ ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତି ପରାମର୍ଶ ଦେଇଛନ୍ତି । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 31ରୁ ଫେବୃଆରୀ 11 ରହିଥିଲାବେଳେ ଦ୍ବିତୀୟ ପର୍ଯ୍ୟାୟ 2 ମାର୍ଚ୍ଚରୁ ଏପ୍ରିଲ 3 ଯାଏଁ ଚାଲିବ ।

ଏହି ଅଧିବେଶନରେ ପାଖାପାଖି 1 ମାସର ଅବକାଶ ରଖାଯାଇଥାଏ । ଏ ଭିତରେ ବିଭିନ୍ନ ମନ୍ତ୍ରଣାଳୟର ବିଭାଗ ସହ ଜଡିତ ସଂସଦୀୟ ସମିତି ବଜେଟ ଆବଣ୍ଟନ ପ୍ରସ୍ତାବର ସମୀକ୍ଷା କରିଥାଏ । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ପରାମର୍ଶ କ୍ରମେ ରାଷ୍ଟ୍ରପତି ସଂସଦର 2 ସଦନରେ ବୈଠକ ଡାକନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟାଳୟର ଦ୍ବିତୀୟ ବଜେଟ ଆଗତ କରିବେ । ଆଶା ରହିଛି କି, ଏଥର ଧୀମା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ସରକାର ବଜେଟରେ ବହୁ ନୂଆ ଘୋଷଣା କରିପାରନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.