ETV Bharat / business

ଦେଶରେ ବିକ୍ରି ହେଉଥିବା ସାମଗ୍ରୀର ‘ଉତ୍ପତ୍ତି ଦେଶ’ ଲେଖାଯାଉ: ସିଏଆଇଟି - country of origin

ଅନଲାଇନ ଓ ଅଫଲାଇନ ବିକ୍ରି ହେଉଥିବା ପ୍ରତ୍ୟେକ ସାମଗ୍ରୀରେ ଅରିଜିନ ଦେଶ (ଉତ୍ପାଦ କେଉଁ ଦେଶର ) ନାଁ ଲେଖିବା ବାଧ୍ୟତାମୂଳକ ହେଉ । ଏ ନେଇ ସିଏଆଇଟି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅପିଲ କରିଛି । ଅଧିକ ପଢନ୍ତୁ..

CAIT
CAIT
author img

By

Published : Jun 30, 2020, 4:57 PM IST

ନୂଆଦିଲ୍ଲୀ: ଚୀନ ଉତ୍ପାଦର ବହିଷ୍କାର ଓ ସ୍ବଦେଶୀ ବସ୍ତୁ କ୍ରୟ ନେଇ ଅଭିଯାନ ଜାରି ରଖିଛି ଅଖିଳ ଭାରତୀୟ ବ୍ୟାପାରୀ ପରିଷଦ ସଂଘ (ସିଏଆଇଟି) । ଏଥିମଧ୍ୟରେ ଅନଲାଇନ ଓ ଅଫଲାଇନ ବିକ୍ରି ହେଉଥିବା ପ୍ରତ୍ୟେକ ସାମଗ୍ରୀରେ ଅରିଜିନ ଦେଶ (ଉତ୍ପାଦ କେଉଁ ଦେଶର ) ନାଁ ଲେଖିବା ବାଧ୍ୟତାମୂଳକ ହେଉ ବୋଲି ସିଏଆଇଟି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅପିଲ କରିଛି ।

ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ଏକ ପତ୍ରରେ କହିଛନ୍ତି କି, ଉପରୋକ୍ତ ବିବରଣୀ ନଥିବା ଉତ୍ପାଦକୁ ଦେଶରେ ବିକ୍ରି କରାଯିବା ଉଚିତ ନୁହେଁ । ଏହି ବ୍ୟବସ୍ଥାରେ ଉଲ୍ଲଙ୍ଘନ ସ୍ଥିତିରେ ପ୍ୟାକେଜିଂ ପାଇଁ ଘୋଷିତ ନିର୍ମାତା, ଆମଦାନୀକାରୀ କିମ୍ବା ବ୍ୟବସାୟୀ ଦାୟୀ ରହିବେ । ଏ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ମଧ୍ୟ ହେବା ଦରକାର ।

ଖଣ୍ଡେୱଲାଙ୍କ ଅନୁସାରେ, ଦେଶରେ ବିକ୍ରି ହେଉଥିବା ପ୍ରତ୍ୟେକ ଉତ୍ପାଦର ସଂରଞ୍ଚନା ବିଷୟରେ ବିବରଣୀ ରହିବା ଦରକାର କି, ଏହା ଶତ ପ୍ରତିଶତ ମେଡ ଇନ ଇଣ୍ଡିଆ କି ନୁହେଁ, ଏଥିସହ ଏହା ଆମଦାନୀ ହୋଇଛି ନା ଦେଶରେ ତିଆରି ଇତ୍ୟାଦି ।

ପ୍ରକାଶ ଯେ, ସରକାରଙ୍କ ଇ-ମାର୍କେଟପ୍ଲେସ(ଜିଇଏମ)ରେ ବିକ୍ରେତାଙ୍କ ପାଇଁ ଜାରି ହୋଇଥିବା ନୂଆ ନିୟମ ଅନୁଯାୟୀ ସେମାନେ ବିକ୍ରି କରୁଥିବା ଉତ୍ପାଦ କେଉଁ ଦେଶର ତାହା ଉଲ୍ଲେଖ କରିବାକୁ ପଡିବ । ଆଉ ଏହା ବାଧ୍ୟତାମୂଳକ । ଏହା ପରେ ବ୍ୟାପାରୀ ସଂଘ ପକ୍ଷରୁ ଏହି ଦାବି ତେଜିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.